इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୨

ସତ୍ୟ ଈଶ୍ୱର କିଏ?

ସତ୍ୟ ଈଶ୍ୱର କିଏ?

କେବଳ ଏକ ମାତ୍ର ସତ୍ୟ ଈଶ୍ୱର ଅଛନ୍ତି ଏବଂ ତାହାଙ୍କ ନାମ ଯିହୋବା। (ଯାତ୍ରାପୁସ୍ତକ ୬:୩) ସେ ଏକ ଆତ୍ମିକ ପ୍ରାଣୀ, ଆମେ ତାହାଙ୍କୁ ଦେଖି ପାରିବା ନାହିଁ। ଯିହୋବା ଆମକୁ ଭଲ ପାଆନ୍ତି ଓ ଚାହାନ୍ତି ଯେ ଆମେ ମଧ୍ୟ ତାହଙ୍କୁ ଭଲ ପାଉ। ସେ ଏହା ମଧ୍ୟ ଚାହାନ୍ତି ଯେ ଆମେ ଅନ୍ୟମାନଙ୍କୁ ଭଲ ପାଉ। (ମାଥିଉ ୨୨:୩୫-୪୦) ଯିହୋବା ଜଣେ ସର୍ବଶକ୍ତିମାନ ସୃଷ୍ଟିକର୍ତ୍ତା ଅଟନ୍ତି।

ସର୍ବପ୍ରଥମେ ଯିହୋବା ଏକ ଆତ୍ମିକ ପ୍ରାଣୀକୁ ସୃଷ୍ଟି କଲେ ଏବଂ ତାହାଙ୍କ ନାମ ଯୀଶୁ ଖ୍ରୀଷ୍ଟ। ଈଶ୍ୱର ଅନ୍ୟ ସ୍ୱର୍ଗଦୂତ ମାନଙ୍କୁ ମଧ୍ୟ ସୃଷ୍ଟି କଲେ।

ଯିହୋବା ସ୍ୱର୍ଗ . . . ଓ ପୃଥିବୀର ସବୁ କିଛି ସୃଷ୍ଟି କଲେ। ପ୍ରକାଶିତ ବାକ୍ୟ ୪:୧୧

ଯେହୋବା ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗଣ ସୃଷ୍ଟି କଲେ। ତାʼ ପରେ ପୃଥିବୀର ସବୁ କିଛି ସୃଷ୍ଟି କଲେ।—ଆଦିପୁସ୍ତକ ୧:୧.

ସେ ପ୍ରଥମ ମନୁଷ୍ୟକୁ ମାଟିରେ ଗଢ଼ିଲେ ଏବଂ ତାହାର ନାମ ଆଦମ ରଖିଲେ।—ଆଦିପୁସ୍ତକ ୨:୭.