इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ୧୨

ସ୍ନେହପୂର୍ଣ୍ଣ ଭାବନା ଓ ସହାନୁଭୂତି ଦେଖାଇବା

ସ୍ନେହପୂର୍ଣ୍ଣ ଭାବନା ଓ ସହାନୁଭୂତି ଦେଖାଇବା

୧ ଥେସଲନୀକୀୟ ୨:୭, ୮

ସାରାଂଶ: ପ୍ରକୃତ ଭାବନାର ସହିତ କଥା ହୁଅନ୍ତୁ ଏବଂ ଦେଖାନ୍ତୁ ଯେ ଆପଣ ଶ୍ରୋତାମାନଙ୍କ ପାଇଁ ଚିନ୍ତା କରନ୍ତି ।

ଏହା କିପରି କରିପାରିବେ:

  • ଶ୍ରୋତାମାନଙ୍କ ବିଷୟରେ ଚିନ୍ତା କରନ୍ତୁ । ସେମାନେ ଯେଉଁ ସମସ୍ୟାଗୁଡ଼ିକର ସାମନା କରନ୍ତି, ସେଗୁଡ଼ିକୁ ମନେ ପକାଇ ନିଜ ହୃଦୟକୁ ପ୍ରସ୍ତୁତ କରନ୍ତୁ । କଳ୍ପନା କରନ୍ତୁ ଯେ ସେମାନେ କିପରି ଅନୁଭବ କରୁଥିବେ ।

  • ଆପଣଙ୍କ ଶବ୍ଦଗୁଡ଼ିକୁ ଧ୍ୟାନର ସହିତ ବାଛନ୍ତୁ । ଆପଣଙ୍କ ଶ୍ରୋତାମାନଙ୍କୁ ସାନ୍ତ୍ୱନା ଦେବା ଏବଂ ସେମାନଙ୍କ ମନରେ ସତେଜତା ଓ ନୂଆ ଶକ୍ତି ଭରିଦେବା ପାଇଁ ଚେଷ୍ଟା କରନ୍ତୁ । ଏପରି ଶବ୍ଦ କିମ୍ବା ବାକ୍ୟ କହିବାଠାରୁ ଦୂରେଇ ରହନ୍ତୁ, ଯାହା ସେମାନଙ୍କୁ ଅଯଥା ଅପମାନିତ କରିପାରେ । ଯେଉଁମାନେ ଯିହୋବାଙ୍କ ସାକ୍ଷୀ ନୁହନ୍ତି, ସେମାନଙ୍କୁ କିମ୍ବା ସେମାନଙ୍କ ବିଶ୍ୱାସକୁ ନିନ୍ଦା କଲା ଭଳି କଥା କୁହନ୍ତୁ ନାହିଁ ।

  • ଶ୍ରୋତାମାନଙ୍କ ପ୍ରତି ଆଗ୍ରହ ଦେଖାନ୍ତୁ । ଆପଣଙ୍କ ସ୍ୱରରେ କୋମଳତା ଆଣି ଏବଂ ଉପଯୁକ୍ତ ଅଙ୍ଗଭଙ୍ଗୀ ସାହାଯ୍ୟରେ ଶ୍ରୋତାମାନଙ୍କୁ ଦେଖାନ୍ତୁ ଯେ ଆପଣ ପ୍ରକୃତରେ ସେମାନଙ୍କ ପାଇଁ ଚିନ୍ତା କରନ୍ତି । ଆପଣଙ୍କ ମୁହଁର ହାବଭାବ ପ୍ରତି ସତର୍କ ରହନ୍ତୁ, ଆଉ ମଝିରେ ମଝିରେ ଟିକେ ହସନ୍ତୁ ।