ଗୀତ ୧୩୮
ଧଳାକେଶର ସୌନ୍ଦର୍ଯ୍ୟ
-
୧. ସଭାର ବୃଦ୍ଧଜନ,
ରଖନ୍ତି ଧୈର୍ଯ୍ୟ ।
ଚାଲନ୍ତି ବିଶ୍ୱାସରେ,
ସବୁ ସ୍ଥିତିରେ,
ଦୂରେଇ ସାଥି ନିଜ,
ରହିଲେ ଏକା ।
ରହେ ସଙ୍ଗେ ଈଶ୍ୱର,
ସେସମୟରେ ।
(ଘୋଷା)
ଆଗାମୀ ଦିନରେ,
ଦେବେ ଆଶିଷ ।
ଭୁଲେ ନା ଈଶ୍ୱର,
ତୋ କାମ କେବେ ।
-
୨. ଯିହୋବାଙ୍କୁ ପସନ୍ଦ,
ପାଚିଲା କେଶ ।
ଯିହୋବାଙ୍କ ଦୃଷ୍ଟିରେ,
ତୁ ଶୋଭନୀୟ ।
କରି ସେବା ଜୀବନେ,
ମନ ହୃଦୟେ ।
ଥିଲୁ ଯୁବକ ଦିନେ,
ରଖିବେ ମନେ ।
(ଘୋଷା)
ଆଗାମୀ ଦିନରେ,
ଦେବେ ଆଶିଷ ।
ଭୁଲେ ନା ଈଶ୍ୱର,
ତୋ କାମ କେବେ ।
(ଗୀତ. ୭୧:୯, ୧୮; ହିତୋ. ୨୦:୨୯; ମାଥି. ୨୫:୨୧, ୨୩; ଲୂକ ୨୨:୨୮; ୧ ତୀମ. ୫:୧ ମଧ୍ୟ ଦେଖନ୍ତୁ ।)