इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୩

ପାରାଦୀଶରେ ଜୀବନ କିପରି ଥିଲା?

ପାରାଦୀଶରେ ଜୀବନ କିପରି ଥିଲା?

ଯିହୋବା ଆଦମ ଓ ହବାଙ୍କୁ ଅନେକ କିଛି ଦେଇଥିଲେ। ଆଦିପୁସ୍ତକ ୧:୨୮

ଯିହୋବା ପ୍ରଥମ ସ୍ତ୍ରୀଙ୍କୁ ସୃଷ୍ଟି କଲେ ଏବଂ ତାହାଙ୍କ ନାମ ହବା ରଖିଲେ। ତାʼ ପରେ ଈଶ୍ୱର ସେହି ସ୍ତ୍ରୀଙ୍କୁ ଆଦମକୁ ପତ୍ନୀରୂପେ ଦେଲେ।—ଆଦିପୁସ୍ତକ ୨:୨୧, ୨୨.

ଯିହୋବା ସେମାନଙ୍କୁ ସିଦ୍ଧ ମସ୍ତିଷ୍କ ଓ ସିଦ୍ଧ ଶରୀର ଦେଇ ସୃଷ୍ଟି କଲେ। ସେମାନଙ୍କଠାରେ କୌଣସି ତୃଟି ନଥିଲା।

ସେମାନେ ଏଦନ ଉଦ୍ୟାନରେ ରହୁଥିଲେ। ଏହି ଉଦ୍ୟାନଟି ଅତି ସୁନ୍ଦର ଥିଲା ଏବଂ ସେଥିରେ ନଦୀ, ଫଳବନ୍ତ ବୃକ୍ଷ ଓ ବିଭିନ୍ନ ଜୀବଜନ୍ତୁ ଥିଲେ।

ଯିହୋବା ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରୁଥିଲେ ଏବଂ ସେମାନଙ୍କୁ ଶିକ୍ଷା ଦେଉଥିଲେ। ଯଦି ସେମାନେ ତାʼଙ୍କ କଥା ଶୁଣିଥାନ୍ତେ, ତେବେ ପାରାଦୀଶରେ ଚିରଦିନପାଇଁ ରହି ପାରିଥାନ୍ତେ।

ଯିହୋବା ଗୋଟିଏ ବୃକ୍ଷର ଫଳ ଖାଇବାକୁ ମନା କରିଥିଲେ। ଆଦିପୁସ୍ତକ ୨:୧୬, ୧୭

ଜଣେ ସ୍ୱର୍ଗଦୂତ ଯିହୋବାଙ୍କ ବିରୁଦ୍ଧରେ ଗଲେ। ସେହି ଦୁଷ୍ଟ ସ୍ୱର୍ଗଦୂତ ହେଲା ଶୟତାନ।

ଯିହୋବା ଆଦମ ଓ ହବାଙ୍କୁ ଗୋଟିଏ ବୃକ୍ଷ ଦେଖାଇ କହିଲେ ଏହାର ଫଳ ଖାଇବ ନାହିଁ, ଯଦି ଖାଇବ ତେବେ ତୁମେ ନିଶ୍ଚୟ ମରିବ।

ଶୟତାନ କେବେ ଚାହୁନଥିଲେ ଯେ ଆଦମ ଓ ହବା ଯିହୋବାଙ୍କ କଥା ଶୁଣନ୍ତୁ। ତେଣୁ ଶୟତାନ ସାପ ଦ୍ୱାରା ହବାଙ୍କୁ କହିଲେ ଯଦି ସେ ସେହି ବୃକ୍ଷର ଫଳ ଖାଏ, ତେବେ କେବେ ବି ମରିବ ନାହିଁ ବରଂ ଈଶ୍ୱରଙ୍କ ତୁଲ୍ୟ ହେବ। କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା ଥିଲା।—ଆଦିପୁସ୍ତକ ୩:୧-୫.