इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୮

ଆମ ସଭାଗୁଡ଼ିକରେ ନିଜ ପୋଷାକ ପ୍ରତି ଆମେ କାହିଁକି ଧ୍ୟାନ ଦେଉ ?

ଆମ ସଭାଗୁଡ଼ିକରେ ନିଜ ପୋଷାକ ପ୍ରତି ଆମେ କାହିଁକି ଧ୍ୟାନ ଦେଉ ?

ଆଇସ୍‌ଲ୍ୟାଣ୍ଡ

ମେକ୍ସିକୋ

ଗିନି-ବିସାଉ

ଫିଲିପିନ୍‌ସ

ଏହି ପୁସ୍ତିକାରେ ଥିବା ଚିତ୍ରଗୁଡ଼ିକରେ କʼଣ ଆପଣ ଧ୍ୟାନ ଦେଇଛନ୍ତି ଯେ ଯିହୋବାଙ୍କ ସାକ୍ଷୀମାନେ ସଭା ପାଇଁ କେତେ ଭଲ ଭାବରେ ପ୍ରସ୍ତୁତ ହୁଅନ୍ତି ? ଆମେ ଆମ ପୋଷାକ ଏବଂ ସଜବାଜ ପ୍ରତି କାହିଁକି ଏତେ ଧ୍ୟାନ ଦେଉ ?

ଆମେ ଆମ ଈଶ୍ୱରଙ୍କୁ ସମ୍ମାନ ଦେବାକୁ ଚାହୁଁ । ଏହା ସତ ଯେ ଈଶ୍ୱର ଆମ ବାହାର ରୂପକୁ ଦେଖନ୍ତି ନାହିଁ, ସେ ଆମର ହୃଦୟକୁ ଦେଖନ୍ତି । (୧ ଶାମୁୟେଲ ୧୬:୭) ତଥାପି ଯେତେବେଳେ ଆମେ ତାଙ୍କ ଉପାସନା ପାଇଁ ଏକାଠି ହେଉ, ଆମେ ଭଲ ଓ ସଫାସୁତୁରା ପୋଷାକ ପିନ୍ଧିବାକୁ ଚାହୁଁ । ଏହାଦ୍ୱାରା ଆମେ ଈଶ୍ୱରଙ୍କ ଏବଂ ନିଜ ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କ ପ୍ରତି ସମ୍ମାନ ଦେଖାଉ । କଳ୍ପନା କରନ୍ତୁ, ଯଦି ଆପଣ ନିଜ ଦେଶର ରାଜା କିମ୍ବା ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯିବେ, ତେବେ କʼଣ ନିଜ ପୋଷାକ ପ୍ରତି ଧ୍ୟାନ ଦେବେ ନାହିଁ ? ନିଶ୍ଚୟ ଦେବେ । ଠିକ୍‌ ସେହିପରି ଯେତେବେଳେ ଆମେ ସଭାରେ ଭଲ ପୋଷାକ ପିନ୍ଧୁ, ଆମେ “ସମସ୍ତ ପୃଥିବୀର ବିଚାରକର୍ତ୍ତା” ଯିହୋବା ଏବଂ ଆମ ଉପାସନାର ଜାଗାକୁ ସମ୍ମାନ ଦେଉ ।—ଆଦି ପୁସ୍ତକ ୧୮:୨୫.

ଆମେ ଦେଖାଉ ଯେ ଆମ ଚାଲିଚଳନର ସ୍ତର କʼଣ ଅଟେ । ବାଇବଲ ଖ୍ରୀଷ୍ଟିୟାନମାନଙ୍କୁ “ଲଜ୍ଜା ଏବଂ ସୁବୁଦ୍ଧି ସହକାରେ” ପୋଷାକ ପିନ୍ଧିବା ପାଇଁ ପ୍ରୋତ୍ସାହନ କରେ । (୧ ତୀମଥି ୨:୯, ୧୦) ‘ଲଜ୍ଜା ସହକାରେ’ ସଜବାଜ ହେବାର ଅର୍ଥ ଏମିତି ପୋଷାକ ପିନ୍ଧିବା ଉଚିତ୍‌ ନୁହେଁ, ଯାହା ଦେଖାଣିଆ, ବେଢଙ୍ଗ, ଉତ୍ତେଜକ ଏବଂ ଯାହା ଅନ୍ୟମାନଙ୍କ ଧ୍ୟାନ ଆକର୍ଷଣ କରେ । ଯଦି ଆମେ ‘ସୁବୁଦ୍ଧି ସହକାରେ’ ଚାଲିବା ତେବେ ଏମିତି ପୋଷାକ ବାଛିବା, ଯାହା ଦେଖିବାକୁ ଭଲ ଓ ସଭ୍ୟ ହୋଇଥିବ ଏବଂ ଯାହା ଖ୍ରୀଷ୍ଟିୟାନମାନଙ୍କୁ ଶୋଭା ଦିଏ । ବାଇବଲର ଏହି ସ୍ତର ଅନୁସାରେ ଚାଲିବାର ଅର୍ଥ ଏହା ନୁହେଁ ଯେ ଆମେ ବିଲକୁଲ୍‌ ସାଦା ପୋଷାକ ପିନ୍ଧିବା । ଆମେ ମର୍ଯ୍ୟାଦାର ସୀମା ଭିତରେ ରହି ଭିନ୍ନ ଭିନ୍ନ ପ୍ରକାରର ପୋଷାକ ପିନ୍ଧିପାରିବା । ଆମ ଭଦ୍ର ଓ ସଭ୍ୟ ପୋଷାକ ଦ୍ୱାରା “ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଶିକ୍ଷାର” ଶୋଭା ଏବଂ ‘ତାଙ୍କ ଗୌରବ’ ବଢ଼ାଇପାରିବା । (ତୀତସ ୨:୧୦; ୧ ପିତର ୨:୧୨) ଆମେ ସଭା ପାଇଁ ଯେଉଁ ପ୍ରକାର ପୋଷାକ ପିନ୍ଧୁ ଏବଂ ସଜବାଜ ହେଉ, ତାହା ଦେଖି ଲୋକେ ଯିହୋବାଙ୍କ ଉପାସନା ପ୍ରତି ହୁଏତ ଭଲ କିମ୍ବା ଖରାପ ମତ ରଖିପାରନ୍ତି ।

ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ପାଖରେ ସଭା ପାଇଁ ଭଲ ପୋଷାକ ନାହିଁ, ତେବେ ଏହି କାରଣ ଯୋଗୁଁ ରାଜ୍ୟଘରକୁ ଆସିବା ପାଇଁ ସଂକୋଚ କରନ୍ତୁ ନାହିଁ । ଭଲ, ସଫାସୁତୁରା ଏବଂ ଅବସର ଅନୁସାରେ ଉପଯୁକ୍ତ ପୋଷାକ ପିନ୍ଧିବା ପାଇଁ ସେସବୁ ଦାମୀ ହେବା ଜରୁରୀ ନୁହଁ ।

  • ଯେତେବେଳେ ଆମେ ଈଶ୍ୱରଙ୍କ ଉପାସନା ପାଇଁ ଏକାଠି ହେଉ, ସେତେବେଳେ ନିଜ ପୋଷାକ ପ୍ରତି ଧ୍ୟାନ ଦେବା କାହିଁକି ଜରୁରୀ ଅଟେ ?

  • ପୋଷାକ ଏବଂ ସଜବାଜ ହେବା ବିଷୟରେ ସଠିକ୍‌ ନିର୍ଣ୍ଣୟ କରିବା ପାଇଁ କେଉଁ ସିଦ୍ଧାନ୍ତ ଆମକୁ ସାହାଯ୍ୟ କରେ ?