इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ୧୭

ଅନ୍ୟମାନେ ବୁଝିବା ପାଇଁ ସହଜ କରିବା

ଅନ୍ୟମାନେ ବୁଝିବା ପାଇଁ ସହଜ କରିବା

୧ କରିନ୍ଥୀୟ ୧୪:୯

ସାରାଂଶ: ଶ୍ରୋତାମାନଙ୍କୁ ଆପଣଙ୍କ ବାର୍ତ୍ତାର ଅର୍ଥ ବୁଝିବା ପାଇଁ ସାହାଯ୍ୟ କରନ୍ତୁ ।

ଏହା କିପରି କରିପାରିବେ:

  • ଆପଣଙ୍କ ତଥ୍ୟକୁ ଧ୍ୟାନର ସହିତ ଅଧ୍ୟୟନ କରନ୍ତୁ । ଆପଣଙ୍କ ବିଷୟଟିକୁ ଭଲ ଭାବେ ବୁଝନ୍ତୁ, ଯାହାଫଳରେ ଆପଣ ତାକୁ ସରଳ ଭାବେ ଏବଂ ନିଜ ଶବ୍ଦରେ ବୁଝାଇପାରିବେ ।

  • ଛୋଟ ଛୋଟ ବାକ୍ୟ ଏବଂ ସରଳ ଶବ୍ଦଗୁଡ଼ିକ ବ୍ୟବହାର କରନ୍ତୁ । ଯଦିଓ ଆପଣ ଲମ୍ବା ବାକ୍ୟଗୁଡ଼ିକ କହିପାରିବେ, ତଥାପି ଛୋଟ ଛୋଟ ବାକ୍ୟ ଓ ବାକ୍ୟାଂଶ ବ୍ୟବହାର କରି ମୁଖ୍ୟ କଥାଗୁଡ଼ିକୁ କୁହନ୍ତୁ ।

  • ଅପରିଚିତ ଶବ୍ଦଗୁଡ଼ିକୁ ସ୍ପଷ୍ଟ କରନ୍ତୁ । ଯଦି ସମ୍ଭବ, ଆପଣଙ୍କ ଶ୍ରୋତାମାନେ ପରିଚିତ ନ ଥିବା ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତୁ ନାହିଁ । ଯଦି ଆପଣଙ୍କୁ କୌଣସି ଅପରିଚିତ ଶବ୍ଦ, ବାଇବଲ ଚରିତ୍ର, ପ୍ରାଚୀନ ପ୍ରଥା କିମ୍ବା ମାପ ପ୍ରକ୍ରିୟା ବିଷୟରେ କହିବାକୁ ପଡ଼େ, ତେବେ ସେଗୁଡ଼ିକୁ ସ୍ପଷ୍ଟ ଭାବେ ବୁଝାନ୍ତୁ ।