इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୬

ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କ ସହିତ ସଙ୍ଗତି କରିବା ଦ୍ୱାରା ଆମର କʼଣ ଲାଭ ହୁଏ ?

ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କ ସହିତ ସଙ୍ଗତି କରିବା ଦ୍ୱାରା ଆମର କʼଣ ଲାଭ ହୁଏ ?

ମେଡାଗାସ୍କର

ନରୱେ

ଲେବାନୋନ୍‌

ଇଟାଲୀ

ଆମେ ଯିହୋବାଙ୍କ ସାକ୍ଷୀମାନେ ନିୟମିତ ଭାବେ ଆମ ଖ୍ରୀଷ୍ଟିୟାନ ସଭାଗୁଡ଼ିକରେ ଉପସ୍ଥିତ ହେଉ, ଯଦିଓ ଆମକୁ ଘଞ୍ଚ ଜଙ୍ଗଲ ଦେଇ ଯିବାକୁ ପଡ଼େ କିମ୍ବା ଖରାପ ପାଗରେ ବାହାରିବାକୁ ପଡ଼େ । ଆମେ ସମସ୍ତେ ଜୀବନର ସମସ୍ୟାଗୁଡ଼ିକୁ ସାମନା କରୁ, ଦିନସାରା କାମ କରି ଥକିଯାଉ । ତଥାପି ଆମ ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କ ସହିତ ଆମେ ଏକାଠି ହେଉ । ତେବେ ଆମେ ସଭାକୁ ଆସିବା ପାଇଁ ଏତେ ପରିଶ୍ରମ କାହିଁକି କରୁ ?

ଏଥିରେ ଆମର ମଙ୍ଗଳ ହୁଏ । ପାଉଲ କହିଥିଲେ ଯେ ମଣ୍ଡଳୀକୁ ଆସୁଥିବା ଲୋକଙ୍କ ବିଷୟରେ ଆମକୁ “ମନୋଯୋଗ” କରିବା ଉଚିତ୍‌ । (ଏବ୍ରୀ ୧୦:୨୪) ଏଠାରେ “ମନୋଯୋଗ” କରିବାର ଅର୍ଥ ହେଉଛି, ଅନ୍ୟମାନଙ୍କୁ ଭଲ ଭାବରେ ଜାଣିବା । ମଣ୍ଡଳୀରେ ଅନ୍ୟ ପରିବାରଗୁଡ଼ିକୁ ଭଲ ଭାବରେ ଜାଣିବାକୁ ଆମେ ଚେଷ୍ଟା କରୁ । ଏହାଦ୍ୱାରା ଆମେ ଦେଖୁ ଯେ ଆମେ ଯେଉଁ ସମସ୍ୟାଗୁଡ଼ିକୁ ସାମନା କରୁଛୁ, ସେହି ସମସ୍ୟାଗୁଡ଼ିକୁ ସେମାନେ ଅତିକ୍ରମ କରିଛନ୍ତି ଏବଂ ଆମକୁ ସାହାଯ୍ୟ କରିପାରନ୍ତି ।

ଆମେ ପ୍ରକୃତ ମିତ୍ର ପାଇପାରିବା । ସଭାରେ ଆସୁଥିବା ଲୋକମାନେ କେବଳ ଆମର ସାମାନ୍ୟ ପରିଚିତ ନୁହନ୍ତି, ବରଂ ସେମାନେ ଆମର ପ୍ରକୃତ ମିତ୍ର ଅଟନ୍ତି । ଏହା ଛଡ଼ା, ଆମେ ଅନ୍ୟ ସମୟରେ ମଧ୍ୟ ସେମାନଙ୍କ ସହିତ ସମୟ ବିତାଉ ଏବଂ ଉତ୍ତମ ମନୋରଞ୍ଜନର ଆନନ୍ଦ ନେଉ । ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କ ସହିତ ସଙ୍ଗତି ଆମ ଉପରେ କʼଣ ଭଲ ପ୍ରଭାବ ପକାଏ ? ଆମେ ଜଣେ ଅନ୍ୟକୁ ଆହୁରି ସମ୍ମାନ କରୁ, ଯାହାଦ୍ୱାରା ଆମ ମଧ୍ୟରେ ପ୍ରେମ ଗଭୀର ହୁଏ । ଯେତେବେଳେ ସେମାନଙ୍କ ମଧ୍ୟରୁ କେହି ସମସ୍ୟାର ସାମନା କରନ୍ତି, ଆମେ ପ୍ରକୃତ ମିତ୍ର ଭାବରେ ସାଙ୍ଗେ ସାଙ୍ଗେ ସେମାନଙ୍କୁ ସାହାଯ୍ୟ କରୁ । (ହିତୋପଦେଶ ୧୭:୧୭) ମଣ୍ଡଳୀରେ ସମସ୍ତଙ୍କ ସହିତ ସଙ୍ଗତି କରିବା ଦ୍ୱାରା, ଆମେ ଦେଖାଉ ଯେ ଆମେ “ପରସ୍ପରର ମଙ୍ଗଳ ଚିନ୍ତା” କରୁ ।—୧ କରିନ୍ଥୀୟ ୧୨:୨୫, ୨୬.

ଆମେ ଆପଣଙ୍କୁ ଉତ୍ସାହିତ କରୁଛୁ ଯେ ଯେଉଁମାନେ ଈଶ୍ୱରଙ୍କ ଇଚ୍ଛା ପୂରଣ କରୁଛନ୍ତି, ସେମାନଙ୍କ ସହିତ ମିତ୍ରତା କରନ୍ତୁ । ଯିହୋବାଙ୍କ ସାକ୍ଷୀମାନଙ୍କ ମଧ୍ୟରେ ଆପଣ ଏପରି ମିତ୍ର ପାଇପାରିବେ । ଦୟାକରି ଆପଣ ଆମ ସହିତ ସଙ୍ଗତି କରିବାରେ କୌଣସି ବି ବାଧା ଆସିବାକୁ ଦିଅନ୍ତୁ ନାହିଁ ।

  • ସଭାରେ ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କ ସହିତ ସଙ୍ଗତି କରିବା ଦ୍ୱାରା କାହିଁକି ଆମର ଲାଭ ହୁଏ ?

  • ଆପଣ ଆମ ସଭାକୁ କେବେ ଆସିବାକୁ ଚାହିଁବେ ?