इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ୧୩

ତଥ୍ୟକୁ ଲାଗୁ କରିବାର ଲାଭ ସ୍ପଷ୍ଟ ଭାବେ କହିବା

ତଥ୍ୟକୁ ଲାଗୁ କରିବାର ଲାଭ ସ୍ପଷ୍ଟ ଭାବେ କହିବା

ହିତୋପଦେଶ ୩:୨୧

ସାରାଂଶ: ଆପଣଙ୍କ ଶ୍ରୋତାମାନଙ୍କୁ ଏହା ବୁଝିବାରେ ସାହାଯ୍ୟ କରନ୍ତୁ ଯେ ଯେଉଁ ବିଷୟରେ ଆପଣ କଥା ହେଉଛନ୍ତି, ସେମାନଙ୍କ ଜୀବନ ସହିତ ଏହାର କʼଣ ସମ୍ପର୍କ ରହିଛି ଏବଂ ସେମାନଙ୍କୁ ଦେଖାନ୍ତୁ ଯେ ସେମାନେ ଯାହା ଶିଖନ୍ତି, ତାକୁ କିପରି ଲାଗୁ କରିପାରିବେ ।

ଏହା କିପରି କରିପାରିବେ:

  • ଆପଣଙ୍କ ଶ୍ରୋତାମାନଙ୍କ ବିଷୟରେ ଚିନ୍ତା କରନ୍ତୁ । ଚିନ୍ତନ କରନ୍ତୁ ଯେ ଆପଣ ଯେଉଁ ତଥ୍ୟ ଦେଉଛନ୍ତି, ତାକୁ ଶ୍ରୋତାମାନେ ଶୁଣିବା କାହିଁକି ଜରୁରୀ । ବିଶେଷ କରି, ଆପଣଙ୍କ ବିଷୟର କେଉଁ କଥାଗୁଡ଼ିକ ସେମାନଙ୍କୁ ପ୍ରକୃତରେ ସାହାଯ୍ୟ କରିପାରିବ, ତାହା ଧ୍ୟାନରେ ରଖନ୍ତୁ ।

  • ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶ୍ରୋତାମାନଙ୍କୁ ଦେଖାନ୍ତୁ ଯେ ସେମାନେ କʼଣ କରିବା ଉଚିତ୍‌ । ଆରମ୍ଭରୁ ହିଁ ପ୍ରତ୍ୟେକ ଶ୍ରୋତା ଏହା ଅନୁଭବ କରିବା ଉଚିତ୍‌: “ଏଇଟା ତ ମୋʼ ପାଇଁ ଅଟେ ।” ଯେତେବେଳେ ଆପଣ ପ୍ରତ୍ୟେକ ମୁଖ୍ୟ କଥାକୁ ବୁଝାନ୍ତି, ଏହା ମଧ୍ୟ ଦେଖାନ୍ତୁ ଯେ ସେମାନେ ତାକୁ କିପରି ଲାଗୁ କରିପାରିବେ । ଅନେକଗୁଡ଼ିଏ ତଥ୍ୟ ଉପରେ ବିସ୍ତାର ଭାବେ କହିବା ପରିବର୍ତ୍ତେ, ନିର୍ଦ୍ଦିଷ୍ଟ ତଥ୍ୟଗୁଡ଼ିକୁ ସ୍ପଷ୍ଟ ଭାବେ ବୁଝାନ୍ତୁ ।