इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ୪

ପଦର ଉପଯୁକ୍ତ ପରିଚୟ ଦେବା

ପଦର ଉପଯୁକ୍ତ ପରିଚୟ ଦେବା

ମାଥିଉ ୨୨:୪୧-୪୫

ସାରାଂଶ: କୌଣସି ପଦ ପଢ଼ିବା ପୂର୍ବରୁ ଆପଣଙ୍କ ଶ୍ରୋତାମାନଙ୍କର ମନକୁ ପ୍ରସ୍ତୁତ କରନ୍ତୁ ।

ଏହା କିପରି କରିପାରିବେ:

  • ନିଶ୍ଚିତ ହୁଅନ୍ତୁ ଯେ ଆପଣ କାହିଁକି ପଦଟିକୁ ପଢ଼ୁଛନ୍ତି । ପ୍ରତ୍ୟେକ ପଦର ଏପରି ଭାବେ ପରିଚୟ ଦିଅନ୍ତୁ ଅର୍ଥାତ୍‌ ପ୍ରତ୍ୟେକ ପଦକୁ ପଢ଼ିବା ପୂର୍ବରୁ ଏପରି କିଛି କୁହନ୍ତୁ, ଯାହାଫଳରେ ଆପଣ ପଦରୁ ଯାହା ବୁଝାଇବାକୁ ଚାହୁଁଛନ୍ତି, ତାʼ ପ୍ରତି ଆପଣଙ୍କ ଶ୍ରୋତାମାନଙ୍କର ଧ୍ୟାନ ଆକର୍ଷଣ କରିପାରିବେ ।

  • ଦେଖାନ୍ତୁ ଯେ ବାଇବଲ ଭରସାଯୋଗ୍ୟ ଅଟେ । ଯେତେବେଳେ ଆପଣ ଈଶ୍ୱରଙ୍କୁ ବିଶ୍ୱାସ କରୁଥିବା ଲୋକମାନଙ୍କ ସହ କଥା ହୁଅନ୍ତି, ସେତେବେଳେ ବାଇବଲକୁ ଈଶ୍ୱରଙ୍କ ବାକ୍ୟ ଭାବେ ସେମାନଙ୍କ ଧ୍ୟାନ ଆକର୍ଷଣ କରନ୍ତୁ । ଏପରି କରିବା ଦ୍ୱାରା ଆପଣ ଦେଖାଇପାରିବେ ଯେ ବାଇବଲ ହିଁ ବୁଦ୍ଧିର ସବୁଠାରୁ ଉତ୍ତମ ସ୍ରୋତ ଅଟେ ।

  • ପଦ ପ୍ରତି ଶ୍ରୋତାମାନଙ୍କର ଆଗ୍ରହ ବଢ଼ାନ୍ତୁ । ଏପରି ଏକ ପ୍ରଶ୍ନ ପଚାରନ୍ତୁ ଯାହାର ଉତ୍ତର ପଦରେ ମିଳିବ । ଏପରି କୌଣସି ସମସ୍ୟା ବିଷୟରେ କୁହନ୍ତୁ ଯାହାର ସମାଧାନ କରିବାରେ ପଦ ସାହାଯ୍ୟ କରିବ । କିମ୍ବା ଏପରି ଏକ ସିଦ୍ଧାନ୍ତ କୁହନ୍ତୁ, ଯାହାକୁ ବାଇବଲର ଘଟଣାରୁ ଆହୁରି ଭଲ ଭାବେ ବୁଝିବାରେ ସାହାଯ୍ୟ ମିଳିବ ।