इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୨୨

ଶାଖା କାର୍ଯ୍ୟାଳୟରେ କʼଣ କରାଯାଏ ?

ଶାଖା କାର୍ଯ୍ୟାଳୟରେ କʼଣ କରାଯାଏ ?

ସୋଲୋମନ ଦ୍ୱୀପ ସମୂହ

କାନାଡ଼ା

ଦକ୍ଷିଣ ଆଫ୍ରିକା

ଶାଖା କାର୍ଯ୍ୟାଳୟ ଗୋଟିଏ କିମ୍ବା ତାʼଠାରୁ ଅଧିକ ଦେଶରେ ଚାଲୁଥିବା ପ୍ରଚାର କାମକୁ ଦେଖାଶୁଣା କରେ । ଏହି କାମକୁ ସାହାଯ୍ୟ କରିବା ପାଇଁ ବୈଥେଲ ପରିବାରର ସଦସ୍ୟମାନେ ଭିନ୍ନ ଭିନ୍ନ ବିଭାଗଗୁଡ଼ିକରେ ସେବା କରନ୍ତି । ସେମାନେ ଅନୁବାଦ କରିବା, ପତ୍ରିକା ଛାପିବା, ବହି ବନ୍ଧେଇ କରିବା, ପ୍ରକାଶନ ଭଣ୍ଡାର ସମ୍ଭାଳିବା, ଅଡିଓ/ଭିଡିଓ ତିଆରି କରିବା, କିମ୍ବା ଶାଖା କାର୍ଯ୍ୟାଳୟ ଅଞ୍ଚଳରେ ଅନ୍ୟାନ୍ୟ ଆବଶ୍ୟକତାଗୁଡ଼ିକର ଧ୍ୟାନ ରଖିବାରେ ସାହାଯ୍ୟ କରନ୍ତି ।

ଶାଖା ସମିତି ସମସ୍ତ କାମର ତତ୍ତ୍ୱାବଧାନ କରେ । ପ୍ରଶାସନ ଦଳ ପ୍ରତ୍ୟେକ ଶାଖା କାର୍ଯ୍ୟାଳୟରେ ହେଉଥିବା କାମର ତତ୍ତ୍ୱାବଧାନ ଶାଖା ସମିତିକୁ ଦିଏ । ଏହି ସମିତି ତିନି କିମ୍ବା ତାʼଠାରୁ ଅଧିକ ଦକ୍ଷ ଏବଂ ଅନୁଭବୀ ପ୍ରାଚୀନମାନଙ୍କୁ ନେଇ ଗଠିତ ହୋଇଥାଏ । ଏହା ନିଜ ଅଞ୍ଚଳରେ ହେଉଥିବା ପ୍ରଚାର କାମ ବିଷୟରେ ପ୍ରଶାସନ ଦଳକୁ ଜଣାଏ । ଯଦି କୌଣସି ସମସ୍ୟା ଦେଖାଦିଏ, ତେବେ ଏହା ବିଷୟରେ ମଧ୍ୟ ସେମାନଙ୍କୁ ଖବର ଦିଏ । ଏହିସବୁ ରିପୋର୍ଟରୁ ପ୍ରଶାସନ ଦଳକୁ ଏହା ନିର୍ଣ୍ଣୟ କରିବା ପାଇଁ ସାହାଯ୍ୟ ମିଳେ ଯେ ଆସନ୍ତା ପ୍ରକାଶନ, ସଭା ଓ ସମ୍ମିଳନୀଗୁଡ଼ିକରେ କେଉଁ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା କରାଯିବା ଉଚିତ୍‌ । ବିଭିନ୍ନ ଶାଖାଗୁଡ଼ିକର ପରିଦର୍ଶନ କରିବା ଏବଂ ଶାଖା ସମିତିଗୁଡ଼ିକୁ ନିଜ ଦାୟିତ୍ୱ ସମ୍ଭାଳିବା ପାଇଁ ପ୍ରଶାସନ ଦଳ ନିଜ ପ୍ରତିନିଧିମାନଙ୍କୁ ନିୟମିତ ଭାବେ ପଠାଇଥାଏ । (ହିତୋପଦେଶ ୧୧:୧୪) ଏହି ସମୟରେ ସେହି ଶାଖା ଅଞ୍ଚଳରେ ରହୁଥିବା ଲୋକଙ୍କ ଉତ୍ସାହ ବଢ଼ାଇବା ପାଇଁ ଗୋଟିଏ ବିଶେଷ କାର୍ଯ୍ୟକ୍ରମ ରଖାଯାଏ, ଯେଉଁଥିରେ ବିଶ୍ୱ ପ୍ରଶାସନିକ କେନ୍ଦ୍ରର ଜଣେ ପ୍ରତିନିଧିଙ୍କ ଏକ ଭାଷଣ ମଧ୍ୟ ଶୁଶିବାକୁ ମିଳେ ।

ଶାଖା କାର୍ଯ୍ୟାଳୟ ନିଜ ଅଞ୍ଚଳର ମଣ୍ଡଳୀଗୁଡ଼ିକୁ ସହଯୋଗ କରେ । ଯଦି କୌଣସି ନୂଆ ମଣ୍ଡଳୀ ଆରମ୍ଭ କରାଯାଏ, ତେବେ ଶାଖା କାର୍ଯ୍ୟାଳୟରେ ଦାୟିତ୍ୱବାନ ଭାଇମାନେ ଏହାର ମଞ୍ଜୁରି ଦିଅନ୍ତି । ଏହା ସହିତ, ସେମାନେ ଶାଖା ଅଞ୍ଚଳରେ ସେବା କରୁଥିବା ଅଗ୍ରଦୂତ, ମିଶନାରୀ ଏବଂ ସର୍କିଟ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଅନ୍ତି । ସେମାନେ ସମ୍ମିଳନୀ ଓ ଅଧିବେଶନଗୁଡ଼ିକର ଆୟୋଜନ କରନ୍ତି, ନୂଆ ରାଜ୍ୟଘର ନିର୍ମାଣ କାମର ଦେଖାଶୁଣା କରନ୍ତି ଏବଂ ଏହା ମଧ୍ୟ ଧ୍ୟାନ ଦିଅନ୍ତି ଯେ ମଣ୍ଡଳୀଗୁଡ଼ିକର ଆବଶ୍ୟକତା ଅନୁସାରେ ସେମାନଙ୍କ ପାଖକୁ ପ୍ରକାଶନଗୁଡ଼ିକ ପଠାଯାଉ । ଶାଖା କାର୍ଯ୍ୟାଳୟରେ କରାଯାଉଥିବା ପ୍ରତ୍ୟେକ କାମ ଯୋଗୁଁ ପ୍ରଚାର କାମକୁ ଉତ୍ତମ ବ୍ୟବସ୍ଥା ଅନୁସାରେ କରିବା ପାଇଁ ସାହାଯ୍ୟ ମିଳେ ।—୧ କରିନ୍ଥୀୟ ୧୪:୩୩, ୪୦.

  • ଶାଖା ସମିତି କିପରି ପ୍ରଶାସନ ଦଳକୁ ସହଯୋଗ କରେ ?

  • ଶାଖା କାର୍ଯ୍ୟାଳୟରେ କʼଣ କʼଣ କାମ କରାଯାଏ ?