ଭାଗ ୧୦
ଈଶ୍ୱରଙ୍କ କଥା ଶୁଣୁଥିବା ଲୋକଙ୍କର କି କି ଆଶିଷ ରହିଛି?
ମୃତଲୋକଙ୍କୁ ପୁନରୁତ୍ଥାନ କରିବେ। ପ୍ରେରିତ ୨୪:୧୫
ଆପଣ କʼଣ କଳ୍ପନା କରିବେ କି, ଈଶ୍ୱରଙ୍କ କଥା ଶୁଣିଲେ ଭବିଷ୍ୟତରେ ଆପଣଙ୍କୁ କି କି ଆଶିଷ ମିଳିବ? ଆପଣ ସ୍ୱାସ୍ଥ୍ୟବାନ ହେବେ ଆଉ କେହି ରୋଗରେ ପୀଡ଼ିତ ହେବେ ନାହିଁ। ସେଠାରେ ଦୁଷ୍ଟଲୋକ ଆଉ ନ ଥିବେ। ଏବଂ ସମସ୍ତେ ପରସ୍ପରକୁ ଭରସା କରିପାରିବେ।
ସେଠାରେ କୌଣସି ଦୁଃଖ, କଷ୍ଟ କିମ୍ବା ଅଶ୍ରୁଜଳ ରହିବ ନାହିଁ। କେହି ବୁଢ଼ା ହେବେ ନାହିଁ କି ମରିବେ ନାହିଁ।
ଆପଣ ନିଜ ପରିବାର ଓ ସାଙ୍ଗସାଥୀଙ୍କ ମେଳରେ ରହିବେ। ପାରାଦୀଶରେ ଜୀବନ ଅତି ସୁଖମୟ ହେବ।
ସେଠାରେ କିଏ କାହାକୁ ଭୟ କରିବେ ନାହିଁ। ସମସ୍ତେ ଖୁସୀରେ ରହିବେ।