इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୨୭

ରାଜ୍ୟଘରର ଲାଇବ୍ରେରୀରୁ ଆମେ କିପରି ଲାଭ ପାଇପାରିବା ?

ରାଜ୍ୟଘରର ଲାଇବ୍ରେରୀରୁ ଆମେ କିପରି ଲାଭ ପାଇପାରିବା ?

ଇସ୍ରାଏଲ

ଚେକ୍‌ ରିପବ୍ଲିକ୍‌

ବେନିନ୍‌

କେମେନ ଦ୍ୱୀପ-ସମୂହ

ଆପଣ ବାଇବଲ ବିଷୟରେ ନିଜ ଜ୍ଞାନ ବଢ଼ାଇବା ପାଇଁ କିଛି ଗବେଷଣା କରିବାକୁ ଚାହିଁବେ କି ? ଆପଣ କʼଣ ବାଇବଲର କୌଣସି ପଦ କିମ୍ବା ସେଥିରେ ଦିଆଯାଇଥିବା କୌଣସି ବ୍ୟକ୍ତି, ଜାଗା, କିମ୍ବା ଜିନିଷ ବିଷୟରେ ଆହୁରି ଅଧିକ ଜାଣିବାକୁ ଇଚ୍ଛା କରନ୍ତି କି ? କିମ୍ବା କେବେ ଭାବିଛନ୍ତି ଯେ ଆପଣ ଯେଉଁ ସମସ୍ୟାର ସାମନା କରୁଛନ୍ତି, ତାକୁ ସମାଧାନ କରିବା ପାଇଁ ଈଶ୍ୱରଙ୍କ ବାକ୍ୟ ଆପଣଙ୍କୁ କିପରି ସାହାଯ୍ୟ କରିପାରିବ ? ଯଦି ହଁ, ତେବେ ଆପଣ ରାଜ୍ୟଘରର ଲାଇବ୍ରେରୀର ବ୍ୟବହାର କରନ୍ତୁ ।

ଏଠାରେ ଅନେକ ପ୍ରକାଶନ ଅଛି, ଯାହା ଗବେଷଣା କରିବାରେ ସାହାଯ୍ୟ କରେ । ବୋଧହୁଏ ଯିହୋବାଙ୍କ ସାକ୍ଷୀମାନଙ୍କ ଯେତେ ବି ପ୍ରକାଶନ ଆପଣଙ୍କ ଭାଷାରେ ଅଛି, ସେସବୁ ଆପଣଙ୍କ ପାଖରେ ନ ଥାଇପାରେ । କିନ୍ତୁ ନିକଟ ଅତୀତରେ ପ୍ରକାଶିତ ହୋଇଥିବା ପ୍ରାୟ ସମସ୍ତ ପ୍ରକାଶନ ଆପଣଙ୍କୁ ରାଜ୍ୟଘରର ଲାଇବ୍ରେରୀରେ ମିଳିବ । ଏହା ଛଡ଼ା, ଲାଇବ୍ରେରୀରେ ହୁଏତ ବାଇବଲର ଭିନ୍ନ ଭିନ୍ନ ଅନୁବାଦ, ଗୋଟିଏ ଭଲ ଶବ୍ଦକୋଷ ଏବଂ ଗବେଷଣା କରିବା ପାଇଁ ସାହାଯ୍ୟ କରୁଥିବା ଅନ୍ୟ କିଛି ବହିଗୁଡ଼ିକ ମଧ୍ୟ ଥାଇପାରେ । ଆପଣ ସଭା ପୂର୍ବରୁ କିମ୍ବା ପରେ ବିନା ସଂକୋଚରେ ଲାଇବ୍ରେରୀର ବ୍ୟବହାର କରିପାରିବେ । ଯଦି ଆପଣଙ୍କ ରାଜ୍ୟଘରେ କମ୍ପ୍ୟୁଟର ଅଛି, ତେବେ ସେଥିରେ ୱାଚ୍‌ଟାୱର ଲାଇବ୍ରେରୀ ମଧ୍ୟ ଥିବ । ଏହା ଏକ ପ୍ରକାର କମ୍ପ୍ୟୁଟର ପ୍ରୋଗ୍ରାମ୍‌ ଅଟେ, ଯେଉଁଥିରେ ଆପଣଙ୍କୁ ବହୁତଗୁଡ଼ିଏ ପ୍ରକାଶନ ମିଳିବ । ଏଥିରେ କୌଣସି ବିଷୟରେ ଖୋଜିବା ପାଇଁ ଏପରି ସୁବିଧା ଅଛି, ଯାହା ସାହାଯ୍ୟରେ ଆପଣ ସହଜରେ ଯେକୌଣସି ବିଷୟ, ଶବ୍ଦ କିମ୍ବା ବାଇବଲ ପଦ ଉପରେ ଗବେଷଣା କରିପାରିବେ ।

ଜୀବନ ଏବଂ ସେବା ସଭାର ବିଦ୍ୟାର୍ଥୀମାନଙ୍କ ପାଇଁ ଏହା ଲାଭଦାୟକ ଅଟେ । ଆପଣ ନିଜ ଭାଗ ପ୍ରସ୍ତୁତି କରିବା ସମୟରେ ରାଜ୍ୟଘରର ଲାଇବ୍ରେରୀର ଭଲ ବ୍ୟବହାର କରିପାରିବେ । ଜୀବନ ଏବଂ ସେବା ସଭାର ଅଧ୍ୟକ୍ଷ ଏହି ଲାଇବ୍ରେରୀର ଦାୟିତ୍ୱ ତୁଲାଇଥାʼନ୍ତି । ଲାଇବ୍ରେରୀରେ ନୂଆ ପ୍ରକାଶନଗୁଡ଼ିକ ଅଛି କି ନାହିଁ ଏବଂ ସେଗୁଡ଼ିକ ଭଲଭାବରେ ସଜାଇ ରଖାଯାଇଛି କି ନାହିଁ, ତାʼ ପ୍ରତି ସେ ଧ୍ୟାନ ଦିଅନ୍ତି । ଏହି ଅଧ୍ୟକ୍ଷ କିମ୍ବା ଆପଣଙ୍କ ବାଇବଲ ଶିକ୍ଷକ ଆପଣଙ୍କୁ ଦେଖାଇପାରିବେ ଯେ ଆପଣ ଯେଉଁ ତଥ୍ୟ ଚାହୁଁଛନ୍ତି, ତାହା କିପରି ଖୋଜିବେ । କିନ୍ତୁ ଲାଇବ୍ରେରୀର ବହିଗୁଡ଼ିକ କେବଳ ରାଜ୍ୟଘରେ ବ୍ୟବହାର କରିବା ପାଇଁ ଅଟେ, ସେଗୁଡ଼ିକୁ ବାହାରକୁ ନେବା ଉଚିତ୍‌ ନୁହେଁ । ଏହି ବହିଗୁଡ଼ିକର ବ୍ୟବହାର ଆମକୁ ସାବଧାନର ସହିତ କରିବା ଉଚିତ୍‌ ଏବଂ ଏଗୁଡ଼ିକରେ କୌଣସି ଚିହ୍ନ ଦେବା କିମ୍ବା ଲେଖିବା ଉଚିତ୍‌ ନୁହେଁ ।

ବାଇବଲ କହେ ଯେ “ପରମେଶ୍ୱରଙ୍କ ବିଷୟକ ତତ୍ତ୍ୱଜ୍ଞାନ” ପାଇବା ପାଇଁ ଆମେ ତାହାକୁ ଏପରି ଖୋଜିବା ଉଚିତ୍‌, ସତେ ଯେପରି ଆମେ କୌଣସି “ପୋତା-ଧନ” ଖୋଜୁଅଛୁ । (ହିତୋପଦେଶ ୨:୧-୫) ଏହି ଗବେଷଣା ଆରମ୍ଭ କରିବାରେ ରାଜ୍ୟଘରର ଲାଇବ୍ରେରୀ ଆପଣଙ୍କୁ ସାହାଯ୍ୟ କରିପାରିବ ।

  • ରାଜ୍ୟଘରର ଲାଇବ୍ରେରୀରେ କʼଣ କʼଣ ରହିଛି, ଯାହା ଆପଣଙ୍କୁ ଗବେଷଣା କରିବାରେ ସାହାଯ୍ୟ କରିବ ?

  • ଲାଇବ୍ରେରୀକୁ ଭଲ ଭାବେ ବ୍ୟବହାର କରିବା ପାଇଁ କିଏ ଆପଣଙ୍କୁ ସାହାଯ୍ୟ କରିପାରିବ ?