इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୨୮

ଆମ ୱେବ୍‌ସାଇଟ୍‌ରେ କʼଣ ମିଳିପାରିବ ?

ଆମ ୱେବ୍‌ସାଇଟ୍‌ରେ କʼଣ ମିଳିପାରିବ ?

ଫ୍ରାନ୍‌ସ

ପୋଲାଣ୍ଡ

ରୁଷିଆ

ଯୀଶୁ ଖ୍ରୀଷ୍ଟ ନିଜ ଶିଷ୍ୟମାନଙ୍କୁ କହିଲେ: “ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯେପରି ସେମାନେ ତୁମ୍ଭମାନଙ୍କ ସତ୍କର୍ମ ଦେଖି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ ।” (ମାଥିଉ ୫:୧୬) ଏପରି କରିବା ପାଇଁ ଆମେ ଆଜିର ଆଧୁନିକ ପ୍ରୟୋଗ-ବିଜ୍ଞାନର ସମ୍ପୂର୍ଣ୍ଣ ଲାଭ ଉଠାଇଥାଉ । ସେମଧ୍ୟରୁ ଗୋଟିଏ ହେଉଛି—ଇଣ୍ଟର୍‌ନେଟ୍‌ । ଆମ ଅଫିସିଅଲ୍‌ ୱେବ୍‌ସାଇଟ୍‌, jw.orgରେ ଆମର ଅର୍ଥାତ୍‌ ଯିହୋବାଙ୍କ ସାକ୍ଷୀମାନଙ୍କ ବିଶ୍ୱାସ ଏବଂ କାମ ବିଷୟରେ ତଥ୍ୟ ଦିଆଯାଇଛି । ଏହି ୱେବ୍‌ସାଇଟ୍‌ରେ ଆପଣ କʼଣ ଦେଖିପାରିବେ ?

ବାଇବଲରୁ ସେହି ପ୍ରଶ୍ନଗୁଡ଼ିକର ଉତ୍ତର, ଯାହା ସାଧାରଣତଃ ଲୋକେ ପଚାରିଥାʼନ୍ତି । ଏହି ୱେବ୍‌ସାଇଟ୍‌ରେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ମିଳିପାରିବ, ଯାହା ସମସ୍ତେ ଜାଣିବାକୁ ଚାହାନ୍ତି । ଉଦାହରଣସ୍ୱରୂପ, ଦୁଃଖକଷ୍ଟ କେବେ ସମାପ୍ତି ହେବ କି ? ଏବଂ ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ? ଟ୍ରାକ୍ଟ୍‌ଦୁଇଟି ଆମ ୱେବ୍‌ସାଇଟ୍‌ରେ ୬୦୦ରୁ ଅଧିକ ଭାଷାରେ ରହିଛି । ଏହି ୱେବ୍‌ସାଇଟ୍‌ରେ ଆପଣଙ୍କୁ ୧୩୦ରୁ ଅଧିକ ଭାଷାରେ ନୂତନ ଜଗତ ଅନୁବାଦ ବାଇବଲ ମଧ୍ୟ ମିଳିବ । ଏହା ସହିତ, ଏପରି ବହି-ପୁସ୍ତିକାଗୁଡ଼ିକ ରହିଛି, ଯାହା ଆପଣଙ୍କୁ ବାଇବଲର ଅଧ୍ୟୟନ କରିବାରେ ସାହାଯ୍ୟ କରିବ, ଯେପରି ବାଇବଲ ପ୍ରକୃତରେ କʼଣ ଶିଖାଏ ? ବହି, ପ୍ରହରୀଦୁର୍ଗ ଏବଂ ସଜାଗ ହୁଅ ! ପତ୍ରିକାଗୁଡ଼ିକର ନୂଆ ସଂସ୍କରଣ । ଏଥିମଧ୍ୟରୁ ଅନେକ ପ୍ରକାଶନକୁ ଆପଣ ଏହି ୱେବ୍‌ସାଇଟ୍‌ରେ ପଢ଼ିପାରିବେ କିମ୍ବା ଶୁଣିପାରିବେ । କିମ୍ବା ସେଗୁଡ଼ିକୁ MP3, PDF କିମ୍ବା EPUB (ଇଲେକ୍‌ଟ୍ରୋନିକ୍‌ ପବ୍ଲିକେଶନ୍‌) ଭଳି ଲୋକପ୍ରିୟ ଫର୍ମାଟ୍‌ଗୁଡ଼ିକରେ ଡାଉନ୍‌ଲୋଡ୍‌ କରିପାରିବେ । ଯଦି ଆପଣ ଚାହିଁବେ, ଆଗ୍ରହ ଦେଖାଉଥିବା କୌଣସି ବ୍ୟକ୍ତିଙ୍କୁ ତାଙ୍କ ଭାଷାରେ ଆମ ସାହିତ୍ୟର କିଛି ପୃଷ୍ଠା ପ୍ରିଣ୍ଟ୍‌ କରି ମଧ୍ୟ ଦେଇପାରିବେ । ଏହା ଛଡ଼ା, ଅନେକ ସାଂକେତିକ ଭାଷାରେ ଭିଡିଓ ପ୍ରକାଶନ ମଧ୍ୟ ଅଛି । ଆପଣ ନାଟକୀୟ ଶୈଳୀରେ ବାଇବଲ ପଠନ, ବାଇବଲ ନାଟକ ଓ ହୃଦୟକୁ ଛୁଇଁ ଯାଉଥିବା ସଙ୍ଗୀତ ଡାଉନ୍‌ଲୋଡ୍‌ କରିପାରିବେ ଏବଂ ଅବସର ସମୟରେ ଏହାର ଆନନ୍ଦ ନେଇପାରିବେ ।

ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ ସଠିକ୍‌ ତଥ୍ୟ । ସାରା ଦୁନିଆରେ ଚାଲୁଥିବା ଆମ କାମ, ଯିହୋବାଙ୍କ ସାକ୍ଷୀମାନଙ୍କ ସହିତ ଜଡ଼ିତ ଘଟଣା ଏବଂ ଆମ ରିଲିଫ୍‌ କାମ ବିଷୟରେ ତାଜା ଖବର ଓ ଭିଡିଓ କ୍ଲିପ୍‌ ମଧ୍ୟ ଆମ ୱେବ୍‌ସାଇଟ୍‌ରେ ପ୍ରକାଶିତ କରାଯାଏ । ଆପଣଙ୍କୁ ଆମ ଆସନ୍ତା ଅଧିବେଶନର ସୂଚନା ଏବଂ ଆମ କୌଣସି ଶାଖା କାର୍ଯ୍ୟାଳୟ ସହିତ ସମ୍ପର୍କ କରିବା ପାଇଁ ତଥ୍ୟ ମଧ୍ୟ ଏହି ୱେବ୍‌ସାଇଟ୍‌ରେ ମିଳିପାରିବ ।

ଏହି ଉପାୟଗୁଡ଼ିକ ଦ୍ୱାରା ଆମେ ଦୁନିଆର ପ୍ରତ୍ୟେକ କୋଣରେ ସତ୍ୟର ଆଲୋକ ପହଞ୍ଚାଇ ପାରୁଛୁ । ପ୍ରତ୍ୟେକ ମହାଦ୍ୱୀପରେ, ଏପରିକି ଆଣ୍ଟାର୍କ୍‌ଟିକା ପରି ଅପହଞ୍ଚ ଅଞ୍ଚଳରେ ମଧ୍ୟ ଲୋକମାନଙ୍କ ପାଖକୁ ଖୁସିର ଖବର ପହଞ୍ଚୁଛି । ଆମେ ପ୍ରାର୍ଥନା କରୁ ଯେ ‘ଯିହୋବାଙ୍କ ବାକ୍ୟ ସର୍ବତ୍ର ଶୀଘ୍ର ବ୍ୟାପିଯାଉ’ ଏବଂ ଏହାଦ୍ୱାରା ଈଶ୍ୱରଙ୍କ ମହିମା ହେଉ ।—୨ ଥେସଲନୀକୀୟ ୩:୧.

  • jw.org ୱେବ୍‌ସାଇଟ୍‌ କିପରି ଭାବେ ଅଧିକରୁ ଅଧିକ ଲୋକଙ୍କୁ ବାଇବଲର ସତ୍ୟ ଶିଖାଇବାରେ ସାହାଯ୍ୟ କରୁଛି ?

  • ଆପଣ ଆମ ୱେବ୍‌ସାଇଟ୍‌ରେ କେଉଁ ବିଷୟରେ ଜାଣିବାକୁ ଚାହିଁବେ ?