इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ୬

ପଦକୁ ସ୍ପଷ୍ଟ ଭାବେ ବୁଝାଇବା

ପଦକୁ ସ୍ପଷ୍ଟ ଭାବେ ବୁଝାଇବା

ଯୋହନ ୧୦:୩୩-୩୬

ସାରାଂଶ: କେବଳ ପଦକୁ ପଢ଼ି ଆଗକୁ ବଢ଼ିଯିବା ଠିକ୍‌ ହେବ ନାହିଁ । ନିଶ୍ଚିତ ହୁଅନ୍ତୁ ଯେ ଆପଣ ଯେଉଁ ପଦ ପଢ଼ୁଛନ୍ତି ଏବଂ ଯେଉଁ କଥା ବୁଝାଇବାକୁ ଚାହୁଁଛନ୍ତି, ସେମଧ୍ୟରେ କʼଣ ସମ୍ପର୍କ ରହିଛି, ତାହା ଆପଣଙ୍କ ଶ୍ରୋତାମାନେ ସ୍ପଷ୍ଟ ଭାବେ ଜାଣନ୍ତୁ ।

ଏହା କିପରି କରିପାରିବେ:

  • ମୁଖ୍ୟ ଶବ୍ଦଗୁଡ଼ିକୁ ଅଲଗା କରନ୍ତୁ । କୌଣସି ପଦକୁ ପଢ଼ିବା ପରେ ସେଥିରେ ଥିବା ଏପରି ଶବ୍ଦଗୁଡ଼ିକ ପ୍ରତି ଜୋର୍‌ ଦିଅନ୍ତୁ, ଯାହାର ସିଧାସଳଖ ଭାବେ ଆପଣଙ୍କ ବିଷୟ ସହିତ ସମ୍ପର୍କ ରହିଛି । ଏପରି କରିବା ପାଇଁ ଆପଣ ହୁଏତ ସେହି ଶବ୍ଦଗୁଡ଼ିକୁ ପୁଣି ଦୋହରାଇପାରିବେ, କିମ୍ବା ଏକ ପ୍ରଶ୍ନ ପଚାରିପାରିବେ ଯାହାଫଳରେ ଆପଣଙ୍କ ଶ୍ରୋତାମାନେ ମୁଖ୍ୟ ଶବ୍ଦଗୁଡ଼ିକ ପ୍ରତି ଧ୍ୟାନ ଦେବେ ।

  • ବିଷୟ ଉପରେ ଜୋର୍‌ ଦିଅନ୍ତୁ । ଯଦି ଆପଣ ପଦ ପଢ଼ିବାର ସଠିକ୍‌ କାରଣ ଦର୍ଶାଇ ପଦ ପଢ଼ିଛନ୍ତି, ତେବେ ବୁଝାନ୍ତୁ ଯେ ପଦରେ ଥିବା ମୁଖ୍ୟ ଶବ୍ଦଗୁଡ଼ିକର ସେହି କାରଣ ସହିତ କʼଣ ସମ୍ପର୍କ ରହିଛି ।

  • ସରଳ ଉପାୟରେ ପଦକୁ ଲାଗୁ କରନ୍ତୁ । ପଦରେ ଥିବା ଯେଉଁ ଶବ୍ଦଗୁଡ଼ିକର ଆପଣଙ୍କ ଆଲୋଚନାର ବିଷୟ ସହ କୌଣସି ସମ୍ପର୍କ ନାହିଁ, ତାʼ ଉପରେ ଅଯଥା ଟିପ୍ପଣୀ ଦିଅନ୍ତୁ ନାହିଁ । ଆପଣଙ୍କ ଶ୍ରୋତାମାନେ ସେହି ବିଷୟ ଉପରେ ହୁଏତ ଆଗରୁ କିଛି ଜାଣିଥିବେ । ତେଣୁ ତାʼ ଆଧାରରେ ନିର୍ଣ୍ଣୟ କରନ୍ତୁ ଯେ ପଦକୁ ସ୍ପଷ୍ଟ ଭାବେ ସେମାନଙ୍କୁ ବୁଝାଇବା ପାଇଁ ଆପଣ କେତେ ତଥ୍ୟ ଉପରେ ଆଲୋଚନା କରିବା ଜରୁରୀ ।