इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୬

ଜଳପ୍ରଳୟରୁ ଆମେ କʼଣ ଶିଖି ପାରିବା?

ଜଳପ୍ରଳୟରୁ ଆମେ କʼଣ ଶିଖି ପାରିବା?

ଯିହୋବା ଦୁଷ୍ଟଲୋକଙ୍କୁ ବିନାଶ କଲେ କିନ୍ତୁ ନୋହ ଏବଂ ତାହାଙ୍କ ପରିବାରକୁ ରକ୍ଷା କଲେ। ଆଦିପୁସ୍ତକ ୭:୧୧, ୧୨, ୨୩

୪୦ଦିନ ଓ ୪୦ରାତି ମୁଷଳଧାରାରେ ବର୍ଷା ହେଲା, ଏବଂ ପୃଥିବୀ ଜଳମଗ୍ନ ହେଲା। ଏହି ଜଳପ୍ରଳୟରେ ପୃଥିବୀର ସମସ୍ତ ଦୁଷ୍ଟଲୋକ ମରିଗଲେ।

ବିଦ୍ରୋହୀ ସ୍ୱର୍ଗଦୂତମାନେ ନିଜ ଶରୀର ତ୍ୟାଗକରି ଚାଲିଗଲେ।

ଜାହାଜ ଭିତରେ ଥିବା ସମସ୍ତେ ବଞ୍ଚିଲେ। ଯଦ୍ୟପି ନୋହ ଏବଂ ତାହାଙ୍କ ପରିବାର ସମୟାନୁସାରେ ମରିଲେ, ତଥାପି ଈଶ୍ୱର ସେମାନଙ୍କୁ ପୁଣିଥରେ ଅନନ୍ତ ଜୀବନପାଇଁ ପୁନରୁତ୍ଥାନ କରିବେ।

ଈଶ୍ୱର ପୁଣିଥରେ ଦୁଷ୍ଟଲୋକଙ୍କର ବିନାଶ କରିବେ କିନ୍ତୁ ଭଲଲୋକଙ୍କୁ ରକ୍ଷା କରିବେ। ମାଥିଉ ୨୪:୩୭-୩୯

ଶୟତାନ ଏବଂ ସେହି ଦୁଷ୍ଟଦୂତମାନେ ଆଜି ମଧ୍ୟ ଲୋକମାନଙ୍କୁ ପଥଭ୍ରଷ୍ଟ କରି ଚାଲିଛନ୍ତି।

ଅନେକ ଲୋକ ଆଜି ମଧ୍ୟ ନୋହଙ୍କ ଦିନପରି ଯିହୋବାଙ୍କ କଥା ଶୁଣୁ ନାହାନ୍ତି। ଅତି ଶୀଘ୍ର ଯିହୋବା ସମସ୍ତ ଦୁଷ୍ଟଲୋକଙ୍କୁ ବିନାଶ କରିବେ।—୨ ପିତର ୨:୫, ୬.

କେତେକ ନୋହଙ୍କ ପରି ଭଲଲୋକ ଅଛନ୍ତି। ସେମାନେ ଈଶ୍ୱରଙ୍କ କଥା ଶୁଣନ୍ତି ଓ ତାହାଙ୍କ ଇଚ୍ଛାନୁସାରେ କାମ କରନ୍ତି। ସେମାନେ ହେଲେ ଯିହୋବାଙ୍କ ସାକ୍ଷୀ