इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ୧୧

ଉତ୍ସାହର ସହିତ କହିବା

ଉତ୍ସାହର ସହିତ କହିବା

ରୋମୀୟ ୧୨:୧୧

ସାରାଂଶ: ଉତ୍ସାହର ସହିତ କଥା ହୁଅନ୍ତୁ, ଯାହାଫଳରେ ଆପଣ ଶ୍ରୋତାମାନଙ୍କ ମନରେ ଉତ୍ସାହ ଭରିପାରିବେ ଏବଂ ପଦକ୍ଷେପ ନେବା ପାଇଁ ସେମାନଙ୍କୁ ପ୍ରେରିତ କରିପାରିବେ ।

ଏହା କିପରି କରିପାରିବେ:

  • ନିଜ ହୃଦୟକୁ ସାମିଲ୍‌ କରନ୍ତୁ । ଯେତେବେଳେ ଆପଣ ନିଜ ଭାଷଣ କିମ୍ବା କୌଣସି ଭାଗର ପ୍ରସ୍ତୁତି କରନ୍ତି, ଆପଣଙ୍କ ବାର୍ତ୍ତାର ମହତ୍ତ୍ୱ ଉପରେ ଗଭୀର ଭାବେ ଚିନ୍ତନ କରନ୍ତୁ । ଆପଣଙ୍କ ତଥ୍ୟ ସହିତ ଭଲ ଭାବେ ପରିଚିତ ହୁଅନ୍ତୁ, ଯାହାଫଳରେ ଆପଣ ହୃଦୟରୁ ନିଜ କଥାଗୁଡ଼ିକୁ ପ୍ରକାଶ କରିପାରିବେ ।

  • ଶ୍ରୋତାମାନଙ୍କୁ ଧ୍ୟାନରେ ରଖନ୍ତୁ । ଚିନ୍ତନ କରନ୍ତୁ ଯେ ଆପଣ ଯେଉଁ ତଥ୍ୟ ପଢ଼ିବେ କିମ୍ବା ଶିଖାଇବେ, ସେଥିରୁ ଶ୍ରୋତାମାନେ କିପରି ଲାଭ ପାଇପାରିବେ । ସେହି ତଥ୍ୟକୁ ଉପସ୍ଥାପନା କରିବାର ବିଭିନ୍ନ ଉପାୟ ବିଚାରକୁ ନିଅନ୍ତୁ । ତାʼପରେ ତଥ୍ୟକୁ ଏପରି ଉପାୟରେ ଉପସ୍ଥାପନା କରନ୍ତୁ, ଯାହାଫଳରେ ଶ୍ରୋତାମାନେ ତାʼର ମହତ୍ତ୍ୱକୁ ବୁଝିପାରିବେ ।

  • ଆପଣଙ୍କ ଭାଷଣ କିମ୍ବା କଥାକୁ ଜୀବନ୍ତ କରନ୍ତୁ । ଉତ୍ସାହର ସହିତ କୁହନ୍ତୁ । ଆପଣଙ୍କ ଭାବନାକୁ ପ୍ରକାଶ କରିବା ପାଇଁ ମୁହଁର ହାବଭାବ ଓ ଅଙ୍ଗଭଙ୍ଗୀ ବ୍ୟବହାର କରନ୍ତୁ । ମନେ ରଖନ୍ତୁ ଯେ ଆପଣଙ୍କ ମୁହଁର ହାବଭାବ ହୃଦୟରୁ ଆସିବା ଉଚିତ୍‌ ଏବଂ ଆପଣଙ୍କ ଅଙ୍ଗଭଙ୍ଗୀ ସ୍ୱାଭାବିକ ହେବା ଉଚିତ୍‌ ।