इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୪

ସେମାନେ ଶୟତାନର କଥା ଶୁଣିଲେ, ଏହାର ପରିଣାମ କʼଣ ହେଲା?

ସେମାନେ ଶୟତାନର କଥା ଶୁଣିଲେ, ଏହାର ପରିଣାମ କʼଣ ହେଲା?

ଆଦମ ଓ ହବା ଈଶ୍ୱରଙ୍କ କଥା ମାନିଲେ ନାହିଁ, ତେଣୁ ସେମାନେ ମରିଲେ। ଆଦିପୁସ୍ତକ ୩:୬, ୨୩

ହବା ଶୟତାନ କଥା ଶୁଣି ସେହି ବୃକ୍ଷର ଫଳ ଖାଇଲେ। ତାପରେ ଆଉ କିଛି ଆଦମକୁ ଦେଲେ ଏବଂ ସେ ମଧ୍ୟ ଖାଇଲେ।

ସେମାନେ ଯାହା କଲେ ତାହା ଭୁଲ ଥିଲା। ଏହା ଏକ ଗମ୍ଭୀର ପାପ ଥିଲା। ଯିହୋବା ସେମାନଙ୍କୁ ଏଦନ ଉଦ୍ୟାନରୁ ବାହାର କରି ଦେଲେ।

ଏହା ପରେ ସେମାନଙ୍କ ଏବଂ ତାଙ୍କ ସନ୍ତାନମାନଙ୍କ ଜୀବନ ବହୁତ କଷ୍ଟକର ଥିଲା। ସେମାନେ ବୁଢ଼ା-ବୁଢ଼ୀ ହୋଇ ମରି ଗଲେ। ମରିବା ପରେ ଆଦମ ଓ ହବା ଆତ୍ମିକ ଜଗତକୁ ଯାଇ ନ ଥିଲେ, କିନ୍ତୁ ତାଙ୍କର ଅସ୍ତିତ୍ୱ ଲୀନ ହେଲା।

ମୃତବ୍ୟକ୍ତି ମାଟିରେ ମିଶି ଯାଆନ୍ତି; ସେମାନଙ୍କର ଜୀବନ ନ ଥାଏ। ଆଦିପୁସ୍ତକ ୩:୧୯

ଆଦମ ଓ ହବାଙ୍କ ସନ୍ତାନ ହେବା ଯୋଗୁଁ ଆଜି ଆମେ ମରୁ ଅଛୁ। ମୃତବ୍ୟକ୍ତିମାନେ ଦେଖି କିମ୍ବା ଶୁଣି ପାରନ୍ତି ନାହିଁ। ସେମାନେ କିଛି କରି ପାରନ୍ତି ନାହିଁ।—ଉପଦେଶକ ୯:୫, ୧୦.

ଯିହୋବା ମଣିଷକୁ ମରିବା ପାଇଁ ସୃଷ୍ଟି କରି ନ ଥିଲେ। ସେ ଖୁବ୍‌ ଶୀଘ୍ର ମୃତବ୍ୟକ୍ତିମାନଙ୍କୁ ପୁନରୁତ୍ଥାନ କରିବେ। ଯଦି ସେମାନେ ତାହାଙ୍କ କଥା ଶୁଣନ୍ତି, ତେବେ ସେମାନେ ପୃଥିବୀରେ ଅନନ୍ତ ଜୀବନ ପାଇବେ।