इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୧୭

ସର୍କିଟ ଅଧ୍ୟକ୍ଷମାନେ କିପରି ଆମକୁ ସାହାଯ୍ୟ କରନ୍ତି ?

ସର୍କିଟ ଅଧ୍ୟକ୍ଷମାନେ କିପରି ଆମକୁ ସାହାଯ୍ୟ କରନ୍ତି ?

ମାଲାୱୀ

ସେବା ସମୂହ

ପ୍ରଚାର ସେବା

ପ୍ରାଚୀନମାନଙ୍କ ବୈଠକ

ବାଇବଲର ଗ୍ରୀକ୍‌ ଶାସ୍ତ୍ରରେ ଅନେକ ଥର ବର୍ଣ୍ଣବ୍‌ବା ଓ ପ୍ରେରିତ ପାଉଲଙ୍କ ବିଷୟରେ କୁହାଯାଇଛି । ସେ ଦୁହେଁ ଭ୍ରମଣକାରୀ ଅଧ୍ୟକ୍ଷ ଭାବରେ ସେବା କରୁଥିଲେ ଏବଂ ଆରମ୍ଭର ମଣ୍ଡଳୀଗୁଡ଼ିକୁ ପରିଦର୍ଶନ କରିବାକୁ ଯାଉଥିଲେ । କାହିଁକି ? କାରଣ ସେମାନେ ନିଜ ଭାଇଭଉଣୀଙ୍କ ବିଷୟରେ ପ୍ରକୃତରେ ଚିନ୍ତା କରୁଥିଲେ । ପାଉଲ କହିଲେ ଯେ ସେ ‘ଫେରିଯାଇ ଭାଇମାନଙ୍କୁ ସାକ୍ଷାତ କରି, ସେମାନେ କିପ୍ରକାରେ ଅଛନ୍ତି ଦେଖିବାକୁ’ ଚାହାନ୍ତି । ସେ ନିଜ ଭାଇଭଉଣୀଙ୍କୁ ସାକ୍ଷାତ କରିବା ଏବଂ ସେମାନଙ୍କ ସାହସ ବଢ଼ାଇବା ପାଇଁ ଶହ ଶହ କିଲୋମିଟର ଯାତ୍ରା କରିବାକୁ ପ୍ରସ୍ତୁତ ଥିଲେ । (ପ୍ରେରିତ ୧୫:୩୬) ଆଜି ସର୍କିଟ ଅଧ୍ୟକ୍ଷମାନଙ୍କଠାରେ ମଧ୍ୟ ସେହି ମନୋଭାବ ରହିଛି ।

ସେମାନେ ଆମର ଉତ୍ସାହ ବଢ଼ାଇବା ପାଇଁ ଆସନ୍ତି । ଜଣେ ସର୍କିଟ ଅଧ୍ୟକ୍ଷ ୬ ମାସରେ ଥରେ ପ୍ରାୟ ୨୦ଟି ମଣ୍ଡଳୀକୁ ପରିଦର୍ଶନ କରନ୍ତି ଏବଂ ପ୍ରତ୍ୟେକ ମଣ୍ଡଳୀରେ ଗୋଟିଏ ସପ୍ତାହ ରହନ୍ତି । ଏହି ଅନୁଭବୀ ଭାଇମାନଙ୍କଠାରୁ ଏବଂ ଯଦି ସେମାନେ ବିବାହିତ, ତେବେ ସେମାନଙ୍କ ପତ୍ନୀଙ୍କଠାରୁ ମଧ୍ୟ ଆମକୁ ଅନେକ କଥା ଶିଖିବାକୁ ମିଳେ । ସେମାନେ ଛୋଟବଡ଼ ସମସ୍ତଙ୍କ ସହିତ ପରିଚିତ ହେବା ପାଇଁ ଚେଷ୍ଟା କରନ୍ତି । ସେମାନେ ଆମ ସହିତ ପ୍ରଚାର ଏବଂ ବାଇବଲ ଅଧ୍ୟୟନରେ ଯିବା ପାଇଁ ସବୁବେଳେ ପ୍ରସ୍ତୁତ ଥାʼନ୍ତି । ଏହି ଅଧ୍ୟକ୍ଷମାନେ ପ୍ରାଚୀନମାନଙ୍କ ସହିତ ମିଶି ମଣ୍ଡଳୀର ଭାଇଭଉଣୀଙ୍କ ଉତ୍ସାହ ବଢ଼ାଇବା କିମ୍ବା ପରାମର୍ଶ ଦେବା ପାଇଁ ପ୍ରତିପାଳକ ଭେଟ କରନ୍ତି । ତାʼ ସହିତ, ସଭା ଏବଂ ସମ୍ମିଳନୀଗୁଡ଼ିକରେ ଭାଷଣ ମାଧ୍ୟମରେ ଆମ ସାହସ ବଢ଼ାଇଥାʼନ୍ତି ।—ପ୍ରେରିତ ୧୫:୩୫.

ସେମାନେ ସମସ୍ତଙ୍କ ପ୍ରତି ଆଗ୍ରହ ଦେଖାନ୍ତି । ମଣ୍ଡଳୀର ସମସ୍ତେ ଈଶ୍ୱରଙ୍କ ସେବାରେ କିପରି ଉନ୍ନତି କରୁଛନ୍ତି, ସର୍କିଟ ଅଧ୍ୟକ୍ଷମାନେ ତାହା ଜାଣିବାକୁ ଭାରି ଇଚ୍ଛୁକ ଥାʼନ୍ତି । ଏହା ପାଇଁ ସେମାନେ ପ୍ରାଚୀନ ଏବଂ ସହାୟକ ସେବକମାନଙ୍କ ସହିତ ଏକ ବୈଠକ ରଖନ୍ତି । ଏହି ସମୟରେ ସର୍କିଟ ଅଧ୍ୟକ୍ଷମାନେ ସେମାନଙ୍କୁ ନିଜ ଦାୟିତ୍ୱଗୁଡ଼ିକୁ ଆହୁରି ଭଲ ଭାବେ ତୁଲାଇବା ପାଇଁ ବ୍ୟବହାରିକ ନିର୍ଦ୍ଦେଶ ଦିଅନ୍ତି । ଏହା ଛଡ଼ା, ସେମାନେ ଅଗ୍ରଦୂତମାନଙ୍କୁ ନିଜ ସେବାରେ ସଫଳତା ଏବଂ ଖୁସି ପାଇବାରେ ସାହାଯ୍ୟ କରିଥାʼନ୍ତି । ମଣ୍ଡଳୀରେ ଆସୁଥିବା ନୂଆ ଲୋକଙ୍କ ସହିତ ସାକ୍ଷାତ କରିବାକୁ ଏବଂ ସେମାନେ ସତ୍ୟରେ କେମିତି ଉନ୍ନତି କରୁଛନ୍ତି, ତାହା ଶୁଣିବାକୁ ସେମାନଙ୍କୁ ଭାରି ଭଲ ଲାଗେ । ପ୍ରତ୍ୟେକ ସର୍କିଟ ଅଧ୍ୟକ୍ଷ ଆମ ମଙ୍ଗଳ ପାଇଁ ‘ଆମ ସହକର୍ମୀ’ ହୋଇ ନିଜକୁ ଖୁସିର ସହିତ ଉତ୍ସର୍ଗ କରି ଦିଅନ୍ତି । (୨ କରିନ୍ଥୀୟ ୮:୨୩) ଆମେ ସେମାନଙ୍କ ବିଶ୍ୱାସ ଏବଂ ଈଶ୍ୱରଙ୍କ ପ୍ରତି ଭକ୍ତିର ଉଦାହରଣକୁ ଅନୁକରଣ କରିବା ଉଚିତ୍‌ ।—ଏବ୍ରୀ ୧୩:୭.

  • ସର୍କିଟ ଅଧ୍ୟକ୍ଷମାନେ କେଉଁ ଉଦ୍ଦେଶ୍ୟରେ ମଣ୍ଡଳୀଗୁଡ଼ିକୁ ପରିଦର୍ଶନ କରନ୍ତି ?

  • ସେମାନଙ୍କ ପରିଦର୍ଶନରୁ ଆପଣ କିପରି ଲାଭ ପାଇପାରିବେ ?