ଗୀତ ୨୪
ଯିହୋବାଙ୍କ ଉପାସନା କର
-
୧. ସର୍ବ ଉଚ୍ଚତମ,
ଈଶ୍ୱରଙ୍କ ପର୍ବତ ।
ସ୍ଥାନ ଉପାସନାର,
କରୁ ଯେ ପ୍ରାର୍ଥନା ।
ଆସନ୍ତି ଯେ ଲୋକେ,
ଚାରି ଦିଗ, କୋଣରୁ ।
କହନ୍ତି, ଯେ ଶିଖିବା,
ଚାଲିବା ଏ ପଥେ ।
ସବୁ ନମ୍ର ଲୋକେ,
ପାଳନ କରନ୍ତି ଆଦେଶ ।
ଚାଲିଲେ ତୋ ସହ,
ଦିଅ ଆମକୁ ଆଶୀର୍ବାଦ ।
କରିବା ପ୍ରତିଜ୍ଞା,
ବିଶ୍ୱାସ ଯେ ରଖିବା ।
ନିରାଶ ହେଲେ ବି,
ତୋ ହାତ ଛାଡ଼ିବୁନି ।
-
୨. ଆଦେଶ ଯୀଶୁଙ୍କ,
ବାର୍ତ୍ତା ଦେବା ଖୁସିର ।
ଶାସନ ଯୀଶୁଙ୍କର,
ଘୋଷଣା ଯେ କର !
ଯୀଶୁଙ୍କର ଶିଷ୍ୟ,
ହେବାକୁ ଅନୁରୋଧ !
ଶାନ୍ତିର ସ୍ଥାପନା,
ଯୀଶୁଙ୍କ ନିବେଦନ ।
ଖୁସିର ତରଙ୍ଗ
ଦେଖିବା, “ମହା ଜନତାକୁ;”
ହେବା ଯେ ସକ୍ଷମ ।
କରିଲେ ଆମକୁ ସାହାଯ୍ୟ
ଲୋକଙ୍କୁ କହିବା,
ଯୀଶୁ ପଥେ ଚାଲିବା;
ଯିହୋବାଙ୍କ ମହିମା,
କରିବା ସର୍ବଦା ।
(ଗୀତ. ୪୩:୩; ୯୯:୯; ଯିଶା. ୬୦:୨୨; ପ୍ରେରି. ୧୬:୫ ମଧ୍ୟ ଦେଖନ୍ତୁ ।)