इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୦୭

ଯିହୋବା କେଉଁଭଳି ଈଶ୍ୱର ଅଟନ୍ତି ?

ଯିହୋବା କେଉଁଭଳି ଈଶ୍ୱର ଅଟନ୍ତି ?

ଆପଣ କʼଣ ଭାବନ୍ତି ଯିହୋବା କେଉଁଭଳି ଈଶ୍ୱର ଅଟନ୍ତି ? ହୁଏତ ଆପଣ ଭାବୁଥିବେ ଯେ ସେ ତ ବହୁତ ମହାନ, ଆଉ ମୁଁ ତ ତାଙ୍କ ଆଗରେ କିଛି ବି ନୁହେଁ । କିମ୍ବା ଆପଣ ଭାବୁଥିବେ ଯେ ସେ କେବଳ ଗୋଟିଏ ଶକ୍ତି ଅଟନ୍ତି । କିନ୍ତୁ କʼଣ ଏହା ସତ ? ବାଇବଲରେ ଲେଖାଅଛି ଯେ ଯିହୋବାଙ୍କଠାରେ ଅନେକ ଭଲ ଗୁଣ ଅଛି ଏବଂ ସେ ଆମ ବିଷୟରେ ଚିନ୍ତା କରନ୍ତି ।

୧. ଆମେ କାହିଁକି ଈଶ୍ୱରଙ୍କୁ ଦେଖିପାରି ନ ଥାଉ ?

ବାଇବଲରେ ଲେଖାଅଛି ଯେ ‘ଈଶ୍ୱର ଅଦୃଶ୍ୟ’ ଅଟନ୍ତି । (ଯୋହନ ୪:୨୪, NWT) ଯିହୋବାଙ୍କର ଆମ ଭଳି ଶରୀର ନାହିଁ । ତେଣୁ ଆମେ ତାଙ୍କୁ ଦେଖିପାରି ନ ଥାଉ । ସେ ସ୍ୱର୍ଗରେ ରହନ୍ତି । ଏହା ଏପରି ଏକ ଜାଗା ଯାହା ଆମେ ଦେଖିପାରି ନ ଥାଉ ।

୨. ଯିହୋବାଙ୍କଠାରେ କେଉଁସବୁ ଗୁଣ ଅଛି ?

ଏହା ସତ ଯେ ଆମେ ଯିହୋବାଙ୍କୁ ଦେଖିପାରି ନ ଥାଉ । କିନ୍ତୁ ତାଙ୍କଠାରେ ଅନେକ ଭଲ ଗୁଣ ରହିଛି । ଆମେ ଯେତେ ତାଙ୍କୁ ଜାଣିବା, ସେତେ ତାଙ୍କୁ ପ୍ରେମ କରିବାକୁ ଲାଗିବା । ବାଇବଲରେ ଲେଖାଅଛି ଯେ ‘ଯିହୋବା ନ୍ୟାୟ ବିଚାର ଭଲ ପାଆନ୍ତି ଓ ଆପଣା ସଦ୍‌ଭକ୍ତମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ ।’ (ଗୀତସଂହିତା ୩୭:୨୮) ଯିହୋବା “ଦୟାରେ ପରିପୂର୍ଣ୍ଣ ଓ କୃପାବାନ ଅଟନ୍ତି ।” (ଯାକୁବ ୫:୧୧) ସେ ବିଶେଷ କରି, ଏପରି ଲୋକମାନଙ୍କ ପ୍ରତି କୃପା କରନ୍ତି, ଯେଉଁମାନେ ସମସ୍ୟାରେ ଥାʼନ୍ତି । ଯିହୋବା ଭାଙ୍ଗିପଡ଼ିଥିବା ଲୋକମାନଙ୍କର ନିକଟବର୍ତ୍ତୀ ଅଟନ୍ତି ଓ ନିରାଶରେ ଥିବା ଲୋକମାନଙ୍କୁ ରକ୍ଷା କରନ୍ତି । (ଗୀତସଂହିତା ୩୪:୧୮) ଆମେ ଯାହା ବି କରୁ, ତାହା ଯିହୋବାଙ୍କ ଉପରେ ପ୍ରଭାବ ପକାଇଥାଏ । ଯଦି ଆମେ ଭୁଲ କାମ କରୁ, ତାହେଲେ ଯିହୋବା ବହୁତ ଦୁଃଖି ହୁଅନ୍ତି । (ଗୀତସଂହିତା ୭୮:୪୦, ୪୧) କିନ୍ତୁ ଯଦି ଆମେ ଭଲ କାମ କରୁ, ତାହେଲେ ସେ ବହୁତ ଖୁସି ହୁଅନ୍ତି ।—ହିତୋପଦେଶ ୨୭:୧୧ ପଢ଼ନ୍ତୁ ।

୩. ଆମେ କିପରି ଜାଣୁ ଯେ ଯିହୋବା ଆମକୁ ପ୍ରେମ କରନ୍ତି ?

ଯିହୋବାଙ୍କର ସବୁଠୁ ବଢ଼ିଆ ଗୁଣ ହେଉଛି, ପ୍ରେମ । ତେଣୁ ବାଇବଲରେ ଏହା ଲେଖାଯାଇ ନାହିଁ ଯେ ଈଶ୍ୱରଙ୍କଠାରେ ପ୍ରେମ ଅଛି, ବରଂ ଏଠାରେ ଲେଖାଅଛି ଯେ “ଈଶ୍ୱର ତ ପ୍ରେମ ।” (୧ ଯୋହନ ୪:୮) ବାଇବଲ ପଢ଼ିବା ସହିତ ଯିହୋବା ସୃଷ୍ଟି କରିଥିବା ପ୍ରାଣୀ ଓ ଜିନିଷଗୁଡ଼ିକୁ ଦେଖି ମଧ୍ୟ ଆମେ ଜାଣିପାରୁ ଯେ ସେ ଆମକୁ କେତେ ପ୍ରେମ କରନ୍ତି । (ପ୍ରେରିତ ୧୪:୧୭ ପଢ଼ନ୍ତୁ ।) ଟିକେ ଧ୍ୟାନ ଦିଅନ୍ତୁ ଯେ ସେ ଆମକୁ କିପରି ସୃଷ୍ଟି କରିଛନ୍ତି । ଆମେ ସୁନ୍ଦର ରଙ୍ଗ ଦେଖିପାରୁ, ମଧୁର ସଂଗୀତ ଶୁଣିପାରୁ ଏବଂ ସୁଆଦିଆ ଖାଦ୍ୟର ମଜା ନେଇପାରୁ । ଏଥିରୁ ଜଣାପଡ଼େ ଯେ ଯିହୋବା ଚାହାନ୍ତି ଆମେ ଖୁସିରେ ରହୁ ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଯିହୋବା କିପରି ବଡ଼ ବଡ଼ କାମ କରନ୍ତି । ତାʼପରେ ଦେଖନ୍ତୁ ଯିହୋବା କିପରି ନିଜ ଗୁଣଗୁଡ଼ିକୁ ଦେଖାଇଛନ୍ତି ।

୪. ଜାଣନ୍ତୁ ଯେ ଈଶ୍ୱର ନିଜ ପବିତ୍ର ଶକ୍ତିକୁ କିପରି ବ୍ୟବହାର କରନ୍ତି

ଯେପରି ଆମେ ନିଜ ହାତ ସାହାଯ୍ୟରେ କାମ କରୁ, ଠିକ୍‌ ସେହିପରି ଯିହୋବା ନିଜ ପବିତ୍ର ଶକ୍ତି ସାହାଯ୍ୟରେ କାମ କରନ୍ତି । ବାଇବଲରୁ ଜଣାପଡ଼େ ଯେ ପବିତ୍ର ଶକ୍ତି କୌଣସି ବ୍ୟକ୍ତି ନୁହେଁ, ବରଂ ତାହା ଈଶ୍ୱରଙ୍କ ଶକ୍ତି ଅଟେ, ଯାହା ସାହାଯ୍ୟରେ ସେ ନିଜ ଇଚ୍ଛା ପୂରଣ କରନ୍ତି । ଲୂକ ୧୧:୧୩ ପ୍ରେରିତ ୨:୧୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଆମେ ଦେଖିଲୁ ଯେ ଈଶ୍ୱର ଲୋକମାନଙ୍କୁ ପବିତ୍ର ଶକ୍ତି ଦିଅନ୍ତି କିମ୍ବା ସେମାନଙ୍କ ଉପରେ ତାହା “ବୃଷ୍ଟି” କରନ୍ତି । ତାହେଲେ ଟିକେ ଭାବନ୍ତୁ, ଯଦି ପବିତ୍ର ଶକ୍ତି ଜଣେ ବ୍ୟକ୍ତି ଅଟେ, ତାହେଲେ ତାକୁ କିପରି ଅନ୍ୟମାନଙ୍କ ଉପରେ ବୃଷ୍ଟି କରାଯାଇପାରେ ? ଏଥିରୁ ଆପଣଙ୍କୁ ପବିତ୍ର ଶକ୍ତି ବିଷୟରେ କʼଣ ଜଣାପଡ଼େ ?

ଯିହୋବା ନିଜ ପବିତ୍ର ଶକ୍ତି ସାହାଯ୍ୟରେ ବଡ଼ ବଡ଼ କାମ କରନ୍ତି । ଗୀତସଂହିତା ୧୦୪:୩୦ ୨ ପିତର ୧:୨୦, ୨୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯିହୋବା ଈଶ୍ୱର ନିଜ ପବିତ୍ର ଶକ୍ତି ସାହାଯ୍ୟରେ କʼଣ କʼଣ କରିଛନ୍ତି ?

୫. ଯିହୋବାଙ୍କଠାରେ ଏପରି ଗୁଣଗୁଡ଼ିକ ରହିଛି, ଯାହା ଆମ ହୃଦୟକୁ ଛୁଇଁଯାଏ

ପ୍ରାଚୀନ କାଳରେ ମୋଶା ନାମକ ଜଣେ ବ୍ୟକ୍ତି ଥିଲେ, ଯିଏ ଈଶ୍ୱରଙ୍କ ବିଶ୍ୱସ୍ତ ସେବକ ଥିଲେ । ସେ ଯିହୋବା ଈଶ୍ୱରଙ୍କୁ ଭଲ ଭାବେ ଜାଣିଥିଲେ, ତଥାପି ସେ ତାଙ୍କୁ କହିଲେ, ‘ମୁଁ ଯେପରି ତୁମ୍ଭଙ୍କୁ ଜାଣି ପାରିବି, ଏଥିପାଇଁ ଏବେ ତୁମ୍ଭେ ମୋତେ ଆପଣା ମାର୍ଗ ଜଣାଅ ।’ (ଯାତ୍ରା ପୁସ୍ତକ ୩୩:୧୩) ତାʼପରେ ଯିହୋବା ମୋଶାଙ୍କୁ ନିଜ ବିଷୟରେ କିଛି କଥା ଜଣାଇଲେ । ଯାତ୍ରା ପୁସ୍ତକ ୩୪:୪-୬ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଯିହୋବା ମୋଶାଙ୍କୁ ନିଜ ବିଷୟରେ କʼଣ କʼଣ କହିଲେ ?

  • ଆପଣଙ୍କୁ ଯିହୋବାଙ୍କର କେଉଁ ଗୁଣ ସବୁଠୁ ବେଶି ଭଲ ଲାଗେ ?

୬. ଯିହୋବା ଲୋକମାନଙ୍କ ବିଷୟରେ ଚିନ୍ତା କରନ୍ତି

ପ୍ରାଚୀନ କାଳରେ ଇସ୍ରାଏଲୀୟମାନେ ଅର୍ଥାତ୍‌ ଈଶ୍ୱରଙ୍କ ଲୋକମାନେ ମିଶରରେ ଦାସ ଭାବେ ଥିଲେ । ସେମାନଙ୍କ ଉପରେ ବହୁତ ଅତ୍ୟାଚାର କରାଯାଉଥିଲା । ଦେଖନ୍ତୁ ଯେ ସେମାନଙ୍କ କଷ୍ଟ ଦେଖି ଈଶ୍ୱରଙ୍କୁ କିପରି ଲାଗିଲା । ଅଡିଓ ରେକଡିଙ୍ଗ୍‌ ଶୁଣନ୍ତୁ ଏବଂ ତାʼସହ ବାଇବଲରେ ବି ଦେଖନ୍ତୁ କିମ୍ବା ଯାତ୍ରା ପୁସ୍ତକ ୩:୧-୧୦ ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ଲୋକମାନଙ୍କର କଷ୍ଟ ଦେଖି ଯିହୋବାଙ୍କୁ କିପରି ଲାଗେ ?—ପଦ ୭ ଓ ୮ ଦେଖନ୍ତୁ ।

  • କʼଣ ଯିହୋବା ଲୋକମାନଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ? କʼଣ ସେ ଏପରି କରିପାରିବେ ? ଆପଣଙ୍କୁ ଏପରି କାହିଁକି ଲାଗେ ?

୭. ସୃଷ୍ଟିରୁ ଆମେ ଯିହୋବାଙ୍କ ଗୁଣଗୁଡ଼ିକ ବିଷୟରେ ଜାଣିପାରୁ

ଯିହୋବା ଯାହାସବୁ ସୃଷ୍ଟି କରିଛନ୍ତି, ସେଥିରୁ ଆମେ ତାଙ୍କ ବିଷୟରେ ବହୁତ କିଛି ଜାଣିପାରୁ । ଭିଡିଓ ଦେଖନ୍ତୁ  ତାʼପରେ ରୋମୀୟ ୧:୨୦ ପଢ଼ନ୍ତୁ ଏବଂ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଯିହୋବା ଯାହା ସବୁ ସୃଷ୍ଟି କରିଛନ୍ତି, ସେଥିରୁ ତାଙ୍କର କେଉଁ କେଉଁ ଗୁଣ ବିଷୟରେ ଜଣାପଡ଼େ ?

କିଛି ଲୋକ କହନ୍ତି: “ଈଶ୍ୱର ବ୍ୟକ୍ତି ନୁହନ୍ତି, ବରଂ ତାହା ଆପଣଙ୍କ ହୃଦୟରେ ଥିବା ଭାବନା କିମ୍ବା ଭଲ ଗୁଣ ଅଟେ ।”

  • ଆପଣ କʼଣ ଭାବନ୍ତି ?

  • ଆପଣ ଏପରି କାହିଁକି ଭାବନ୍ତି ?

ଆମେ କʼଣ ଶିଖିଲୁ ?

ଆମେ ଯିହୋବାଙ୍କୁ ଦେଖିପାରି ନ ଥାଉ, କିନ୍ତୁ ତାଙ୍କଠାରେ ଅନେକ ଭଲ ଗୁଣ ଅଛି । ସେମଧ୍ୟରୁ ସବୁଠୁ ବଢ଼ିଆ ଗୁଣ ହେଉଛି, ପ୍ରେମ ।

ଆପଣ କʼଣ କହିବେ ?

  • ଆମେ ଯିହୋବାଙ୍କୁ କାହିଁକି ଦେଖିପାରି ନ ଥାଉ ?

  • ପବିତ୍ର ଶକ୍ତି କʼଣ ଅଟେ ?

  • ଯିହୋବାଙ୍କଠାରେ କେଉଁ ଗୁଣଗୁଡ଼ିକ ରହିଛି ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଜାଣନ୍ତୁ ଯେ ଯିହୋବାଙ୍କ ସମସ୍ତ ଗୁଣ ମଧ୍ୟରୁ ମୁଖ୍ୟ ଚାରୋଟି ଗୁଣ କʼଣ ।

“ଈଶ୍ୱରଙ୍କଠାରେ କେଉଁସବୁ ଗୁଣ ରହିଛି ?” (ପ୍ରହରୀଦୁର୍ଗ-ହି ସଂ. ୧ ୨୦୧୯)

ଜାଣନ୍ତୁ ଯେ ଏହା କହିବା କାହିଁକି ସଠିକ୍‌ ହେବ ନାହିଁ ଯେ ଈଶ୍ୱର ସବୁଠାରେ ଅଛନ୍ତି ।

“କʼଣ ଈଶ୍ୱର ସର୍ବବ୍ୟାପୀ ଅଟନ୍ତି, ସେ ସବୁଠାରେ ଅଛନ୍ତି ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଜାଣନ୍ତୁ ଯେ ବାଇବଲରେ ପବିତ୍ର ଶକ୍ତିକୁ ଈଶ୍ୱରଙ୍କ ହାତ ବୋଲି କାହିଁକି କୁହାଯାଇଛି ।

“ପବିତ୍ର ଶକ୍ତି କʼଣ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଜଣେ ବ୍ୟକ୍ତି ଯେ ନିଜ ଦେଖିବାର ଶକ୍ତି ହରାଇଛନ୍ତି, ତାଙ୍କୁ ଲାଗୁଥିଲା ଯେ ଈଶ୍ୱର ତାଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ । ଜାଣନ୍ତୁ ଯେ ତାଙ୍କ ଏହି ଚିନ୍ତାଧାରା କିପରି ବଦଳିଲା ।

“ଏବେ ମୁଁ ଅନ୍ୟମାନଙ୍କୁ ସାହାଯ୍ୟ କରିପାରେ” (ପ୍ରହରୀଦୁର୍ଗ-ହି, ସଂ. ୧ ୨୦୧୬)