इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ୮

ଶିଖାଇବା ପାଇଁ ଦୃଷ୍ଟାନ୍ତ ଦେବା

ଶିଖାଇବା ପାଇଁ ଦୃଷ୍ଟାନ୍ତ ଦେବା

ମାଥିଉ ୧୩:୩୪, ୩୫

ସାରାଂଶ: ଶିଖାଇବାରେ ନିଜ ଦକ୍ଷତାକୁ ବଢ଼ାଇବା ପାଇଁ ସରଳ ଦୃଷ୍ଟାନ୍ତଗୁଡ଼ିକ ବ୍ୟବହାର କରନ୍ତୁ, ଯାହା ଆପଣଙ୍କ ଶ୍ରୋତାମାନଙ୍କର ମନକୁ ଛୁଇଁବ ଏବଂ ସେଥିରୁ ସେମାନେ ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକ ଶିଖିବେ ।

ଏହା କିପରି କରିପାରିବେ:

  • ସରଳ ଦୃଷ୍ଟାନ୍ତଗୁଡ଼ିକ କୁହନ୍ତୁ । ଯୀଶୁଙ୍କ ଭଳି ଆପଣ ମଧ୍ୟ ବଡ଼ ବଡ଼ ମାମଲାକୁ ବୁଝାଇବା ପାଇଁ ଛୋଟ ଛୋଟ କଥାକୁ ନେଇ ଦୃଷ୍ଟାନ୍ତ ଦିଅନ୍ତୁ ଏବଂ କଠିନ ବିଷୟଗୁଡ଼ିକୁ ବୁଝାଇବା ପାଇଁ ସହଜରେ ବୁଝି ହେଉଥିବା ଦୃଷ୍ଟାନ୍ତ ଦିଅନ୍ତୁ । ଏପରି ଅଦରକାରୀ ତଥ୍ୟଗୁଡ଼ିକୁ ସାମିଲ୍‌ କରନ୍ତୁ ନାହିଁ, ଯାହା ଦୃଷ୍ଟାନ୍ତକୁ ଜଟିଳ କରିଦିଏ । ନିଶ୍ଚିତ ହୁଅନ୍ତୁ ଯେ ଆପଣ ଯେଉଁ ବିଷୟରେ ଶିଖାଉଛନ୍ତି, ଆପଣଙ୍କ ଦୃଷ୍ଟାନ୍ତ ପ୍ରକୃତରେ ସେ କ୍ଷେତ୍ରରେ ଯେପରି ଲାଗୁ ହୁଏ । କାରଣ ମେଳ ଖାଉ ନ ଥିବା ତଥ୍ୟଗୁଡ଼ିକ ଦ୍ୱାରା ଆପଣଙ୍କ ଶ୍ରୋତାମାନଙ୍କ ଧ୍ୟାନ ଭଙ୍ଗ ହୋଇଥାଏ ।

  • ଶ୍ରୋତାମାନଙ୍କୁ ଧ୍ୟାନରେ ରଖି ଦୃଷ୍ଟାନ୍ତ ଦିଅନ୍ତୁ । ଆପଣଙ୍କ ଶ୍ରୋତାମାନଙ୍କର କାର୍ଯ୍ୟକଳାପ ଏବଂ ଯେଉଁ ବିଷୟ ପ୍ରତି ସେମାନେ ଆଗ୍ରହ ରଖନ୍ତି, ସେଗୁଡ଼ିକୁ ଧ୍ୟାନରେ ରଖି ଦୃଷ୍ଟାନ୍ତ କୁହନ୍ତୁ । ଆପଣଙ୍କ ଦୃଷ୍ଟାନ୍ତ ଯେପରି ଶ୍ରୋତାମାନଙ୍କୁ ଅପମାନିତ ନ କରେ କିମ୍ବା ସେମାନଙ୍କ ମନରେ ଆଘାତ ନ ଦିଏ, ସେଥିପ୍ରତି ସତର୍କ ରହନ୍ତୁ ।

  • ମୁଖ୍ୟ ବିଷୟ ଶିଖାନ୍ତୁ । ଦୃଷ୍ଟାନ୍ତ ଦେବା ସମୟରେ ଛୋଟ ଛୋଟ ତଥ୍ୟ ପରିବର୍ତ୍ତେ, ମୁଖ୍ୟ ବିଷୟ ଉପରେ ଶ୍ରୋତାମାନଙ୍କର ଧ୍ୟାନ କେନ୍ଦ୍ରିତ କରନ୍ତୁ । ନିଶ୍ଚିତ ହୁଅନ୍ତୁ ଯେ ଆପଣଙ୍କ ଶ୍ରୋତାମାନେ କେବଳ ଦୃଷ୍ଟାନ୍ତକୁ ମନେ ନ ରଖି ସେଥିରୁ ମିଳୁଥିବା ଶିକ୍ଷାକୁ ମଧ୍ୟ ଯେପରି ମନେ ରଖିବେ ।