इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୧

ଯିହୋବାଙ୍କ ସାକ୍ଷୀମାନେ କେଉଁ ପ୍ରକାରର ଲୋକ ଅଟନ୍ତି ?

ଯିହୋବାଙ୍କ ସାକ୍ଷୀମାନେ କେଉଁ ପ୍ରକାରର ଲୋକ ଅଟନ୍ତି ?

ଡେନମାର୍କ୍‌

ତାଇୱାନ୍‌

ଭେନେଜୁଏଲା

ଭାରତ

ଆପଣ କୌଣସି ଯିହୋବାଙ୍କ ସାକ୍ଷୀଙ୍କୁ ଜାଣିଛନ୍ତି କି ? ଆମ ମଧ୍ୟରୁ ହୁଏତ କେହି ଆପଣଙ୍କ ପଡ଼ୋଶୀ ହୋଇଥିବେ, ସାଙ୍ଗରେ କାମ କରୁଥିବେ, କିମ୍ବା ସ୍କୁଲ କଲେଜରେ ପଢ଼ୁଥିବେ । ହୁଏତ କେହି ଆପଣଙ୍କ ସହିତ ବାଇବଲରୁ ଚର୍ଚ୍ଚା କରିଥିବେ । ବୋଧ ହୁଏ, ଆପଣ ଜାଣିବାକୁ ଚାହିଁବେ ଯେ ଆମେ ପ୍ରକୃତରେ କିଏ ଏବଂ ଆମେ କାହିଁକି ଅନ୍ୟମାନଙ୍କୁ ନିଜ ବିଶ୍ୱାସ ବିଷୟରେ କହିଥାଉ ?

ଆମେ ଆପଣଙ୍କ ପରି ସାଧାରଣ ଲୋକ ଅଟୁ । ଆମେ ସମାଜର ବିଭିନ୍ନ ସମ୍ପ୍ରଦାୟରୁ ଆସିଛୁ ଏବଂ ଅଲଗା ଅଲଗା ପରିବେଶରେ ବଢ଼ି ଆସିଛୁ । ଆମ ମଧ୍ୟରୁ କେତେକ ପୂର୍ବେ ଅନ୍ୟ ଧର୍ମକୁ ମାନୁଥିଲେ ଏବଂ କେତେକ ଈଶ୍ୱରଙ୍କୁ ବିଶ୍ୱାସ ମଧ୍ୟ କରୁ ନ ଥିଲେ । କିନ୍ତୁ ଆମ ମଧ୍ୟରୁ ପ୍ରତ୍ୟେକେ ବାଇବଲର ଶିକ୍ଷାଗୁଡ଼ିକୁ ଗଭୀର ଭାବେ ଅଧ୍ୟୟନ କଲୁ । (ପ୍ରେରିତ ୧୭:୧୧) ଯେତେବେଳେ ଆମକୁ ବିଶ୍ୱାସ ହେଲା ଯେ ଆମେ ଯାହା ଶିଖୁଛୁ ତାହା ହିଁ ସତ୍ୟ ଅଟେ, ସେତେବେଳେ ଆମେ ନିଜେ ଯିହୋବାଙ୍କ ଉପାସନା କରିବା ପାଇଁ ନିଷ୍ପତ୍ତି ନେଲୁ ।

ଆମକୁ ବାଇବଲ ଅଧ୍ୟୟନରୁ ଲାଭ ମିଳେ । ଅନ୍ୟମାନଙ୍କ ପରି ଆମକୁ ମଧ୍ୟ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼େ ଏବଂ ଆମ ଦୁର୍ବଳତା ସହିତ ଲଢ଼ିବାକୁ ହୁଏ । କିନ୍ତୁ ଆମେ ଦେଖିଛୁ ଯେ ପ୍ରତିଦିନ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଲାଗୁ କରିବା ଦ୍ୱାରା ଆମ ଜୀବନରେ ବହୁତ ପରିବର୍ତ୍ତନ ଆସିଛି । (ଗୀତସଂହିତା ୧୨୮:୧, ୨) ଆମେ ବାଇବଲର ଭଲ କଥାସବୁ ଅନ୍ୟମାନଙ୍କୁ କହିବାର କାରଣଗୁଡ଼ିକ ମଧ୍ୟରୁ ଏହା ଗୋଟିଏ କାରଣ ଅଟେ ।

ଆମେ ଈଶ୍ୱରଙ୍କ ସ୍ତର ଅନୁସାରେ ଚାଲୁ । ବାଇବଲରେ ଥିବା ସ୍ତର ଅନୁସାରେ ଚାଲିବା ଦ୍ୱାରା ଆମ ଶରୀର ଏବଂ ମନ ସୁସ୍ଥ ରହେ । ଏହି ସ୍ତର ଆମକୁ ଅନ୍ୟମାନଙ୍କୁ ସମ୍ମାନ ଦେବା ଏବଂ ସଚ୍ଚୋଟତା ଓ ଦୟା ଭଳି ଗୁଣ ବଢ଼ାଇବା ପାଇଁ ସାହାଯ୍ୟ କରେ । ଏହି ସ୍ତର ସାହାଯ୍ୟରେ ଆମେ ଭଲ ମଣିଷ ହୋଇପାରୁ, ଯାହାଦ୍ୱାରା ସମାଜର ଲାଭ ହୁଏ । ତାʼ ସହିତ, ଏହା ପରିବାରଗୁଡ଼ିକୁ ଭାଙ୍ଗିବାଠାରୁ ରକ୍ଷା କରେ ଏବଂ ଶୁଦ୍ଧ ଚାଲିଚଳନ ଶିଖାଏ । ଆମେ ସାରା ଦୁନିଆରେ ଭାଇ ଭାଇ ପରି ଏକତାରେ ରହୁ । ଆମ ଧାର୍ମିକ ବିଶ୍ୱାସ ସମାନ ଅଟେ ଏବଂ ଆମେ ଦେଶ ଏବଂ ଜାତି ନାମରେ ଭାଗ ଭାଗ ହୋଇ ନ ଥାଉ । କାରଣ ‘ଈଶ୍ୱର ଭେଦଭାବ କରନ୍ତି ନାହିଁ’ ବୋଲି ଆମେ ମାନିଥାଉ । ଆମେ ସାଧାରଣ ଲୋକ ହୋଇଥିଲେ ମଧ୍ୟ ଏକ ସମୂହ ଭାବରେ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ଅଟୁ ।—ପ୍ରେରିତ ୪:୧୩; ୧୦:୩୪, ୩୫.

  • ଯିହୋବାଙ୍କ ସାକ୍ଷୀମାନଙ୍କ ଏବଂ ଅନ୍ୟ ଲୋକମାନଙ୍କ ମଧ୍ୟରେ କʼଣ ସମାନତା ରହିଛି ?

  • ବାଇବଲର ଅଧ୍ୟୟନରୁ ଯିହୋବାଙ୍କ ସାକ୍ଷୀମାନେ କେଉଁ ସ୍ତରଗୁଡ଼ିକୁ ମାନିବା ଶିଖିଛନ୍ତି ?