इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୮

ଯୀଶୁଙ୍କ ମୃତ୍ୟୁ ଆପଣଙ୍କ ପାଇଁ କି ଅର୍ଥ ରଖେ?

ଯୀଶୁଙ୍କ ମୃତ୍ୟୁ ଆପଣଙ୍କ ପାଇଁ କି ଅର୍ଥ ରଖେ?

ଆମମାନଙ୍କ ଅନନ୍ତ ଜୀବନ ପାଇଁ ଯୀଶୁ ମରିଲେ। ଯୋହନ ୩:୧୬

ଯୀଶୁଙ୍କ ମୃତ୍ୟୁର ତୃତୀୟ ଦିନରେ, କେତେକ ସ୍ତ୍ରୀମାନେ ତାହାଙ୍କ କବରକୁ ଯାଇ ଦେଖିଲେ ଯେ କବରଟି ଖାଲି ଥିଲା। ଯିହୋବା ଯୀଶୁଙ୍କୁ ମୃତ୍ୟରୁ ପୁଣି ଥରେ ଜୀବିତ କଲେ।

ଏହା ପରେ, ଯୀଶୁ ନିଜ ଶିଷ୍ୟମାନଙ୍କୁ ଦେଖା ଦେଲେ।

ଯିହୋବା ଯୀଶୁଙ୍କୁ ଏକ ଶକ୍ତିଶାଳୀ ଆତ୍ମିକ ପ୍ରାଣୀରୂପେ ପୁନରୁଜ୍ଜୀବିତ କଲେ। ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ସ୍ୱର୍ଗକୁ ଯିବାର ଦେଖିଲେ।

ଯିହୋବା ଯୀଶୁଙ୍କୁ ପୁନରୁତ୍ଥାନ କରିଲେ ଓ ଈଶ୍ୱରଙ୍କ ରାଜ୍ୟର ରାଜା ନିଯୁକ୍ତି କଲେ। ଦାନିୟେଲ ୭:୧୩, ୧୪

ଯୀଶୁ ନିଜ ଜୀବନକୁ ମାନବଜାତି ପାଇଁ ମୁକ୍ତିର ମୂଲ୍ୟରୂପେ ଦାନ କଲେ। (ମାଥିଉ ୨୦:୨୮) ଏହି ମୁକ୍ତିର ମୂଲ୍ୟ ଦ୍ୱାରା ହିଁ ଯିହୋବା, ଆମମାନଙ୍କ ପାଇଁ ଅନନ୍ତ ଜୀବନ ସମ୍ଭବ କରାଇଲେ।

ଯିହୋବା ଯୀଶୁଙ୍କୁ ପୃଥିବୀ ଉପରେ ଶାସନ କରିବାକୁ ରାଜା ରୂପେ ନିଯୁକ୍ତି କଲେ। ଯୀଶୁଙ୍କ ସହିତ ୧,୪୪,୦୦୦ଜଣ ବିଶ୍ୱସ୍ତ ଲୋକମାନେ ମଧ୍ୟ ଶାସନ କରିବେ, ଯାହାଙ୍କୁ ପୃଥିବୀରୁ ସ୍ୱର୍ଗୀୟ ଜୀବନ ପାଇଁ ପୁନରୁତ୍ଥାନ କରାଯିବ। ଯୀଶୁ ଓ ୧,୪୪,୦୦୦ଜଣଙ୍କୁ ନେଇ ଏକ ସ୍ୱର୍ଗୀୟ ସରକାର ହେବ ଓ ତାହାକୁ ଈଶ୍ୱରଙ୍କ ରାଜ୍ୟ କୁହାଯାଏ।—ପ୍ରକାଶିତ ବାକ୍ୟ ୧୪:୧-୩

ଈଶ୍ୱରଙ୍କ ରାଜ୍ୟ ପୃଥିବୀକୁ ଏକ ପାରାଦୀଶରେ ପରିଣତ କରିବ। ଯୁଦ୍ଧ, ଅତ୍ୟାଚାର, ଦାରିଦ୍ରତା ଓ ଦୁର୍ଭିକ୍ଷ ଆଉ ରହିବ ନାହିଁ। ଲୋକମାନେ ଖୁସୀ ଓ ଶାନ୍ତିରେ ରହିବେ।—ଗୀତସଂହିତା ୧୪୫:୧୬.