इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୦୮

କʼଣ ଆପଣ ଯିହୋବାଙ୍କ ସାଙ୍ଗ ହୋଇପାରିବେ ?

କʼଣ ଆପଣ ଯିହୋବାଙ୍କ ସାଙ୍ଗ ହୋଇପାରିବେ ?

ଯିହୋବା ଚାହାନ୍ତି ଯେ ଆପଣ ତାଙ୍କୁ ଭଲ ଭାବରେ ଜାଣନ୍ତୁ । ସେ ଜାଣନ୍ତି ଯେ ଆପଣ ଯେତେ ଅଧିକ ତାଙ୍କୁ ଜାଣିବେ, ସେତେ ଅଧିକ ଆପଣଙ୍କୁ ତାଙ୍କ ସହ ସାଙ୍ଗ ହେବା ପାଇଁ ଇଚ୍ଛା ହେବ । କିନ୍ତୁ କʼଣ ଆପଣ ସତରେ ଯିହୋବାଙ୍କ ସାଙ୍ଗ ହୋଇପାରିବେ ? (ଯାକୁବ ୨:୨୩ ପଢ଼ନ୍ତୁ ।) ତାଙ୍କ ସାଙ୍ଗ ହେବା ପାଇଁ ଆପଣଙ୍କୁ କʼଣ କରିବାକୁ ପଡ଼ିବ ? ବାଇବଲରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦିଆଯାଇଛି ଏବଂ ଏହା ମଧ୍ୟ ଲେଖାଯାଇଛି ଯେ ଯିହୋବା କାହିଁକି ସବୁଠୁ ଭଲ ସାଙ୍ଗ ହୋଇପାରିବେ ।

୧. ଯିହୋବା ଆପଣଙ୍କୁ କʼଣ କହନ୍ତି ?

ବାଇବଲରେ ଲେଖାଅଛି, “ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ ।” (ଯାକୁବ ୪:୮) ଯିହୋବା ନିଜେ ଆପଣଙ୍କ ସାଙ୍ଗ ହେବା ପାଇଁ ଚାହାନ୍ତି । କିନ୍ତୁ କିଛି ଲୋକ ଭାବନ୍ତି ଯେ ଆମେ ଈଶ୍ୱରଙ୍କୁ ଦେଖିପାରି ନ ଥାଉ, ତାହେଲେ ତାଙ୍କ ସହ ସାଙ୍ଗ କିପରି ହୋଇପାରିବା । ଯିହୋବା ନିଜ ବାକ୍ୟ ବାଇବଲରେ ଆମକୁ ନିଜ ବିଷୟରେ ବହୁତ କିଛି କହିଛନ୍ତି । ତେଣୁ ଯଦିଓ ଆମେ ତାଙ୍କୁ ଦେଖିପାରି ନ ଥାଉ, ତଥାପି ଆମେ ବାଇବଲ ପଢ଼ିଲେ ତାଙ୍କ ଭଲ ସାଙ୍ଗ ହୋଇପାରିବା ।

୨. ଯିହୋବା କାହିଁକି ଆମର ସବୁଠୁ ଭଲ ସାଙ୍ଗ ହୋଇପାରିବେ ?

ଯିହୋବା ଆପଣଙ୍କୁ ଯେତେ ପ୍ରେମ କରନ୍ତି, କେହି ବି ଆପଣଙ୍କୁ ସେତେ ପ୍ରେମ କରିପାରିବେ ନାହିଁ । ସେ ଚାହାନ୍ତି ଯେ ଆପଣ ଖୁସିରେ ରହନ୍ତୁ ଏବଂ ଯେତେବେଳେ ମଧ୍ୟ ଆପଣଙ୍କୁ ସାହାଯ୍ୟ ଦରକାର, ଆପଣ ତାଙ୍କୁ ସାହାଯ୍ୟ ମାଗନ୍ତୁ । ଆପଣ ନିଜର ‘ସମସ୍ତ ଚିନ୍ତାର ଭାର ତାଙ୍କ ଉପରେ ପକାଇପାରିବେ, କାରଣ ସେ ଆପଣଙ୍କ ଚିନ୍ତା କରନ୍ତି ।’ (୧ ପିତର ୫:୭) ଯିହୋବା ନିଜ ସାଙ୍ଗମାନଙ୍କୁ ସାହାଯ୍ୟ କରିବା, ସେମାନଙ୍କୁ ସାନ୍ତ୍ୱନା ଦେବା ଏବଂ ସେମାନଙ୍କ କଥା ଶୁଣିବା ପାଇଁ ସବୁବେଳେ ପ୍ରସ୍ତୁତ ଥାʼନ୍ତି ।—ଗୀତସଂହିତା ୯୪:୧୮, ୧୯ ପଢ଼ନ୍ତୁ ।

୩. ଯିହୋବା ନିଜ ସାଙ୍ଗମାନଙ୍କଠାରୁ କʼଣ ଚାହାନ୍ତି ?

ଏହା ସତ ଯେ ଯିହୋବା ସମସ୍ତଙ୍କୁ ପ୍ରେମ କରନ୍ତି, କିନ୍ତୁ ବିଶେଷ କରି ସେ ଭଲ ଓ ସଚ୍ଚୋଟ ଲୋକମାନଙ୍କ ସହ ସାଙ୍ଗ ହୁଅନ୍ତି । (ହିତୋପଦେଶ ୩:୩୨) ଯିହୋବା ଚାହାନ୍ତି ଯେ ତାଙ୍କ ସାଙ୍ଗମାନେ ଏପରି କାମଗୁଡ଼ିକ କରନ୍ତୁ, ଯାହା ତାଙ୍କ ଦୃଷ୍ଟିରେ ଠିକ୍‌ ଏବଂ ଏପରି କାମଗୁଡ଼ିକରୁ ଦୂରେଇ ରହନ୍ତୁ, ଯାହା ତାଙ୍କ ଦୃଷ୍ଟିରେ ଭୁଲ । କିଛି ଲୋକ ଭାବନ୍ତି ଯେ ଯିହୋବାଙ୍କ ସବୁ କଥା ମାନିବା ସମ୍ଭବ ନୁହେଁ । କିନ୍ତୁ ଯିହୋବା ଆମକୁ ଭଲ ଭାବେ ଜାଣନ୍ତି । ସେ ଏହା ବି ଜାଣନ୍ତି ଯେ ମଣିଷମାନଙ୍କ ଦ୍ୱାରା ଭୁଲ ହୁଏ । ତେଣୁ ଯିଏ ତାଙ୍କୁ ପ୍ରକୃତରେ ପ୍ରେମ କରେ ଏବଂ ତାଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରେ, ଯିହୋବା ତାʼ ସହ ସାଙ୍ଗ ହୁଅନ୍ତି ।—ଗୀତସଂହିତା ୧୪୭:୧୧; ପ୍ରେରିତ ୧୦:୩୪, ୩୫.

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଯିହୋବାଙ୍କ ସହ ସାଙ୍ଗ ହେବା ପାଇଁ ଆପଣଙ୍କୁ କʼଣ କରିବାକୁ ପଡ଼ିବ ଏବଂ ସେ କାହିଁକି ଆପଣଙ୍କର ସବୁଠୁ ଭଲ ସାଙ୍ଗ ହୋଇପାରିବେ ।

୪. ଅବ୍ରହାମ ଯିହୋବାଙ୍କ ସାଙ୍ଗ ଥିଲେ

ବାଇବଲରେ ଅବ୍ରହାମ (ତାଙ୍କୁ ଅବ୍ରାମ ମଧ୍ୟ କୁହାଯାଉଥିଲା) ନାମକ ଜଣେ ବ୍ୟକ୍ତିଙ୍କ ବିଷୟରେ କୁହାଯାଇଛି । ସେ ଯିହୋବାଙ୍କ ସାଙ୍ଗ ଥିଲେ । ତାଙ୍କ ବିଷୟରେ ପଢ଼ିଲେ ଆମେ ଜାଣିପାରିବା ଯେ ଈଶ୍ୱରଙ୍କ ସାଙ୍ଗ ହେବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ଏବଂ ସେ ନିଜ ସାଙ୍ଗମାନଙ୍କ ପାଇଁ କʼଣ କରନ୍ତି । ଆଦି ପୁସ୍ତକ ୧୨:୧-୪ ପଦରେ ଅବ୍ରହାମଙ୍କ ବିଷୟରେ ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଯିହୋବା ଅବ୍ରହାମଙ୍କୁ କʼଣ କରିବା ପାଇଁ କହିଥିଲେ ?

  • ଯିହୋବା ତାଙ୍କୁ କʼଣ ପ୍ରତିଜ୍ଞା କଲେ ?

  • ଅବ୍ରହାମ ଯିହୋବାଙ୍କ କଥା କିପରି ମାନିଲେ ?

୫. ଯିହୋବା ନିଜ ସାଙ୍ଗମାନଙ୍କଠାରୁ କʼଣ ଚାହାନ୍ତି ?

ଆମେ ନିଜ ସାଙ୍ଗମାନଙ୍କଠାରୁ କିଛି ନା କିଛି ଆଶା କରିଥାଉ ।

  • ଆପଣ ନିଜ ସାଙ୍ଗମାନଙ୍କଠାରୁ କʼଣ ଆଶା କରନ୍ତି ?

୧ ଯୋହନ ୫:୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯିହୋବା ନିଜ ସାଙ୍ଗମାନଙ୍କଠାରୁ କʼଣ ଚାହାନ୍ତି ?

ଯିହୋବାଙ୍କ ଆଜ୍ଞା ପାଳନ କରିବା ପାଇଁ ହୁଏତ ଆମକୁ ନିଜ ଭିତରେ କିଛି ପରିବର୍ତ୍ତନ କରିବାକୁ ପଡ଼ିପାରେ । ଯିଶାଇୟ ୪୮:୧୭, ୧୮ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯିହୋବା କାହିଁକି ଚାହାନ୍ତି ଯେ ଆମେ ନିଜ ଭିତରେ ପରିବର୍ତ୍ତନ କରୁ ?

ଜଣେ ଭଲ ସାଙ୍ଗ ସବୁବେଳେ ଆପଣଙ୍କର ଭଲ ଚାହେଁ ଏବଂ ଆପଣଙ୍କର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଏ । ଯିହୋବା ମଧ୍ୟ ସେହି ସାଙ୍ଗ ଭଳି ଅଟନ୍ତି

୬. ଯିହୋବା ନିଜ ସାଙ୍ଗମାନଙ୍କ ପାଇଁ କʼଣ କʼଣ କରନ୍ତି ?

ଯିହୋବା ସମସ୍ୟା ସମୟରେ ନିଜ ସାଙ୍ଗମାନଙ୍କୁ ସାହାଯ୍ୟ କରନ୍ତି । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଭିଡିଓରେ ଥିବା ମହିଳା ଜଣକ ନିଜ ଜୀବନରେ ଘଟିଥିବା ଦୁଃଖଦ ଘଟଣାଗୁଡ଼ିକୁ ମନେ ପକାଇ ନିରାଶ ଥିଲେ । ଯିହୋବା ତାଙ୍କୁ କିପରି ସାହାଯ୍ୟ କଲେ ?

ଯିଶାଇୟ ୪୧:୧୦, ୧୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଏହି ପଦଗୁଡ଼ିକରେ ଯିହୋବା ନିଜ ସମସ୍ତ ସାଙ୍ଗମାନଙ୍କୁ କʼଣ ପ୍ରତିଜ୍ଞା କରିଛନ୍ତି ?

  • କʼଣ ଯିହୋବା ଆପଣଙ୍କର ଏକ ଭଲ ସାଙ୍ଗ ହୋଇପାରିବେ ? ଆପଣଙ୍କୁ ଏପରି କାହିଁକି ଲାଗେ ?

ଜଣେ ଭଲ ସାଙ୍ଗ ସମସ୍ୟା ସମୟରେ ସାହାଯ୍ୟ କରେ । ଯିହୋବା ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବେ

୭. ଯିହୋବାଙ୍କ ସାଙ୍ଗ ହେବା ପାଇଁ ତାଙ୍କ ସହ କଥା ହୁଅନ୍ତୁ ଏବଂ ତାଙ୍କ କଥା ଶୁଣନ୍ତୁ

ଯେତେବେଳେ ଦୁଇ ସାଙ୍ଗ କଥାବାର୍ତ୍ତା କରନ୍ତି, ସେତେବେଳେ ସେମାନଙ୍କ ସମ୍ପର୍କ ଆହୁରି ମଜବୁତ୍‌ ହୋଇଥାଏ । ଗୀତସଂହିତା ୮୬:୬, ୧୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଆମେ ଯିହୋବାଙ୍କ ସହ କିପରି କଥା ହୋଇପାରିବା ?

  • ଯିହୋବା ଆମ ସହ କିପରି କଥା ହୁଅନ୍ତି ?

ଆମେ ପ୍ରାର୍ଥନା ଜରିଆରେ ଯିହୋବାଙ୍କ ସହ କଥା ହେଉ ଏବଂ ସେ ବାଇବଲ ଜରିଆରେ ଆମ ସହ କଥା ହୁଅନ୍ତି

କିଛି ଲୋକ କହନ୍ତି: “ଈଶ୍ୱର ତ ଦେଖାଯାʼନ୍ତିନି, ତାହେଲେ ତାଙ୍କ ସାଙ୍ଗ କିପରି ହୋଇପାରିବା ?”

  • ଆପଣ କେଉଁ ପଦ ସାହାଯ୍ୟରେ ବୁଝାଇପାରିବେ ଯେ ଆମେ ଈଶ୍ୱରଙ୍କ ସାଙ୍ଗ ହୋଇପାରିବା ?

ଆମେ କʼଣ ଶିଖିଲୁ ?

ଯିହୋବା ଚାହାନ୍ତି ଯେ ଆପଣ ତାଙ୍କ ସାଙ୍ଗ ହୁଅନ୍ତୁ ଏବଂ ଏପରି କରିବା ପାଇଁ ସେ ଆପଣଙ୍କୁ ସାହାଯ୍ୟ କରିବେ ।

ଆପଣ କʼଣ କହିବେ ?

  • ଯିହୋବା ନିଜ ସାଙ୍ଗମାନଙ୍କ ପାଇଁ କʼଣ କʼଣ କରନ୍ତି ?

  • ଯିହୋବା ନିଜ ସାଙ୍ଗମାନଙ୍କୁ ନିଜ ଭିତରେ ପରିବର୍ତ୍ତନ କରିବା ପାଇଁ କାହିଁକି କହନ୍ତି ?

  • କʼଣ ଯିହୋବାଙ୍କ ସବୁ କଥା ମାନିବା ସମ୍ଭବ ? ଆପଣଙ୍କୁ ଏପରି କାହିଁକି ଲାଗେ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଜାଣନ୍ତୁ ଯେ ଆପଣ ଯିହୋବାଙ୍କ ସାଙ୍ଗ କିପରି ହୋଇପାରିବେ ।

“ମୁଁ ଈଶ୍ୱରଙ୍କ ସାଙ୍ଗ କିପରି ହୋଇପାରିବି ?” (ଅନଲାଇନ୍‌ ଲେଖା-ହି)

ଜାଣନ୍ତୁ ଯେ ଯିହୋବାଙ୍କ ସାଙ୍ଗ ହୋଇ ଜଣେ ମହିଳାଙ୍କ ଜୀବନ କିପରି ଖୁସିରେ ଭରିଗଲା ।

“ମୁଁ ମରିବା ପାଇଁ ଚାହୁଁ ନ ଥିଲି !” (ପ୍ରହରୀଦୁର୍ଗ-ହି ସଂ. ୧ ୨୦୧୭)

କିଛି ଯୁବାମାନଙ୍କଠାରୁ ଶୁଣନ୍ତୁ ଯେ ସେମାନେ ଯିହୋବାଙ୍କ ବିଷୟରେ କʼଣ ଭାବନ୍ତି ।

ଈଶ୍ୱରଙ୍କ ସାଙ୍ଗ ହେବାର ଅର୍ଥ କʼଣ ? (୧:୪୬)