इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୧୩

ଅଗ୍ରଦୂତ କାହାକୁ କହନ୍ତି ?

ଅଗ୍ରଦୂତ କାହାକୁ କହନ୍ତି ?

କାନାଡ଼ା

ଘର ଘର ପ୍ରଚାର

ବାଇବଲ ଅଧ୍ୟୟନ

ବ୍ୟକ୍ତିଗତ ଅଧ୍ୟୟନ

ସାଧାରଣତଃ, ଯିଏ କୌଣସି ଏକ ନୂଆ ଅଞ୍ଚଳକୁ ଯାଇ ପ୍ରଥମେ କାମ ଆରମ୍ଭ କରେ ଏବଂ ଅନ୍ୟମାନଙ୍କ ପାଇଁ ସୁଯୋଗ ତିଆରି କରେ, ତାହାକୁ “ଅଗ୍ରଦୂତ” କୁହାଯାଏ । ଯୀଶୁ ମଧ୍ୟ ଜଣେ ଅଗ୍ରଦୂତ ଭଳି ଥିଲେ, କାରଣ ତାଙ୍କୁ ପୃଥିବୀରେ ସେବା କରିବା ପାଇଁ ପଠାଯାଇଥିଲା ଏବଂ ସେ ନିଜ ସେବା ଦ୍ୱାରା ମଣିଷମାନଙ୍କ ପାଇଁ ମୁକ୍ତି ପାଇବାର ରାସ୍ତା ତିଆରି କଲେ । (ମାଥିଉ ୨୦:୨୮) ଆଜି ଯୀଶୁଙ୍କ ଶିଷ୍ୟମାନେ ତାଙ୍କୁ ଅନୁକରଣ କରି ‘ଶିଷ୍ୟ କରିବା’ କାମରେ ଅଧିକରୁ ଅଧିକ ସମୟ ବିତାଉଛନ୍ତି । (ମାଥିଉ ୨୮:୧୯, ୨୦) ଏପରିକି କେତେକ ଅଗ୍ରଦୂତ ସେବା ମଧ୍ୟ କରୁଛନ୍ତି ।

ଅଗ୍ରଦୂତ ପୂର୍ଣ୍ଣ ସମୟର ପ୍ରଚାରକ ଅଟନ୍ତି । ସମସ୍ତ ଯିହୋବାଙ୍କ ସାକ୍ଷୀ ଖୁସିର ଖବର ପ୍ରଚାର କରନ୍ତି । କିନ୍ତୁ କିଛି ଲୋକେ ଏମିତି କାର୍ଯ୍ୟସୂଚୀ ତିଆରି କରିଛନ୍ତି, ଯାହାଦ୍ୱାରା ସେମାନେ ଅଗ୍ରଦୂତ ଭାବେ ସେବା କରିପାରିବେ ଅର୍ଥାତ୍‌ ପ୍ରତି ମାସ ପ୍ରଚାରରେ ୭୦ ଘଣ୍ଟା ବିତାଇପାରିବେ । ଏହା ପାଇଁ କେତେକ ଅଗ୍ରଦୂତ ପୂରା ଦିନ ଚାକିରୀ କରିବା ବଦଳରେ କେବଳ କିଛି ଘଣ୍ଟା ହିଁ କାମ କରନ୍ତି । କିଛି ପ୍ରଚାରକଙ୍କୁ ବିଶେଷ ଅଗ୍ରଦୂତ ଭାବରେ ସେବା କରିବା ପାଇଁ ନିଯୁକ୍ତ କରାଯାଏ ଏବଂ ରାଜ୍ୟ ପ୍ରଚାରକଙ୍କ ଅଧିକ ଆବଶ୍ୟକତା ଥିବା ଅଞ୍ଚଳଗୁଡ଼ିକୁ ପଠାଯାଏ । ଏହି ବିଶେଷ ଅଗ୍ରଦୂତମାନେ ପ୍ରଚାରରେ ପ୍ରତି ମାସ ୧୩୦ ଘଣ୍ଟା କିମ୍ବା ତାʼଠାରୁ ବେଶି ସମୟ ବିତାନ୍ତି । ଅଗ୍ରଦୂତମାନେ ନିଜ ଜୀବନକୁ ସରଳ କରି ଖୁସିରେ ରହନ୍ତି । ସେମାନେ ସମ୍ପୂର୍ଣ୍ଣ ଭରସା ରଖନ୍ତି ଯେ ଯିହୋବା ତାଙ୍କ ମୌଳିକ ଆବଶ୍ୟକତା ନିଶ୍ଚୟ ପୂରଣ କରିବେ । (ମାଥିଉ ୬:୩୧-୩୩; ୧ ତୀମଥି ୬:୬-୮) ଯେଉଁମାନେ ପୂର୍ଣ୍ଣ ସମୟ ଅଗ୍ରଦୂତ ସେବା କରିପାରନ୍ତି ନାହିଁ, ସେମାନେ ନିଜ ପରିସ୍ଥିତିକୁ ଧ୍ୟାନରେ ରଖି ସମୟ ସମୟରେ ସହାୟକ ଅଗ୍ରଦୂତ ଭାବରେ ସେବା କରିପାରନ୍ତି । ଯେଉଁ ମାସରେ ସେମାନେ ସହାୟକ ଅଗ୍ରଦୂତ ଭାବରେ ସେବା କରନ୍ତି, ସେହି ମାସ ପ୍ରଚାରରେ ୩୦ କିମ୍ବା ୫୦ ଘଣ୍ଟା ବିତାନ୍ତି ।

ଈଶ୍ୱର ଏବଂ ଲୋକମାନଙ୍କ ପ୍ରତି ପ୍ରେମ ଜଣେ ଅଗ୍ରଦୂତକୁ ପ୍ରେରଣା ଦିଏ । ଯୀଶୁଙ୍କ ଭଳି ଆମେ ମଧ୍ୟ ଆଜି ଦେଖିଥାଉ ଯେ ଲୋକଙ୍କୁ ଈଶ୍ୱର ଏବଂ ତାଙ୍କ ଉଦ୍ଦେଶ୍ୟ ବିଷୟରେ ଜାଣିବା କେତେ ଆବଶ୍ୟକ ଅଟେ । (ମାର୍କ ୬:୩୪) ଆମ ପାଖରେ ସେହି ଜ୍ଞାନ ଅଛି, ଯାହା ସେମାନଙ୍କୁ ଆଜି ସାହାଯ୍ୟ କରିବା ସହିତ ଭବିଷ୍ୟତ ପାଇଁ ମଧ୍ୟ ଏକ ନିଶ୍ଚିତ ଆଶା ଦେଇପାରିବ । ଜଣେ ଅଗ୍ରଦୂତଙ୍କୁ ପଡ଼ୋଶୀଙ୍କ ପ୍ରତି ପ୍ରେମ ହିଁ ଅନ୍ୟମାନଙ୍କୁ ଖୁସିର ଖବର ଶୁଣାଇବାରେ ନିଜ ସମ୍ପୂର୍ଣ୍ଣ ଶକ୍ତି ଓ ସମୟ ଲଗାଇବାକୁ ପ୍ରେରଣା ଦିଏ । (ମାଥିଉ ୨୨:୩୯; ୧ ଥେସଲନୀକୀୟ ୨:୮) ଏହି କାମ ଦ୍ୱାରା ଜଣେ ଅଗ୍ରଦୂତଙ୍କ ନିଜ ବିଶ୍ୱାସ ମଜବୁତ୍‌ ହୁଏ, ସେ ଈଶ୍ୱରଙ୍କ ପାଖକୁ ଆସନ୍ତି ଏବଂ ତାଙ୍କୁ ବହୁତ ଖୁସି ମିଳେ ।—ପ୍ରେରିତ ୨୦:୩୫.

  • ଅଗ୍ରଦୂତ କାହାକୁ କହନ୍ତି, ବୁଝାନ୍ତୁ ?

  • କିଛି ଲୋକଙ୍କୁ ପୂର୍ଣ୍ଣ ସମୟ ସେବା କରିବା ପାଇଁ କʼଣ ପ୍ରେରଣା ଦିଏ ?