इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୧୨

ରାଜ୍ୟର ପ୍ରଚାର କାମକୁ କିପରି ସଂଗଠିତ କରାଯାଏ ?

ରାଜ୍ୟର ପ୍ରଚାର କାମକୁ କିପରି ସଂଗଠିତ କରାଯାଏ ?

ସ୍ପେନ

ବେଲାରସ୍‌

ହଙ୍ଗ୍‌ କଙ୍ଗ୍‌

ପେରୁ

ଯୀଶୁ ନିଜ ମୃତ୍ୟୁର କିଛି ସମୟ ପୂର୍ବେ କହିଥିଲେ, “ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍‌ପରେ ଯୁଗାନ୍ତ ହେବ ।” (ମାଥିଉ ୨୪:୧୪) ସାରା ପୃଥିବୀରେ ଏହି ପ୍ରଚାର କାମ କେମିତି କରାଯିବ ? ଯୀଶୁ ପୃଥିବୀରେ ଥିବା ସମୟରେ ଯେଉଁ ଉଦାହରଣ ରଖିଥିଲେ, ତାକୁ ଅନୁକରଣ କରିବା ଦ୍ୱାରା ।—ଲୂକ ୮:୧.

ଆମେ ଘର ଘର ଯାଇ ଲୋକଙ୍କୁ ସାକ୍ଷାତ କରିବାକୁ ଚେଷ୍ଟା କରୁ । ଯୀଶୁ ନିଜ ଶିଷ୍ୟମାନଙ୍କୁ ଘର ଘର ଯାଇ ଖୁସିର ଖବର ପ୍ରଚାର କରିବାକୁ ଶିଖାଇଥିଲେ । (ମାଥିଉ ୧୦:୧୧-୧୩; ପ୍ରେରିତ ୫:୪୨; ୨୦:୨୦) ପ୍ରଥମ ଶତାବ୍ଦୀର ପ୍ରଚାରକମାନଙ୍କୁ ପ୍ରଚାର କରିବା ପାଇଁ ନିର୍ଦ୍ଦିଷ୍ଟ ଅଞ୍ଚଳ ଦିଆଯାଇଥିଲା । (ମାଥିଉ ୧୦:୫, ୬; ୨ କରିନ୍ଥୀୟ ୧୦:୧୩) ସେହିପରି ଆଜି ମଧ୍ୟ ଆମ ପ୍ରଚାର କାମକୁ ଭଲ ଭାବେ ସଂଗଠିତ କରାଯାଇଛି । ପ୍ରତ୍ୟେକ ମଣ୍ଡଳୀକୁ ପ୍ରଚାର କରିବା ପାଇଁ ଗୋଟିଏ ଅଞ୍ଚଳ ଦିଆଯାଏ, ଯେଉଁଠାରେ ମଣ୍ଡଳୀର ଭାଇଭଉଣୀମାନେ ଘର ଘର ଯାଇ ସୁସମାଚାର ଶୁଣାନ୍ତି । ଏପରି କରିବା ଦ୍ୱାରା ଆମେ ଯୀଶୁଙ୍କ ଏହି ଆଜ୍ଞା ପୂରା କରିଥାଉ, ‘ଲୋକମାନଙ୍କ ନିକଟରେ ପ୍ରଚାର କର ଏବଂ ସାକ୍ଷ୍ୟ ଦିଅ ।’—ପ୍ରେରିତ ୧୦:୪୨.

ଆମେ ପ୍ରତ୍ୟେକ ଜାଗାରେ ଲୋକଙ୍କ ସହିତ କଥା ହେବା ପାଇଁ ଚେଷ୍ଟା କରୁ । ଘର ଘର ଯାଇ ପ୍ରଚାର କରିବା ସହିତ ଯୀଶୁ ସାର୍ବଜନିକ ଜାଗାଗୁଡ଼ିକରେ ମଧ୍ୟ ପ୍ରଚାର କରିଥିଲେ, ଯେପରି ସମୁଦ୍ର କୂଳରେ କିମ୍ବା କୂଅ ନିକଟରେ । (ମାର୍କ ୪:୧; ଯୋହନ ୪:୫-୧୫) ଆଜି ଆମେ ମଧ୍ୟ ପ୍ରତ୍ୟେକ ଜାଗାରେ ଲୋକଙ୍କୁ ବାଇବଲ ବିଷୟରେ କହିଥାଉ, ଯେପରି ରାସ୍ତା କଡ଼ରେ, ବଜାରରେ, ପାର୍କରେ କିମ୍ବା ଟେଲିଫୋନ୍‌ ଜରିଆରେ । ସୁଯୋଗ ମିଳିଲେ ଆମେ ନିଜ ପଡ଼ୋଶୀ, ସାଙ୍ଗରେ କାମ କରୁଥିବା ବ୍ୟକ୍ତି, ସ୍କୁଲରେ ପଢ଼ୁଥିବା ସାଙ୍ଗ ଏବଂ ନିଜ ସମ୍ପର୍କୀୟମାନଙ୍କୁ ମଧ୍ୟ ଏହି ବିଷୟରେ କହିଥାଉ । ଆମର ଏହି ଚେଷ୍ଟା ବଳରେ ଆଜି ସାରା ପୃଥିବୀରେ ଲକ୍ଷ ଲକ୍ଷ ଲୋକ ‘ପରିତ୍ରାଣର ସୁସମାଚାର’ ଶୁଣିପାରିଛନ୍ତି ।—ଗୀତସଂହିତା ୯୬:୨.

ଆପଣ କାହାରିକୁ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ଏବଂ ଏହା ତାଙ୍କ ଭବିଷ୍ୟତ ପାଇଁ କʼଣ ଅର୍ଥ ରଖେ, ତାʼ ବିଷୟରେ କହିବାକୁ ଚାହାନ୍ତି କି ? ତେବେ ଯଥାଶୀଘ୍ର ଏହି ଆଶା ବିଷୟରେ ତାଙ୍କୁ କହନ୍ତୁ ।

  • କେଉଁ “ସୁସମାଚାର” ପ୍ରଚାର କରାଯିବା ଅତି ଜରୁରୀ ଅଟେ ?

  • ପ୍ରଚାର କରିବାରେ ଯୀଶୁ ଯେଉଁ ନମୁନା ରଖିଛନ୍ତି, ତାହାକୁ ଯିହୋବାଙ୍କ ସାକ୍ଷୀମାନେ କିପରି ଅନୁକରଣ କରୁଛନ୍ତି ?