ଗୀତ ୭୫
‘ମୁଁ ଅଛି ମୋତେ ପଠାଅ !’
-
୧. ନିନ୍ଦା ଅପମାନ କରେ,
ଜଗତ ଯିହୋବାଙ୍କର ।
କିଏ କହେ ସେ ନିର୍ଦ୍ଦୟୀ,
କହନ୍ତି ‘ଈଶ୍ୱର ନାହିଁ ।’
ଦୋଷକୁ ହଟାଏ କିଏ ?
କିଏ କରିବ ପ୍ରଶଂସା ?
(ଘୋଷା ୧)
‘ମୁଁ ଅଛି ମୋତେ ପଠାଅ !’
ପ୍ରଶଂସା କରିବି ସଦା ।
ୟାଠୁ ବଡ଼ ସମ୍ମାନ କାହିଁ ?
ପ୍ରଭୁ ମୋତେ ପଠାଅ ।
-
୨. ଦାବି କରନ୍ତି ଯେ ଲୋକେ,
ଯିହୋବା ଯେ ଦୟାହୀନ ।
କରନ୍ତି ସେମାନେ ପୂଜା,
ପଥରକୁ ଓ ଦେଶକୁ ।
ଦୁଷ୍ଟକୁ କିଏ କହିବ ?
କିଏ ଦେବ ଚେତାବନୀ ?
(ଘୋଷା ୨)
‘ମୁଁ ଅଛି ମୋତେ ପଠାଅ !’
କହିବି ଭୟ ନ କରି ।
ୟାଠୁ ବଡ଼ ସମ୍ମାନ କାହିଁ ?
ପ୍ରଭୁ ମୋତେ ପଠାଅ ।
-
୩. ଦୁଃଖଭରା ଏ ମଣିଷ,
ଦୁଷ୍ଟ ଦୁନିଆକୁ ଦେଖି ।
ସତ୍ୟର ରାସ୍ତାକୁ ଖୋଜେ,
ମନରେ ଶାନ୍ତି ଖୋଜେ ସେ ।
ସାନ୍ତ୍ୱନା ଦେବ ବା କିଏ ?
ସତ୍ୟ ଶିଖାଇବ କିଏ ?
(ଘୋଷା ୩)
‘ମୁଁ ଅଛି ମୋତେ ପଠାଅ !’
ଶିଖାଇବି ଧୈର୍ଯ୍ୟତାକୁ ।
ୟାଠୁ ବଡ଼ ସମ୍ମାନ କାହିଁ ?
ପ୍ରଭୁ ମୋତେ ପଠାଅ ।
(ଗୀତ. ୧୦:୪; ଯିହି. ୯:୪ ମଧ୍ୟ ଦେଖନ୍ତୁ ।)