इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ୧୦

ସ୍ୱରରେ ପରିବର୍ତ୍ତନ ଆଣିବା

ସ୍ୱରରେ ପରିବର୍ତ୍ତନ ଆଣିବା

ହିତୋପଦେଶ ୮:୪,

ସାରାଂଶ: ଆପଣଙ୍କ ଆବାଜ୍‌କୁ କମ୍‌ ବେଶି କରିବା, ସ୍ୱରକୁ ଉଚ୍ଚ ନୀଚ କରିବା ଏବଂ କହିବାର ବେଗରେ ପରିବର୍ତ୍ତନ ଆଣିବା ଦ୍ୱାରା କଥାଗୁଡ଼ିକୁ ସ୍ପଷ୍ଟ ଭାବେ ଜଣାନ୍ତୁ । ଏପରି କରିବା ଦ୍ୱାରା ଆପଣ ଶ୍ରୋତାମାନଙ୍କର ଭାବନା ଓ ଆବେଗଗୁଡ଼ିକୁ ଜାଗ୍ରତ କରିପାରିବେ ।

ଏହା କିପରି କରିପାରିବେ:

  • ଆବାଜ୍‌କୁ କମ୍‌ ବେଶି କରନ୍ତୁ । ମୁଖ୍ୟ କଥାକୁ ସ୍ପଷ୍ଟ ଭାବେ ଜଣାଇବା ପାଇଁ ଏବଂ ଶ୍ରୋତାମାନଙ୍କୁ କୌଣସି ପଦକ୍ଷେପ ନେବାକୁ ପ୍ରେରିତ କରିବା ପାଇଁ ଟିକେ ବେଶି ଆବାଜ୍‌ରେ କୁହନ୍ତୁ । ଯେତେବେଳେ ଆପଣ ବାଇବଲରୁ କୌଣସି ନ୍ୟାୟଦଣ୍ଡ ପଢ଼ନ୍ତି, ସେତେବେଳେ ମଧ୍ୟ ଏହିପରି କରନ୍ତୁ । ଆଗକୁ କʼଣ ହେବ, ତାହା ଜାଣିବାରେ ଶ୍ରୋତାଙ୍କ ମନରେ ଆଗ୍ରହ ବଢ଼ାଇବା ପାଇଁ କିମ୍ବା ଡର ବା ଚିନ୍ତାର ଭାବନା ପ୍ରକାଶ କରିବା ପାଇଁ କମ୍‌ ଆବାଜ୍‌ରେ କୁହନ୍ତୁ ।

  • ସ୍ୱରକୁ ଉଚ୍ଚ ନୀଚ କରନ୍ତୁ । ଯଦି ଆପଣଙ୍କ ଭାଷାରେ ଠିକ୍‌ ଲାଗେ, ତେବେ ଉତ୍ସାହ ପ୍ରକାଶ କରିବା, ଅଥବା ଆକାର କିମ୍ବା ଦୂରତା ବିଷୟରେ କହିବା ସମୟରେ ଆପଣଙ୍କ ସ୍ୱରକୁ ଉଚ୍ଚ କରନ୍ତୁ । ଦୁଃଖ କିମ୍ବା ଚିନ୍ତା ପ୍ରକାଶ କରିବା ସମୟରେ ଆପଣଙ୍କ ସ୍ୱରକୁ ନୀଚ କରନ୍ତୁ ।

  • କହିବାର ବେଗରେ ପରିବର୍ତ୍ତନ ଆଣନ୍ତୁ । ଉତ୍ତେଜନା ଜଣାଇବା ପାଇଁ ଶବ୍ଦଗୁଡ଼ିକୁ ଶୀଘ୍ର ଶୀଘ୍ର କୁହନ୍ତୁ । ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକୁ କହିବା ସମୟରେ ଧୀରେ ଧୀରେ କୁହନ୍ତୁ ।