ଗୀତ ୨୮
ଯିହୋବାଙ୍କ ମିତ୍ର କିଏ ?
-
୧. ହେ ଆମ ଈଶ୍ୱର-
କିଏ ତୁମ ମିତ୍ର ?
କିଏ ତୁମ ଭରସାଯୋଗ୍ୟ ?
କିଏ ତୁମ ନିଜ ?
ରହେ ଯେ ପବିତ୍ର ।
କରେ ଯେ କାମ ଠିକ୍ ।
ଯିଏ ସଦା ବିଶ୍ୱସ୍ତ ରହେ ।
ଚାଲେ ସତ୍ୟ ପଥେ ।
-
୨. ହେ ପିତା ଯିହୋବା-
କିଏ ତୁମ ପ୍ରିୟ ?
କିଏ ଦିଏ ତୁମକୁ ଖୁସି ?
କାହାର ନାଁ ଜାଣ ?
କୁହେନି ଯେ ମିଛ ।
ଯିଏ ମାନେ ଆଜ୍ଞା ।
ଯିଏ କରେ ଅନ୍ୟକୁ ପ୍ରେମ ।
ସତ କୁହେ ସଦା ।
-
୩. ହେ ମୋହର ପ୍ରଭୁ-
ଶୁଣ ମୋ ପ୍ରାର୍ଥନା,
ଜାଣୁଛ ମୋ ଚିନ୍ତାର ଭାର,
ଯତ୍ନ ନିଅ ମୋର ।
ମିତ୍ରତା ଆମର,
ବଢ଼ୁ ଯେ ଗଭୀର ।
ଯିହୋବା ତୁମ ପରି ମିତ୍ର,
ପାଇବାନି କେବେ ।
(ଗୀତ. ୧୩୯:୧; ୧ ପିତ. ୫:୬, ୭ ମଧ୍ୟ ଦେଖନ୍ତୁ ।)