ଗୀତ ୯୫
ବଢ଼େ ସତ୍ୟର ଆଲୋକ
-
୧. କ୍ରନ୍ଦନରେ ସୃଷ୍ଟି, ମୁକତି ବିନା,
ଯିହୋବା ଭରସାର ଦୀପ,
ଜାଣିବାକୁ ଯେ ଭବିଷ୍ୟତ-ବକ୍ତା
କିଏ ଖ୍ରୀଷ୍ଟ, କେବେ ଆସିବ ?
ସମୟ ଆସିଲା ହେଲେ ସେ ରାଜା ।
ହେଇଛି ଯେ ପ୍ରମାଣିତ,
ଦୂତମାନେ ମଧ୍ୟ ଜାଣିବା ଚାହିଁ,
ପ୍ରଭୁ ଆମକୁ ଦେଲୁ ଜ୍ଞାନ ।
(ଘୋଷା)
ଆମ ବାଟ ଉଜ୍ୱଳମୟ,
ଚାଲୁ ଏ ପ୍ରକାଶ ପଥେ ।
ଯିହୋବା ଶିଖାଏ ଯେ ସତ୍ୟ,
ସଦା ଚାଲିବା ସେ ପଥେ ।
-
୨. ସେ ଦାସକୁ ଦେଇ ମହତ୍ତ୍ୱ କାମ,
ମିଳେ ଆଧ୍ୟାତ୍ମିକ ଭୋଜନ ।
ବୁଝାଇ ଦେଲୁ ତୁ ସତ୍ୟର ଜ୍ଞାନ,
ଉତ୍ସାହରେ ଭରି ଏ ମନ ।
ନାହିଁ ସନ୍ଦେହ ଯିବା କେଉଁ ଦିଗେ,
ଚାଲୁ ଆମେ ସତ୍ୟ ସାଥେ ।
ଯିହୋବା ହୃଦୟରୁ ଧନ୍ୟବାଦ,
ଦେଲ ଏ ସତ୍ୟର ରହସ୍ୟ ।
(ଘୋଷା)
ଆମ ବାଟ ଉଜ୍ୱଳମୟ,
ଚାଲୁ ଏ ପ୍ରକାଶ ପଥେ ।
ଯିହୋବା ଶିଖାଏ ଯେ ସତ୍ୟ,
ସଦା ଚାଲିବା ସେ ପଥେ ।
(ରୋମୀ. ୮:୨୨; ୧ କରି. ୨:୧୦; ୧ ପିତ. ୧:୧୨ ମଧ୍ୟ ଦେଖନ୍ତୁ ।)