इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ୧୫

ଦୃଢ଼ ବିଶ୍ୱାସର ସହିତ କହିବା

ଦୃଢ଼ ବିଶ୍ୱାସର ସହିତ କହିବା

୧ ଥେସଲନୀକୀୟ ୧:୫

ସାରାଂଶ: ଦେଖାନ୍ତୁ ଯେ ଆପଣ ଯାହା କହୁଛନ୍ତି, ତାହା ସତ ଓ ଜରୁରୀ ବୋଲି ଆପଣ ଦୃଢ଼ ବିଶ୍ୱାସ କରନ୍ତି ।

ଏହା କିପରି କରିପାରିବେ:

  • ଧ୍ୟାନର ସହିତ ଓ ଭଲ ଭାବେ ପ୍ରସ୍ତୁତି କରନ୍ତୁ । ଆପଣଙ୍କ ମୁଖ୍ୟ କଥାଗୁଡ଼ିକ କʼଣ ଏବଂ ବାଇବଲ ସେଗୁଡ଼ିକୁ କିପରି ସତ ବୋଲି ପ୍ରମାଣିତ କରେ, ତାହା ବୁଝିବାକୁ ଚେଷ୍ଟା କରନ୍ତୁ । ଏହା ନ ବୁଝିବା ଯାଏ ନିଜ ତଥ୍ୟକୁ ଭଲ ଭାବେ ଅଧ୍ୟୟନ କରନ୍ତୁ । ପ୍ରସ୍ତୁତି ବେଳେ ନିଜ ଭାଷଣ କିମ୍ବା କଥାବାର୍ତ୍ତାର ମୁଖ୍ୟ କଥାଗୁଡ଼ିକୁ ସରଳ ଶବ୍ଦରେ ପ୍ରକାଶ କରିବାକୁ ଚେଷ୍ଟା କରନ୍ତୁ । ଆପଣ ଯାହା କହିବେ ତାହା ଶ୍ରୋତାମାନଙ୍କୁ କିପରି ଲାଭ ପହଞ୍ଚାଇବ, ତାʼ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । ପବିତ୍ର ଶକ୍ତି ପାଇଁ ପ୍ରାର୍ଥନା କରନ୍ତୁ ।

  • ଏପରି ଶବ୍ଦଗୁଡ଼ିକ ବ୍ୟବହାର କରନ୍ତୁ, ଯେଉଁଥିରୁ ଆପଣଙ୍କ ଦୃଢ଼ ବିଶ୍ୱାସ ଝଲକିବ । ପ୍ରକାଶନଗୁଡ଼ିକରେ ଥିବା ଶବ୍ଦଗୁଡ଼ିକୁ ଅବିକଳ ବାରମ୍ବାର କହିବା ପରିବର୍ତ୍ତେ, ଆପଣଙ୍କ ନିଜ ଶବ୍ଦରେ କୁହନ୍ତୁ । ଏପରି ଭାଷାରେ କୁହନ୍ତୁ, ଯେଉଁଥିରୁ ଜଣାପଡ଼ିବ ଯେ ଆପଣ ଯାହା କହୁଛନ୍ତି, ତାʼ ଉପରେ ଦୃଢ଼ ଭାବେ ବିଶ୍ୱାସ କରନ୍ତି ।

  • ଆପଣଙ୍କ କଥାକୁ ଗମ୍ଭୀରତାର ସହିତ ଏବଂ ହୃଦୟରୁ ପ୍ରକାଶ କରନ୍ତୁ । ଯଥେଷ୍ଟ ଆବାଜ୍‌ରେ କୁହନ୍ତୁ । ଯେଉଁ ପରିସ୍ଥିତିରେ କିମ୍ବା ଯେଉଁ ଅଞ୍ଚଳରେ ଆଖିରେ ଆଖି ମିଶାଇ କଥା ହେବା ଅପମାନଜନକ ବୋଲି ଧରାଯାଏ ନାହିଁ, ସେଠାରେ ଆଖିରେ ଆଖି ମିଶାଇ କଥା ହୁଅନ୍ତୁ ।