इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ୩

ପ୍ରଶ୍ନର ବ୍ୟବହାର କରିବା

ପ୍ରଶ୍ନର ବ୍ୟବହାର କରିବା

ମାଥିଉ ୧୬:୧୩-୧୬

ସାରାଂଶ: ଶ୍ରୋତାମାନଙ୍କ ମନରେ ଆଗ୍ରହ ବଢ଼ାଇବା ଓ ତାକୁ ବଜାୟ ରଖିବା, ସେମାନଙ୍କ ସହିତ ଆଦରର ସହ ତର୍କ କରିବା ଏବଂ ମୁଖ୍ୟ କଥାଗୁଡ଼ିକ ଉପରେ ଜୋର୍‌ ଦେବା ପାଇଁ କୁଶଳତାର ସହ ପ୍ରଶ୍ନଗୁଡ଼ିକ ପଚାରନ୍ତୁ ।

ଏହା କିପରି କରିପାରିବେ:

  • ଆଗ୍ରହ ବଢ଼ାନ୍ତୁ ଓ ତାକୁ ବଜାୟ ରଖନ୍ତୁ । ଏପରି ପ୍ରଶ୍ନ ପଚାରନ୍ତୁ, ଯାହାଫଳରେ ଶ୍ରୋତାମାନେ ଭାବିବା ପାଇଁ ବାଧ୍ୟ ହେବେ ଏବଂ ମନେ ମନେ ତାʼର ଉତ୍ତର ପାଇବା ପାଇଁ ଚେଷ୍ଟା କରିବେ, କିମ୍ବା ସେମାନଙ୍କ ମନରେ ଆହୁରି ଜାଣିବା ପାଇଁ ଇଚ୍ଛା ଜାଗ୍ରତ ହେବ ।

  • ଆଦରର ସହିତ ତର୍କ କରନ୍ତୁ । ଆପଣଙ୍କ ତର୍କ ପଛରେ ଯେଉଁ ଯୁକ୍ତି ରହିଛି, ତାକୁ ବୁଝିବାରେ ଆପଣଙ୍କ ଶ୍ରୋତାମାନଙ୍କୁ ସାହାଯ୍ୟ କରନ୍ତୁ । ଏପରି କରିବା ପାଇଁ ଆପଣ କ୍ରମ ଅନୁସାରେ କିଛି ପ୍ରଶ୍ନ ପଚାରିପାରିବେ, ଯାହାଫଳରେ ଶ୍ରୋତାମାନେ ଏକ ଯୁକ୍ତିଯୁକ୍ତ ସିଦ୍ଧାନ୍ତରେ ପହଞ୍ଚିବେ ।

  • ମୁଖ୍ୟ କଥାଗୁଡ଼ିକ ଉପରେ ଜୋର୍‌ ଦିଅନ୍ତୁ । କୌଣସି ମୁଖ୍ୟ କଥାକୁ କହିବା ପୂର୍ବରୁ ଏପରି ଏକ ପ୍ରଶ୍ନ ପଚାରନ୍ତୁ, ଯାହା ଶ୍ରୋତାମାନଙ୍କ ମନରେ ଆଗ୍ରହ ସୃଷ୍ଟି କରିବ । ମୁଖ୍ୟ କଥାକୁ ଆଲୋଚନା କରିବା ପରେ କିମ୍ବା ଆପଣଙ୍କ ଭାଷଣ କିମ୍ବା କଥାବାର୍ତ୍ତା ଶେଷ କରିବା ସମୟରେ ପୁଣିଥରେ ଦୋହରାଇବା ପାଇଁ ପ୍ରଶ୍ନ ପଚାରନ୍ତୁ ।