इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଆମ ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟ କʼଣ ଅଟେ ?

ଆମ ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟ କʼଣ ଅଟେ ?

ଯେତେବେଳେ ଆପଣ ଖବରକାଗଜ ପଢ଼ନ୍ତି, ଟିଭି ଦେଖନ୍ତି, କିମ୍ବା ରେଡିଓ ଶୁଣନ୍ତି, ଆପଣ ଅପରାଧ, ଯୁଦ୍ଧ ଓ ଆତଙ୍କବାଦ ବିଷୟରେ ଅନେକ ଘଟଣା ଦେଖନ୍ତି ଏବଂ ଶୁଣନ୍ତି । ହୁଏତ ଆପଣ ନିଜ ବ୍ୟକ୍ତିଗତ ଜୀବନରେ କୌଣସି ରୋଗ ଯୋଗୁଁ କିମ୍ବା ନିଜର ଆତ୍ମୀୟଙ୍କୁ ମୃତ୍ୟୁରେ ହରାଇଥିବାରୁ ଦୁଃଖିତ ଥାଇପାରନ୍ତି ।

ନିଜକୁ ପଚାରନ୍ତୁ:

  • ଈଶ୍ୱର କʼଣ ମୋ ପାଇଁ ଓ ମୋ ପରିବାର ପାଇଁ ଏସବୁ ଚାହାନ୍ତି ?

  • ମୋ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ମୁଁ କେଉଁଠୁ ସାହାଯ୍ୟ ପାଇପାରିବି ?

  • କʼଣ ପୃଥିବୀରେ କେବେ ଶାନ୍ତି ଆସିବ ?

ବାଇବଲ ଏହି ପ୍ରଶ୍ନଗୁଡ଼ିକର ଯୁକ୍ତିଯୁକ୍ତ ଓ ସଠିକ୍‌ ଉତ୍ତର ଦେଇଥାଏ ।

ବାଇବଲ ଶିଖାଏ ଯେ ଈଶ୍ୱର ଏହି ପୃଥିବୀରେ ଆଶ୍ଚର୍ଯ୍ୟଜନକ କାମସବୁ କରିବେ ।

ବାଇବଲରୁ ଶିଖନ୍ତୁ ଏବଂ ଲାଭ ପାଆନ୍ତୁ

ଏହି ବହିର ପ୍ରାରମ୍ଭିକ ପୃଷ୍ଠାଗୁଡ଼ିକରେ ଆପଣ ଯାହା ପଢ଼ିଲେ, ସେସବୁ ଆପଣଙ୍କୁ ହୁଏତ ସ୍ୱପ୍ନ ଭଳି ଲାଗିପାରେ । କିନ୍ତୁ ଈଶ୍ୱର ପୃଥିବୀରେ ଖୁବ୍‌ ଶୀଘ୍ର ଏହି ପରିବର୍ତ୍ତନଗୁଡ଼ିକ ଆଣିବା ପାଇଁ ପ୍ରତିଜ୍ଞା କରିଛନ୍ତି ଏବଂ ବାଇବଲ କହେ ଯେ ସେ ଏହା କିପରି କରିବେ ।

ବାଇବଲ ଆମକୁ ଆହୁରି ଅନେକ କିଛି କହିଥାଏ । ଏହା ଆମକୁ କହେ ଯେ ବର୍ତ୍ତମାନ ଜୀବନରେ ପ୍ରକୃତ ଖୁସି ପାଇବା ଏବଂ ଜୀବନକୁ ଉପଭୋଗ କରିବା ପାଇଁ ଆମକୁ କʼଣ ଜାଣିବା ଆବଶ୍ୟକ । ଆପଣଙ୍କ ନିଜର ଚିନ୍ତା ଓ ସମସ୍ୟାଗୁଡ଼ିକ ବିଷୟରେ ଟିକିଏ ଭାବି ଦେଖନ୍ତୁ । ହୁଏତ ଆପଣ ଆର୍ଥିକ କିମ୍ବା ପାରିବାରିକ ସମସ୍ୟାର ସାମନା କରୁଥିବେ, ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହୁ ନ ଥିବ, କିମ୍ବା ଆପଣ ନିଜର କୌଣସି ଆତ୍ମୀୟଙ୍କୁ ମୃତ୍ୟୁରେ ହରାଇଥିବେ । ଏହା ଛଡ଼ା, ବାଇବଲରେ ଏପରି ପ୍ରଶ୍ନଗୁଡ଼ିକର ଉତ୍ତର ମଧ୍ୟ ଦିଆଯାଇଛି, ଯେଉଁଗୁଡ଼ିକୁ ଜାଣି ଆପଣଙ୍କୁ ସାନ୍ତ୍ୱନା ମିଳିବ, ଯେପରି—

  • ଆମ ଜୀବନରେ ଦୁଃଖକଷ୍ଟ କାହିଁକି ଆସେ ?

  • ଆମେ ନିଜ ସମସ୍ୟାଗୁଡ଼ିକର କିପରି ସାମନା କରିପାରିବା ?

  • କʼଣ ଆମ ପରିବାର ସୁଖୀ ହୋଇପାରିବ ?

  • ମୃତ୍ୟୁ ପରେ ଆମର କʼଣ ହୁଏ ?

  • ଆମର ଯେଉଁ ଆତ୍ମୀୟମାନେ ମରିଯାଇଛନ୍ତି, କʼଣ ସେମାନଙ୍କୁ ପୁଣିଥରେ ଆମେ କେବେ ଦେଖିପାରିବା ?

  • ଆମେ କାହିଁକି ସମ୍ପୂର୍ଣ୍ଣ ଭରସା କରିପାରିବା ଯେ ଈଶ୍ୱର ନିଜ ସମସ୍ତ ପ୍ରତିଜ୍ଞାକୁ ନିଶ୍ଚୟ ପୂରଣ କରିବେ ?

ଆପଣ ଏହି ବହିକୁ ପଢ଼ିବା ହିଁ ଦେଖାଏ ଯେ ବାଇବଲରେ ପ୍ରକୃତରେ କʼଣ ଦିଆଯାଇଛି, ତାହା ଆପଣ ଜାଣିବାକୁ ଚାହାନ୍ତି । ଏହି ବହି ଆପଣଙ୍କୁ ଏଥିପାଇଁ ନିଶ୍ଚୟ ସାହାଯ୍ୟ କରିବ । ଏହି ବହିର ପ୍ରତ୍ୟେକ ଅଧ୍ୟାୟରେ ଅନୁଚ୍ଛେଦଗୁଡ଼ିକ ଉପରେ ଆଧାରିତ ପ୍ରଶ୍ନ ଦିଆଯାଇଛି, ଯାହା ବାଇବଲକୁ ଆହୁରି ଭଲ ଭାବରେ ବୁଝିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ । ଲକ୍ଷ ଲକ୍ଷ ଲୋକେ ଯିହୋବାଙ୍କ ସାକ୍ଷୀମାନଙ୍କ ସହିତ ଏହିପରି ଆଲୋଚନା କରିବାରେ ଆନନ୍ଦ ପାଇଛନ୍ତି । ଆମେ ଆଶା କରୁ ଯେ ଆପଣ ମଧ୍ୟ ଏଥିରୁ ଆନନ୍ଦ ପାଇବେ । ଆଉ, ଆମେ ଈଶ୍ୱରଙ୍କଠାରେ ପ୍ରାର୍ଥନା କରୁ ଯେ ସେ ଆପଣଙ୍କୁ ଆଶିଷ ଦିଅନ୍ତୁ ।