ଗୀତ ୧୧୪
ଧୈର୍ଯ୍ୟ ଧର
-
୧. ଯିହୋବାଙ୍କର ନାମ,
ଜଗତରେ ସର୍ବୋତ୍ତମ ।
ଚାହାନ୍ତି ସେ ପୋଛିବେ,
ନିଜ ନାମରୁ କଳଙ୍କ ।
ଧୈର୍ଯ୍ୟତାର ସହିତ,
ପ୍ରେମରେ ମାନବକୁ,
ନ ହୋଇ କେବେ କ୍ଳାନ୍ତ,
ଦୃଢ଼ତାର କାମ ।
ଯିହୋବାଙ୍କ ଇଚ୍ଛା ଯେ,
ପାʼନ୍ତୁ ସମସ୍ତେ ଉଦ୍ଧାର
ଧୈର୍ଯ୍ୟ ଧରି ପ୍ରେମରେ,
କେବେ ବୃଥା ହେବନିରେ ।
-
୨. ଧୈର୍ଯ୍ୟର ଏହି ଗୁଣ,
ଆମକୁ କରେ ଉତ୍ତମ,
ରାଗକୁ କରେ ଶାନ୍ତ,
ଦିଏ ମନକୁ ସଂଯମ ।
କର ଭଲ ସର୍ବଦା,
ରଖେ ଆମଠୁ ଆଶା ।
ଦିଏ ବୁଦ୍ଧି ଆମକୁ,
ଦୂରାଏ ଚିନ୍ତାରୁ,
ବଢ଼େ ଯେ ଆମ ଗୁଣ,
ଏ ପବିତ୍ର ଶକ୍ତି ଦ୍ୱାରା ।
ତାଙ୍କ ପରି ଭାବନା,
କରି ଯେ ଅନୁକରଣ ।
(ଯାତ୍ରା. ୩୪:୧୪; ଯିଶା. ୪୦:୨୮; ୧ କରି. ୧୩:୪, ୭; ୧ ତୀମ. ୨:୪ ମଧ୍ୟ ଦେଖନ୍ତୁ ।)