इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୮୭

ଆସ ! ସତେଜ ହୁଅ

ଆସ ! ସତେଜ ହୁଅ

(ଏବ୍ରୀ ୧୦:୨୪, ୨୫)

  1. ୧. ପଥହୀନ ହୋଇ ଲୋକେ ଆଜିର,

    କରନ୍ତି ନିଜ ମନର

    ଜାଣନ୍ତିନି ସତ୍ୟର ଈଶ୍ୱରଙ୍କୁ,

    ବୁଝନ୍ତିନି ବଚନକୁ

    ଜରୁରୀ ତୋର ହିଁ ପରାମର୍ଶର,

    ଭଲ ହେବ ଜୀବନର ।

    ଶିଖିଲୁ ଯେ ତୋ ମାର୍ଗ ସିଦ୍ଧାନ୍ତର,

    ବଢ଼େ ବିଶ୍ୱାସ ମନର

    ସବୁ ନିର୍ଦ୍ଦେଶ କରୁ ତୋ ପାଳନ,

    ଆଶାକୁ ରଖିବୁ ଯତ୍ନ ।

    ସଭାରେ ଗଲେ ହେଉ ଯେ ସତେଜ,

    ବଢ଼େ ବିଶ୍ୱାସ ନିଶ୍ଚିତ ।

  2. ୨. ଯିହୋବାଙ୍କ ବୁଦ୍ଧିରେ ମିଳେ ବୁଦ୍ଧି,

    ତୁ ଭଲ, ମନ୍ଦ ବତାଇ,

    ଜାଣୁ ପ୍ରଭୁ ଆମ ମନର ବ୍ୟଥା,

    ସେ-ପାଇଁ ମାନୁ ତୋ କଥା,

    କୁହେ ସଭାରେ ଯିବା ଦରକାର,

    ଶାନ୍ତି ମିଳିବ ଅପାର ।

    ଲାଗେନା ସେଠି କେବେ ଏକୁଟିଆ,

    ଲାଗନ୍ତି ସଭିଁଏ ଜଣା,

    ସଭାରେ ଶିଖାଇ ଜୀବନ ଜ୍ଞାନ,

    କହିଲୁ ସତ୍ୟ ବଚନ ।

    ରଖୁ ମନେ ପାରଦୀଶର ଇଚ୍ଛା,

    ସଭାରେ ଯେ ଆସୁଥିବା ।