इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୧୪୧

ଜୀବନ ଏକ ଚମତ୍କାର

ଜୀବନ ଏକ ଚମତ୍କାର

(ଗୀତସଂହିତା ୩୬:୯)

  1. ୧. ନୂଆ ଶିଶୁରୁ, ବର୍ଷାର ବିନ୍ଦୁ,

    ସୂରୁଜର କିରଣ ଓ ଏ ଧରା ।

    ପ୍ରେମର ଗୁଣ ଯିହୋବାଙ୍କର,

    ସବୁ ସୃଷ୍ଟିକୁ ଦେଖିଲେ ଜାଣିପାରୁ ।

    (ଘୋଷା)

    ଆଶିଷ ଅଟେ ଏ ଆମ ଜୀବନ

    ଆପେ ମିଳିବନି କେବେ, ଏହି ବରଦାନ ।

    କରିବା ଗଭୀର ପ୍ରେମ ଯିହୋବାଙ୍କୁ

    ଭୁଲିବାନି ଆମେ ଏହି ଆଶିଷକୁ ।

  2. ୨. ଲୋକେ ଅନେକ ମାନିଯାʼନ୍ତି ହାର୍‌

    କହନ୍ତି ନାହିଁ କିଛି ଏ ଜୀବନେ ।

    ଆମେ ଜାଣୁ ଯେ ଏହି ନିଃଶ୍ୱାସ,

    ଉପହାର ଯିହୋବାଙ୍କର ବହୁମୂଲ୍ୟ ।

    (ଘୋଷା)

    ଆଶିଷ ଅଟେ ଏ ଆମ ଜୀବନ

    ଆପେ ମିଳିବନି କେବେ, ଏହି ବରଦାନ ।

    କରିବା ଗଭୀର ପ୍ରେମ ସମସ୍ତଙ୍କୁ

    ଭୁଲିବାନି ଆମେ ଏହି ଆଶିଷକୁ ।