इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଈଶ୍ୱରଙ୍କୁ ଭଲଭାବେ ଜାଣନ୍ତୁ

ଈଶ୍ୱରଙ୍କୁ ଭଲଭାବେ ଜାଣନ୍ତୁ

ଈଶ୍ୱରଙ୍କଠାରେ କେବଳ ଶକ୍ତି ଅଛି ତାହା ନୁହେଁ, ବରଂ ଅନେକ ଭଲ ଭଲ ଗୁଣ ମଧ୍ୟ ଅଛି । ସେ ଚାହାନ୍ତି ଯେ ଆମେ ତାଙ୍କ ବିଷୟରେ ଜାଣୁ । ସେ ଦେଖିପାରନ୍ତି, ଶୁଣିପାରନ୍ତି ଏବଂ ଅନୁଭବ କରିପାରନ୍ତି । ସେ ନିଜ ବିଷୟରେ ଆମକୁ ବହୁତ କିଛି ଜଣାଇଛନ୍ତି । ଯେପରି ସାଙ୍ଗ ସହିତ ଆମ ସମ୍ପର୍କ ଥାଏ ସେହିପରି, ଈଶ୍ୱର ଚାହାନ୍ତି ଯେ ତାଙ୍କ ସହ ଆମେ ମଜବୁତ୍‌ ସମ୍ପର୍କ ଗଢ଼ୁ । (ଯୋହନ ୧୭:୩; ଯାକୁବ ୪:୮) ଆସନ୍ତୁ ତାଙ୍କ ବିଷୟରେ କିଛି କଥା ଜାଣିବା ।

ଈଶ୍ୱରଙ୍କ ଗୋଟିଏ ନାମ ଅଛି

“ସଦାପ୍ରଭୁ [ଯିହୋବା] ନାମରେ ଖ୍ୟାତ ଯେ ତୁମ୍ଭେ, କେବଳ ତୁମ୍ଭେ ଯେ ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ ଅଟ, ଏହା ସେମାନେ ଜାଣି ପାରିବେ ।”—ଗୀତସଂହିତା ୮୩:୧୮.

ପବିତ୍ର ଶାସ୍ତ୍ର ବାଇବଲରେ ଲେଖାଅଛି ଯେ କେବଳ ଜଣେ ହିଁ ଈଶ୍ୱର ଅଛନ୍ତି । ତାଙ୍କ ନାମ ଯିହୋବା ଅଟେ । ସେ ପୃଥିବୀ, ଆକାଶ, ଜହ୍ନ, ତାରା ଏବଂ ସବୁ ଜୀବଜନ୍ତୁ ସୃଷ୍ଟି କରିଛନ୍ତି । ଆମେ କେବଳ ତାଙ୍କ ଭକ୍ତି କରିବା ଉଚିତ୍‌ ।—ପ୍ରକାଶିତ ବାକ୍ୟ ୪:୧୧.

ଯିହୋବା ଈଶ୍ୱର ଆମକୁ ବହୁତ ପ୍ରେମ କରନ୍ତି

“ଈଶ୍ୱର ତ ପ୍ରେମ ।”—୧ ଯୋହନ ୪:୮.

ଯଦି ଆମେ ବାଇବଲ ପଢ଼ିବା ଏବଂ ଯିହୋବା ପୃଥିବୀରେ ଯାହା କିଛି ସୃଷ୍ଟି କରିଛନ୍ତି ସେଗୁଡ଼ିକୁ ଧ୍ୟାନ ଦେଇ ଦେଖିବା, ତେବେ ଆମେ ଜାଣିପାରିବା ଯେ ସେ କେତେ ଭଲ । ତାଙ୍କର ଗୋଟିଏ ଖାସ୍‌ କଥା ହେଉଛି, ସେ ସମସ୍ତଙ୍କୁ ପ୍ରେମ କରନ୍ତି । ସେ ଯାହା ମଧ୍ୟ କରନ୍ତି, ପ୍ରେମ ଯୋଗୁଁ କରନ୍ତି । ଯେବେ ଆମେ ଯିହୋବାଙ୍କୁ ଜାଣିବା, ଆମେ ବୁଝିପାରିବା ଯେ ସେ କେତେ ଭଲ ।

ଯିହୋବା ଈଶ୍ୱର କ୍ଷମା କରନ୍ତି

“ତମେ ଏପରି ଈଶ୍ୱର ଅଟ ଯିଏ କ୍ଷମା କରିବାକୁ ପ୍ରସ୍ତୁତ ଥାଏ ।”—ନିହିମୀୟା ୯:୧୭, NWT. 

ଯିହୋବା ଜାଣନ୍ତି ଯେ ଆମେ ନ ଚାହିଁଲେ ମଧ୍ୟ ଆମ ଦ୍ୱାରା ଅନେକ ଭୁଲ ହୋଇଥାଏ । ତେଣୁ ସେ ଆମକୁ ‘କ୍ଷମା କରିବାକୁ ପ୍ରସ୍ତୁତ ଥାʼନ୍ତି ।’ ଯଦି ଆମେ ନିଜ ଭୁଲ ପାଇଁ ପଶ୍ଚାତାପ କରୁ ଏବଂ ତାଙ୍କୁ କ୍ଷମା ମାଗୁ ଏବଂ ଦୃଢ଼ ନିଷ୍ପତ୍ତି ନେଉ ଯେ ଆମେ ପୁଣି ସେହି ଭୁଲ କରିବା ନାହିଁ, ତେବେ ସେ ଆମକୁ କ୍ଷମା କରିବେ । ସେ ଆଗକୁ ଯାଇ ଆମକୁ ସେହି ଭୁଲ ପାଇଁ ଦଣ୍ଡ ଦେବେ ନାହିଁ ।—ଗୀତସଂହିତା ୧୦୩:୧୨, ୧୩.

ଯିହୋବା ଚାହାନ୍ତି ଯେ ଆମେ ତାଙ୍କ ସହ କଥା ହେଉ

‘ସଦାପ୍ରଭୁ ଆପଣା ନିକଟରେ ପ୍ରାର୍ଥନାକାରୀ, ସମସ୍ତଙ୍କର ନିକଟବର୍ତ୍ତୀ ଅଟନ୍ତି । ସେ ସେମାନଙ୍କର ବିନତି ଶୁଣନ୍ତି ।’—ଗୀତସଂହିତା ୧୪୫:୧୮, ୧୯.

ଯିହୋବାଙ୍କୁ ପ୍ରାର୍ଥନା କରିବା ପାଇଁ କୌଣସି ରୀତିନୀତି, ପ୍ରତୀକ କିମ୍ବା ମୂର୍ତ୍ତିଗୁଡ଼ିକର ଆବଶ୍ୟକ ନାହିଁ । ଆମେ ଯେବେ ମଧ୍ୟ ତାଙ୍କୁ ପ୍ରାର୍ଥନା କରୁ ସେ ଆମ କଥା ଧ୍ୟାନ ଦେଇ ଶୁଣନ୍ତି, କାରଣ ସେ ଆମକୁ ପ୍ରେମ କରନ୍ତି, ଠିକ୍‌ ଯେପରି ବାପାମାଆ ନିଜ ପିଲାମାନଙ୍କୁ ପ୍ରେମ କରନ୍ତି ଏବଂ ସେମାନଙ୍କ କଥା ଧ୍ୟାନ ଦେଇ ଶୁଣନ୍ତି ।