ଗୀତ ୯୦
ପରସ୍ପରକୁ କରୁ ଉତ୍ସାହିତ
-
୧. ରଖ ବାନ୍ଧି ପରସ୍ପରକୁ,
ସେବା କରି, ଏକ ହୋଇ ।
ପ୍ରେମ ବନ୍ଧନ ହୁଏ ଦୃଢ଼,
ଶାନ୍ତି ଏକତା ବି ବଢ଼େ ।
ଭାଇ-ଭଉଣୀଙ୍କ ସ୍ନେହରେ,
ସକ୍ଷମ ଯେ ସହିବାକୁ,
ମଣ୍ଡଳୀ ସ୍ଥାନ ଆଶ୍ରୟର,
ପାଉ ସୁରକ୍ଷା ସେଠାରେ ।
-
୨. କହିଥିବା ସଠିକ ଶବ୍ଦ,
ଲାଗେ ଯେ ମଲମ ପରି ।
ପ୍ରିୟଙ୍କଠୁ ପାଇ ସାନ୍ତ୍ୱନା,
ଲାଗନ୍ତି କେତେ ନିଜର ।
ଏକତ୍ର କାମଟି କରିଲେ,
ହୁଏ ଯେ ରାସ୍ତା ସରଳ ।
ଦୃଢ଼ କରି ପରସ୍ପରକୁ,
କରୁ ଅନ୍ୟକୁ ସାହାଯ୍ୟ ।
-
୩. ଦେଖୁ ଯେ ବିଶ୍ୱାସ ଆଖିରେ,
ପ୍ରଭୁଙ୍କ ଦିନ ପାଖରେ ।
ଜାରି ରଖ ଏକାଠି ହେବା,
ଦୁଃଖେ ବି ସଙ୍ଗେ ରହିବା ।
ପ୍ରଭୁଙ୍କ ଦାସଗଣ ସହ,
କରୁ ଦିନରାତି ସେବା,
ଉତ୍ସାହ କଲେ ସମସ୍ତଙ୍କୁ,
ସଫଳ ଯେ ଦିନେ ହେବା ।
(ଲୂକ ୨୨:୩୨; ପ୍ରେରି. ୧୪:୨୧, ୨୨; ଗାଲା. ୬:୨; ୧ ଥେସ. ୫:୧୪ ମଧ୍ୟ ଦେଖନ୍ତୁ ।)