इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ୫

ଠିକ୍‌ ଠିକ୍‌ ପଢ଼ିବା

ଠିକ୍‌ ଠିକ୍‌ ପଢ଼ିବା

୧ ତୀମଥି ୪:୧୩

ସାରାଂଶ: ପୃଷ୍ଠାରେ ଯାହା ଲେଖା ଅଛି, ତାହା ହିଁ ପଢ଼ନ୍ତୁ ଏବଂ ଉଚ୍ଚ ସ୍ୱରରେ ପଢ଼ନ୍ତୁ ।

ଏହା କିପରି କରିପାରିବେ:

  • ଭଲ ଭାବେ ପ୍ରସ୍ତୁତି କରନ୍ତୁ । ନିଶ୍ଚିତ ହୁଅନ୍ତୁ ଯେ ଆପଣ ଯାହା ପଢ଼ୁଛନ୍ତି, ତାହା କାହିଁକି ଲେଖାଯାଇଛି । ଶବ୍ଦଗୁଡ଼ିକୁ ଗୋଟେ ଗୋଟେ କରି ପଢ଼ିବା ପରିବର୍ତ୍ତେ, କିଛି ଶବ୍ଦକୁ ଏକାସାଙ୍ଗେ ପଢ଼ିବାର ଅଭ୍ୟାସ କରନ୍ତୁ, କାରଣ ଏହାଦ୍ୱାରା ସଠିକ୍‌ ଅର୍ଥ ବୁଝାପଡ଼େ । ସତର୍କ ରହନ୍ତୁ ଯେପରି ଆପଣ କିଛି ଶବ୍ଦ ଯୋଡ଼ିବେ ନାହିଁ, କିଛି ଶବ୍ଦ ଛାଡ଼ିବେ ନାହିଁ, କିମ୍ବା କୌଣସି ଶବ୍ଦକୁ ଅନ୍ୟ ଶବ୍ଦ ଭାବି ପଢ଼ିବେ ନାହିଁ । ସମସ୍ତ ବିରାମ ଚିହ୍ନଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ ।

  • ପ୍ରତ୍ୟେକ ଶବ୍ଦକୁ ସଠିକ୍‌ ଭାବେ ଉଚ୍ଚାରଣ କରନ୍ତୁ । ଯଦି ଆପଣ କୌଣସି ଶବ୍ଦର ଉଚ୍ଚାରଣ ଜାଣନ୍ତି ନାହିଁ, ତେବେ ସେହି ପ୍ରକାଶନର ଅଡିଓ ରେକଡିଙ୍ଗ୍‌ ଶୁଣନ୍ତୁ । କିମ୍ବା ଯିଏ ଭଲ ଭାବେ ପଢ଼ି ଜାଣନ୍ତି, ତାଙ୍କୁ ସାହାଯ୍ୟ ମାଗନ୍ତୁ ।

  • ସ୍ପଷ୍ଟ ଭାବେ କୁହନ୍ତୁ । ମୁଣ୍ଡ ଉପରକୁ ଉଠାଇ ଏବଂ ମୁହଁକୁ ଠିକ୍‌ ଭାବେ ଖୋଲି କୁହନ୍ତୁ । ପ୍ରତ୍ୟେକ ଶବ୍ଦକୁ ଧ୍ୟାନର ସହିତ ସ୍ପଷ୍ଟ ଭାବେ ଉଚ୍ଚାରଣ କରନ୍ତୁ । ତାʼ ଛଡ଼ା, ଶବ୍ଦର ପ୍ରତ୍ୟେକ ଅକ୍ଷରକୁ ସ୍ପଷ୍ଟ ଭାବେ ଉଚ୍ଚାରଣ କରିବାରେ ପ୍ରୟାସ କରନ୍ତୁ ।