इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ପରୀକ୍ଷା କରିବେ କାହିଁକି ?

ବାଇବଲର ପରୀକ୍ଷା କରିବେ କାହିଁକି ?

ଆପଣ ବାଇବଲ ସହିତ ପରିଚିତ କି ? ଏହି ଅଦ୍ୱିତୀୟ ବହିଟି ଇତିହାସରେ ସବୁଠାରୁ ବେଶି ବିତରିତ । ସମସ୍ତ ଜାତିର ଲୋକେ ଏଥିରୁ ଆଶା ଓ ସାନ୍ତ୍ୱନା ପାଇଥାନ୍ତି, ଆଉ ସେମାନେ ଏହା ମଧ୍ୟ ଭାବନ୍ତି ଯେ ଏହାର ଉପଦେଶ ଦୈନନ୍ଦିନ ଜୀବନରେ ଅତି ବ୍ୟବହାରିକ ଅଟେ । ତଥାପି, ଆଜି ବହୁତ ଲୋକ ବାଇବଲ ବିଷୟରେ ଖୁବ୍‌ କମ୍‌ ଜାଣନ୍ତି । ଆପଣଙ୍କର ଧର୍ମ ବିଷୟରେ ବିଶ୍ୱାସ ଥାଇପାରେ କିମ୍ବା ନ ଥାଇପାରେ କିନ୍ତୁ ହୁଏତ ଆପଣ ଏହି ବହି ବିଷୟରେ ଜାଣିବାକୁ ନିଶ୍ଚୟ ଚାହିଁବେ । ବାଇବଲର ସାରାଂଶ ଜାଣିବା ପାଇଁ ଏହି ପୁସ୍ତିକାଟିକୁ ପ୍ରସ୍ତୁତ କରାଯାଇଛି ।

ବାଇବଲ ପଢ଼ିବା ଆଗରୁ ଏହାର ପ୍ରସ୍ତୁତି ବିଷୟରେ କିଛି ଜାଣିବା ଆପଣଙ୍କ ପାଇଁ ଭଲ ହେବ । ଏହି ପବିତ୍ର ଶାସ୍ତ୍ର ଅର୍ଥାତ ବାଇବଲ ୬୬ଟି ଛୋଟ ଛୋଟ ବହିଗୁଡ଼ିକୁ ନେଇ ଗଠିତ । ଏହାର ପ୍ରଥମ ପୁସ୍ତକର ନାମ ଆଦି ପୁସ୍ତକ ଓ ଶେଷ ପୁସ୍ତକର ନାମ ପ୍ରକାଶିତ ବାକ୍ୟ ।

ବାଇବଲର ଲେଖକ କିଏ ? ଏହା ଗୋଟିଏ ପ୍ରକୃତରେ ଉତ୍କଣ୍ଠାପୂର୍ଣ୍ଣ ପ୍ରଶ୍ନ ଅଟେ । ବାସ୍ତବରେ ବାଇବଲକୁ ୧୬୦୦ରୁ ଅଧିକ ବର୍ଷଧରି ପ୍ରାୟ ୪୦ଜଣ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଦ୍ୱାରା ଲେଖା ଯାଇଥିଲା । ଏହା ଉଲ୍ଲେଖନୀୟ ଯେ ସେମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତି କେବେ ମଧ୍ୟ ନିଜେ ବାଇବଲର ଲେଖକ ବୋଲି ଦାବି କରି ନାହାନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଲେଖନ୍ତି “ସମସ୍ତ ଶାସ୍ତ୍ର ଈଶ୍ୱରନିଶ୍ୱସିତ” (୨ ତୀମଥି ୩:୧୬) ଏବଂ ଆଉ ଜଣେ କହନ୍ତି “ମୋʼ ଦ୍ୱାରା ସଦାପ୍ରଭୁଙ୍କ [“ଯିହୋବାଙ୍କ,” NW] ଆତ୍ମା କହିଲେ ଓ ତାହାଙ୍କର ବାକ୍ୟ ମୋʼ ଜିହ୍ୱାରେ ଥିଲା ।” (୨ ଶାମୁୟେଲ ୨୩:୨) ଏପରି ଭାବେ ସମସ୍ତ ଲେଖକ ଦାବି କରନ୍ତି ଯେ ବିଶ୍ୱର ମହାନ ଶାସକ ଯିହୋବା ହିଁ ବାଇବଲର ପ୍ରକୃତ ଲେଖକ । ସେମାନେ ଏହା ମଧ୍ୟ କହିଛନ୍ତି, ଈଶ୍ୱର ଚାହାନ୍ତି ଯେ ମନୁଷ୍ୟ ଜାଣନ୍ତୁ, ଯଦି ସେମାନେ ଚାହିଁଲେ ତାଙ୍କ ନିକଟକୁ ଆସିପାରିବେ ।

ବାଇବଲକୁ ବୁଝିବା ପାଇଁ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଛି । ଏହି ଶାସ୍ତ୍ରରେ କେବଳ ଗୋଟିଏ ମାତ୍ର ମୂଳପ୍ରସଙ୍ଗ ଅଛି: ସ୍ୱର୍ଗୀୟ ରାଜ୍ୟ ଦ୍ୱାରା ମନୁଷ୍ୟ ଜାତି ଉପରେ ଶାସନ କରିବାର ଅଧିକାର ଯେ ଈଶ୍ୱରଙ୍କ ରହିଛି, ତାହା ପ୍ରମାଣ କରେ । ଏହାର ପରପୃଷ୍ଠା ଗୁଡ଼ିକରେ ଆପଣ ଦେଖିବାକୁ ପାଇବେ ଯେ ଏହି ମୂଳପ୍ରସଙ୍ଗଟି କିଭଳି ଆଦି ପୁସ୍ତକରୁ ପ୍ରକାଶିତ ବାକ୍ୟ ମଧ୍ୟରେ ପ୍ରକାଶ କରାଯାଇଛି ।

ଏହି ସମସ୍ତ କଥାକୁ ମନେରଖି ଆପଣ ଦେଖନ୍ତୁ ଯେ ବିଶ୍ୱର ସବୁଠାରୁ ଲୋକପ୍ରିୟ ପୁସ୍ତକ ବାଇବଲରେ କେଉଁ ବାର୍ତ୍ତା ରହିଛି ।