ଗୀତ ୬୯
ରାଜ୍ୟର ବାର୍ତ୍ତା ଜାରି ରଖ !
-
୧. ଆସ, ରାଜ୍ୟର ବାର୍ତ୍ତା ଦେବା,
ସବୁ ନମ୍ର ଲୋକଙ୍କୁ
ପଡ଼ୋଶୀଙ୍କୁ କରିବା ଦୟା,
ସତ୍ୟତା ଜଣାଇବା
ଅମୂଲ୍ୟ ଆମ ଏହି ସେବା,
ପ୍ରତିଦିନ ସାକ୍ଷ୍ୟ ଦେବା ।
ପ୍ରଚାର, ଜାରି ରଖି ସଦା,
‘ପ୍ରଭୁ’ ନାମ ସାକ୍ଷୀ ଦେବା ।
(ଘୋଷା)
ନିଡର ହୋଇ ରାଜ୍ୟର,
ସନ୍ଦେଶ ଶୁଣାଇବା ।
ଯାହାବି ହେଉ ରହିବା,
ପ୍ରଭୁଙ୍କର ବିଶ୍ୱସ୍ତ ।
-
୨. ଈଶ୍ୱରଙ୍କ ମେଷ, ଏ ପଲ,
କରି ଏକତ୍ର ସେବା ।
ଶିଶୁ, ଯୁବକ, ବୃଦ୍ଧାଜନ,
ଚାଲିବା ଯେ ସତ୍ୟରେ ।
ଜରୁରୀ, ଲୋକଙ୍କୁ କହିବା,
ପ୍ରଭୁଙ୍କ ରାଜ୍ୟ ନିକଟେ ।
ଶକ୍ତି ଦିଅନ୍ତି ଯେ ଈଶ୍ୱର,
ନାହିଁ ଭୟ କରିବାର ।
(ଘୋଷା)
ନିଡର ହୋଇ ରାଜ୍ୟର,
ସନ୍ଦେଶ ଶୁଣାଇବା ।
ଯାହାବି ହେଉ ରହିବା,
ପ୍ରଭୁଙ୍କର ବିଶ୍ୱସ୍ତ ।
(ଗୀତ. ୨୩:୪; ପ୍ରେରି. ୪:୨୯, ୩୧; ୧ ପିତ. ୨:୨୧ ମଧ୍ୟ ଦେଖନ୍ତୁ ।)