इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୨୬

ରାଜ୍ୟଘରକୁ ଭଲ ସ୍ଥିତିରେ ରଖିବା ପାଇଁ ଆମେ କʼଣ କରିପାରିବା ?

ରାଜ୍ୟଘରକୁ ଭଲ ସ୍ଥିତିରେ ରଖିବା ପାଇଁ ଆମେ କʼଣ କରିପାରିବା ?

ଏଷ୍ଟୋନିଆ

ଜିମ୍ବାୱେ

ମଙ୍ଗୋଲିଆ

ପ୍ୟୁର୍ଟୋ ରିକୋ

ଯିହୋବାଙ୍କ ସାକ୍ଷୀମାନଙ୍କ ପ୍ରତ୍ୟେକ ରାଜ୍ୟଘର ଈଶ୍ୱରଙ୍କ ପବିତ୍ର ନାମ ସହିତ ଜଡ଼ିତ ଅଛି । ସେଥିପାଇଁ ଏହି ଘରକୁ ସଫାସୁତୁରା, ସୁନ୍ଦର ଏବଂ ଭଲ ସ୍ଥିତିରେ ରଖିବା କେବଳ ଆମ ପାଇଁ ସମ୍ମାନର ବିଷୟ ନୁହେଁ, ବରଂ ଏହା ଆମ ପବିତ୍ର ଉପାସନାର ଏକ ଗୁରୁତ୍ୱପୂର୍ଣ୍ଣ ଭାଗ ମଧ୍ୟ ଅଟେ । ଏହି କାମରେ ଆମେ ସମସ୍ତେ ଭାଗ ନେଇପାରିବା ।

ସଭା ପରେ ସଫେଇ କାମରେ ଭାଗ ନେଇପାରିବା । ରାଜ୍ୟଘରକୁ ସଫାସୁତୁରା ରଖିବା ପାଇଁ ପ୍ରତ୍ୟେକ ସଭା ପରେ ଭାଇଭଉଣୀମାନେ ଖୁସିର ସହିତ ରାଜ୍ୟଘରର ସଫେଇ କରନ୍ତି । ସପ୍ତାହରେ ଥରେ ରାଜ୍ୟଘରକୁ ଭଲ ଭାବରେ ସଫା କରାଯାଏ । ଏହି ସଫେଇର ଦେଖାଶୁଣା ଜଣେ ପ୍ରାଚୀନ କିମ୍ବା ସହାୟକ ସେବକ କରନ୍ତି । ସାଧାରଣତଃ, ସଫେଇ କାର୍ଯ୍ୟସୂଚୀ ଦେଖି ସେ କହନ୍ତି ଯେ କʼଣ କʼଣ କରାଯିବା ଉଚିତ୍‌ । ଆବଶ୍ୟକତା ଅନୁସାରେ ଭାଇଭଉଣୀମାନେ ବିଭିନ୍ନ କାମରେ ସାହାଯ୍ୟ କରନ୍ତି, ଯେପରି ଝାଡ଼ୁ କରିବା, ପୋଛା ଲଗାଇବା, ଆସବାବପତ୍ରରୁ ଧୂଳି ଝାଡ଼ିବା, ଚୌକିଗୁଡ଼ିକୁ ସଜାଇ ରଖିବା, ଶୌଚାଗାର ସଫା କରିବା, ଝରକା ଓ କାଚଗୁଡ଼ିକ ପୋଛିବା, ଅଳିଆକୁ ଠିକ୍‌ ଜାଗାରେ ପକାଇବା, ବାହାରପଟ ସଫା କରିବା, ଗଛଲତାରେ ପାଣି ଦେବା ଇତ୍ୟାଦି । ପ୍ରତିବର୍ଷ ଅତି କମ୍‌ରେ ଥରେ ରାଜ୍ୟଘରର ସମ୍ପୂର୍ଣ୍ଣ ସଫେଇ କରାଯାଏ ଅର୍ଥାତ୍‌ ଭିତର-ବାହାର ଭଲ ଭାବେ ସଫା କରାଯାଏ । ଆମ ପିଲାମାନଙ୍କୁ ସଫେଇ କାମରେ ସାମିଲ୍‌ କରିବା ଦ୍ୱାରା ଆମେ ସେମାନଙ୍କୁ ଆମ ଉପାସନାର ଜାଗାର ଆଦର କରିବା ଶିଖାଇଥାଉ ।—ଉପଦେଶକ ୫:୧.

ଜରୁରୀ ମରାମତି କାମରେ ଭାଗ ନେଇପାରିବା । ପ୍ରତିବର୍ଷ ରାଜ୍ୟଘରର ଭିତର-ବାହାର ଟିକିନିଖି ଭାବେ ଯାଞ୍ଚ କରାଯାଏ । ଏହି ଯାଞ୍ଚର ଆଧାରରେ ରାଜ୍ୟଘରର ନିୟମିତ ଭାବେ ରକ୍ଷଣାବେକ୍ଷଣ କରାଯାଏ, ଯାହାଦ୍ୱାରା ରାଜ୍ୟଘରକୁ ଭଲ ସ୍ଥିତିରେ ରଖାଯାଇପାରେ ଏବଂ ଅଯଥା ଖର୍ଚ୍ଚ ହୁଏ ନାହିଁ । (୨ ବଂଶାବଳୀ ୨୪:୧୩; ୩୪:୧୦) ସଫାସୁତୁରା ଓ ଭଲ ସ୍ଥିତିରେ ଥିବା ରାଜ୍ୟଘର ଈଶ୍ୱରଙ୍କ ଉପାସନା ପାଇଁ ଏକ ଉପଯୁକ୍ତ ଜାଗା ଅଟେ । ରାଜ୍ୟଘରର ରକ୍ଷଣାବେକ୍ଷଣରେ ଭାଗ ନେବା ଦ୍ୱାରା ଆମେ ଦେଖାଉ ଯେ ଆମେ ଯିହୋବାଙ୍କୁ ପ୍ରେମ କରୁ ଏବଂ ଆମ ଉପାସନାର ଜାଗାକୁ ଆଦର କରୁ । (ଗୀତସଂହିତା ୧୨୨:୧) ଏହା ସହିତ, ଆମ ଆଖପାଖ ଅଞ୍ଚଳର ଲୋକମାନଙ୍କ ଉପରେ ମଧ୍ୟ ଏହାର ଭଲ ପ୍ରଭାବ ପଡ଼ିଥାଏ ।—୨ କରିନ୍ଥୀୟ ୬:୩.

  • ଆମ ଉପାସନା ଜାଗାର ରକ୍ଷଣାବେକ୍ଷଣ ପ୍ରତି ଆମକୁ କାହିଁକି ଅବହେଳା କରିବା ଉଚିତ୍‌ ନୁହେଁ ?

  • ରାଜ୍ୟଘରକୁ ସଫାସୁତୁରା ରଖିବା ପାଇଁ କʼଣ କʼଣ ବ୍ୟବସ୍ଥା କରାଯାଏ ?