इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୧୨

ବାଇବଲ ଶିଖିବା ଜାରି ରଖନ୍ତୁ

ବାଇବଲ ଶିଖିବା ଜାରି ରଖନ୍ତୁ

ବାଇବଲ ଶିଖିଲେ ବହୁତ ଲାଭ ହୁଏ । କିନ୍ତୁ ବେଳେ ବେଳେ ଏହା କରିବା ସହଜ ହୋଇ ନ ଥାଏ । ହୁଏତ ଆପଣଙ୍କ ମନରେ ଏପରି ପ୍ରଶ୍ନ ଆସିପାରେ, ‘କʼଣ ମୁଁ ବାଇବଲ ଶିଖିବା ଜାରି ରଖିପାରିବି ?’ ଏହି ପାଠରେ ଆମେ ଦେଖିବା ଯେ ବାଇବଲ ଶିଖିବା ଜାରି ରଖିଲେ ଆମକୁ କʼଣ କʼଣ ଲାଭ ହେବ ଏବଂ ସମସ୍ୟା ଆସିଲେ ମଧ୍ୟ ଆମେ କିପରି ଶିଖିବା ଜାରି ରଖିପାରିବା ।

୧. ବାଇବଲ ଶିଖିବା ଜାରି ରଖିଲେ ଆପଣଙ୍କୁ କʼଣ ଲାଭ ହେବ ?

‘ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟ-ସାଧକ ଅଟେ ।’ (ଏବ୍ରୀ ୪:୧୨) ବାଇବଲ ପଢ଼ିବା ଦ୍ୱାରା ଆମେ ଜାଣିପାରୁ ଯେ ଯିହୋବା ଆମ ବିଷୟରେ କʼଣ ଭାବନ୍ତି, ଆମେ ଅନେକ ବିଷୟ ଶିଖିପାରୁ ଏବଂ ଜୀବନରେ ସଠିକ୍‌ ନିଷ୍ପତ୍ତି ନେଇପାରୁ । ତାʼସହ ଆମକୁ ଭବିଷ୍ୟତ ପାଇଁ ଏକ ଆଶା ମଧ୍ୟ ମିଳେ । କେବଳ ଏତିକି ନୁହେଁ, ବାଇବଲ ପଢ଼ିବା ଦ୍ୱାରା ଆମେ ଯିହୋବାଙ୍କ ସାଙ୍ଗ ହୋଇପାରିବା । ବାଇବଲରେ ଏତେ ଶକ୍ତି ଅଛି ଯେ ଏହା ଆମ ଜୀବନ ବଦଳାଇ ଦେଇପାରେ । କିନ୍ତୁ ଏସବୁ ଲାଭ ପାଇବା ପାଇଁ ଆପଣଙ୍କୁ ବାଇବଲ ଶିଖିବା ଜାରି ରଖିବାକୁ ପଡ଼ିବ ।

୨. ବାଇବଲର ସତ୍ୟଗୁଡ଼ିକୁ ବହୁମୂଲ୍ୟ ମନେ କଲେ ଆମେ କʼଣ କରିବା ନାହିଁ ?

ବାଇବଲରେ ଲେଖାଥିବା ସତ୍ୟଗୁଡ଼ିକ ବହୁମୂଲ୍ୟ ରତ୍ନ ଭଳି ଅଟେ । ତେଣୁ ବାଇବଲରେ ଲେଖାଅଛି, “ସତ୍ୟତା କିଣ, ପୁଣି ତାହା ବିକ ନାହିଁ ।” (ହିତୋପଦେଶ ୨୩:୨୩) ଯଦି ଆମେ ବାଇବଲର ସତ୍ୟଗୁଡ଼ିକୁ ବହୁମୂଲ୍ୟ ମନେ କରିବା, ତାହେଲେ ଆମ ଉପରେ ଯେତେ ସମସ୍ୟା ଆସିଲେ ବି ଆମେ ଶିଖିବା ବନ୍ଦ କରିବା ନାହିଁ ।—ହିତୋପଦେଶ ୨:୪, ୫ ପଢ଼ନ୍ତୁ ।

୩. ବାଇବଲ ଶିଖିବା ଜାରି ରଖିବା ପାଇଁ ଯିହୋବା ଆପଣଙ୍କୁ କିପରି ସାହାଯ୍ୟ କରିପାରିବେ ?

ଏହି ବିଶ୍ୱର ମାଲିକ, ଆପଣଙ୍କ ସାଙ୍ଗ ଯିହୋବା ଚାହାନ୍ତି ଯେ ଆପଣ ତାଙ୍କ ବିଷୟରେ ଶିଖିବା ଜାରି ରଖନ୍ତୁ ଏବଂ ଏପରି କରିବା ପାଇଁ ସେ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବେ । ସେ ଆପଣଙ୍କୁ ବାଇବଲ ଶିଖିବା ପାଇଁ ‘ଇଚ୍ଛା ଓ ତାହା ସାଧନ କରିବାକୁ’ ଶକ୍ତି ଦେବେ । (ଫିଲିପ୍‌ପୀୟ ୨:୧୩ ପଢ଼ନ୍ତୁ ।) ଯଦି ଆପଣଙ୍କୁ ବାଇବଲ ଶିଖିବା କିମ୍ବା ସେଥିରେ ଥିବା କଥାକୁ ଲାଗୁ କରିବା ପାଇଁ ଇଚ୍ଛା ନ ହୁଏ, ତାହେଲେ ଯିହୋବା ଆପଣଙ୍କ ଭିତରେ ଇଚ୍ଛା ବଢ଼ାଇପାରିବେ । ଆଉ, ଯେତେବେଳେ ଆପଣଙ୍କ ପରିବାର, ସମ୍ପର୍କୀୟ କିମ୍ବା ସାଙ୍ଗମାନେ ଆପଣଙ୍କ ଉପରେ ବାଇବଲ ଶିଖିବା ବନ୍ଦ କରିବା ପାଇଁ ଚାପ ପକାଇବେ, ସେତେବେଳେ ସେ ଆପଣଙ୍କର ସାହସ ବଢ଼ାଇବେ । ତେଣୁ ବାଇବଲ ଶିଖିବା ଜାରି ରଖିବା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ।—୧ ଥେସଲନୀକୀୟ ୫:୧୭.

ଭାବନ୍ତୁ ଓ ଶିଖନ୍ତୁ

ହୁଏତ ଆପଣଙ୍କୁ ବାଇବଲ ଶିଖିବା ପାଇଁ ସମୟ ବାହାର କରିବା କଷ୍ଟକର ଲାଗୁଥିବ କିମ୍ବା କିଛି ଲୋକ ଆପଣଙ୍କୁ ଏହା ବନ୍ଦ କରିବା ପାଇଁ କହୁଥିବେ । ଜାଣନ୍ତୁ ଯେ ଏପରି ସମସ୍ୟାଗୁଡ଼ିକ ସତ୍ତ୍ୱେ ଆପଣ କିପରି ବାଇବଲ ଶିଖିବା ଜାରି ରଖିପାରିବେ ଏବଂ ଯିହୋବା କିପରି ଆପଣଙ୍କୁ ସାହାଯ୍ୟ କରିପାରିବେ ।

୪. ନିଜ କାମରୁ ଦେଖାନ୍ତୁ ଯେ ବାଇବଲ ଶିଖିବା ଆପଣଙ୍କ ପାଇଁ ମହତ୍ତ୍ୱ ରଖେ

ବେଳେ ବେଳେ ଜୀବନରେ ଆମେ ଏତେ ବ୍ୟସ୍ତ ଥାଉ ଯେ ଆମକୁ ଲାଗେ ଆମ ପାଖରେ ବାଇବଲ ଶିଖିବା ପାଇଁ ସମୟ ହିଁ ନାହିଁ । ଏପରି ସମୟରେ ଆମେ କେଉଁ କଥା ଧ୍ୟାନରେ ରଖିବା ଉଚିତ୍‌ ? ଫିଲିପ୍‌ପୀୟ ୧:୧୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଆପଣ କʼଣ ଭାବନ୍ତି, “ଉତ୍କୃଷ୍ଟ ବିଷୟଗୁଡ଼ିକ” ବା ଅଧିକ ମହତ୍ତ୍ୱ ରଖୁଥିବା ବିଷୟଗୁଡ଼ିକ କʼଣ ?

  • ଆପଣ କିପରି ଦେଖାଇପାରିବେ ଯେ ବାଇବଲ ଶିଖିବା ଆପଣଙ୍କ ପାଇଁ ଅଧିକ ମହତ୍ତ୍ୱ ରଖେ ?

  1. ୧. ଯଦି ଆପଣ ଗୋଟିଏ ବାଲଟିରେ ପ୍ରଥମେ ବାଲି ଭରିବେ ଏବଂ ତାʼପରେ ପଥର, ତାହେଲେ ଆପଣ ସେଥିରେ ସବୁ ପଥର ପୂରାଇପାରିବେ ନାହିଁ

  2. ୨. ଯଦି ଆପଣ ପ୍ରଥମେ ପଥର ପୂରାଇବେ, ତାହେଲେ ଆପଣ ସେଥିରେ ଅଧିକ ବାଲି ଭରିପାରିବେ । ଠିକ୍‌ ସେହିପରି, ଯଦି ଆପଣ ଅଧିକ ମହତ୍ତ୍ୱ ରଖୁଥିବା କାମକୁ ପ୍ରଥମେ କରିବେ, ତାହେଲେ ଆପଣ ସେଗୁଡ଼ିକୁ ଭଲ ଭାବେ କରିପାରିବେ ଏବଂ ଅନ୍ୟ କାମଗୁଡ଼ିକ ପାଇଁ ମଧ୍ୟ ସମୟ ବାହାର କରିପାରିବେ

ଈଶ୍ୱରଙ୍କୁ ଜାଣିବା ଏବଂ ତାଙ୍କ ଉପାସନା କରିବା ଆମ ମଣିଷମାନଙ୍କ ପାଇଁ ବହୁତ ଜରୁରୀ, ଆଉ ବାଇବଲ ପଢ଼ି ଆମେ ଏହି ଆବଶ୍ୟକତାକୁ ପୂରଣ କରିପାରିବା । ମାଥିଉ ୪:୪ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ବାଇବଲ ଶିଖିବା ବହୁତ ଜରୁରୀ । ଏହାକୁ ମହତ୍ତ୍ୱ ଦେଲେ ଆମକୁ କʼଣ ଲାଭ ହେବ ?

୫. ବିରୋଧ ସତ୍ତ୍ୱେ ହାର ମାନନ୍ତୁ ନାହିଁ

ହୁଏତ କିଛି ଲୋକ ଆପଣଙ୍କୁ ବାଇବଲ ଶିଖିବା ବନ୍ଦ କରିବା ପାଇଁ ଚାପ ପକାଇପାରନ୍ତି । ଫ୍ରାଞ୍ଚେସ୍କୋଙ୍କ ସହ ମଧ୍ୟ ଏପରି ହିଁ ହେଲା । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ଯେତେବେଳେ ଫ୍ରାଞ୍ଚେସ୍କୋ ନିଜ ମାଆ ଓ ନିଜ ସାଙ୍ଗମାନଙ୍କୁ କହିଲେ ଯେ ସେ ବାଇବଲ ଶିଖୁଛନ୍ତି, ସେତେବେଳେ ସେମାନଙ୍କୁ କିପରି ଲାଗିଲା ?

  • ଫ୍ରାଞ୍ଚେସ୍କୋ ବାଇବଲ ଶିଖିବା ଛାଡ଼ିଲେନି, ତେଣୁ ତାଙ୍କୁ କʼଣ ଆଶିଷ ମିଳିଲା ?

୨ ତୀମଥି ୨:୨୪, ୨୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଆପଣ ଯାହା ଶିଖୁଛନ୍ତି, ସେବିଷୟରେ ଆପଣଙ୍କ ପରିବାର ଓ ସାଙ୍ଗମାନେ କʼଣ ଭାବନ୍ତି ?

  • ଯଦି କାହାରିକୁ ଆପଣଙ୍କର ବାଇବଲ ଶିଖିବା ଭଲ ଲାଗୁନି, ତାହେଲେ ଏହି ପଦଗୁଡ଼ିକ ଅନୁସାରେ ଆପଣଙ୍କୁ କʼଣ କରିବା ଉଚିତ୍‌ ଏବଂ କାହିଁକି ?

୬. ଭରସା ରଖନ୍ତୁ ଯେ ଯିହୋବା ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବେ

ଆମେ ଯେତେ ଅଧିକ ଯିହୋବାଙ୍କୁ ଜାଣିବା, ସେତେ ଅଧିକ ତାଙ୍କୁ ଖୁସି କରିବା ପାଇଁ ଆମକୁ ଇଚ୍ଛା ହେବ । ତଥାପି, ତାଙ୍କ ଇଚ୍ଛା ମୁତାବକ ପରିବର୍ତ୍ତନ କରିବା ଆମକୁ କଠିନ ଲାଗିପାରେ । ଯଦି ଆପଣଙ୍କୁ ଏପରି ଲାଗେ, ତାହେଲେ ହାର ମାନନ୍ତୁ ନାହିଁ । ଯିହୋବା ଆପଣଙ୍କୁ ସାହାଯ୍ୟ କରିବେ । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ଯିହୋବାଙ୍କୁ ଖୁସି କରିବା ପାଇଁ ଜିମ୍‌ କʼଣ କʼଣ ପରିବର୍ତ୍ତନ କଲେ ?

  • ଆପଣଙ୍କୁ ଜିମ୍‌ଙ୍କ କେଉଁ କଥା ଭଲ ଲାଗିଲା ?

ଏବ୍ରୀ ୧୧:୬ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଯେଉଁମାନେ ଯିହୋବାଙ୍କ “ଅନ୍ୱେଷଣ” କରନ୍ତି ଅର୍ଥାତ୍‌ ଯେଉଁମାନେ ତାଙ୍କୁ ହୃଦୟରୁ ଜାଣିବା ଏବଂ ତାଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରନ୍ତି, ସେମାନଙ୍କ ପାଇଁ ସେ କʼଣ କରିବେ ?

  • ଯେତେବେଳେ ଯିହୋବା ଦେଖନ୍ତି ଯେ ଆପଣ ବାଇବଲ ଶିଖିବା ପାଇଁ କେତେ ପରିଶ୍ରମ କରୁଛନ୍ତି, ସେତେବେଳେ ତାଙ୍କୁ କିପରି ଲାଗେ ?

ହୁଏତ କେହି ପଚାରିପାରନ୍ତି: “ତମେ ଯିହୋବାଙ୍କ ସାକ୍ଷୀମାନଙ୍କ ସହ ବାଇବଲ କାହିଁକି ପଢ଼ୁଛ ?”

  • ଆପଣ ତାଙ୍କୁ କʼଣ କହିବେ ?

ଆମେ କʼଣ ଶିଖିଲୁ ?

ହୁଏତ ବାଇବଲ ଶିଖିବା ସମୟରେ ଅନେକ ସମସ୍ୟା ଆସିପାରେ । କିନ୍ତୁ, ଯଦି ଆମେ ଶିଖିବା ଜାରି ରଖିବା, ତାହେଲେ ଆଜି ଓ ଭବିଷ୍ୟତରେ ସବୁଦିନ ପାଇଁ ଖୁସିରେ ରହିପାରିବା । ଯିହୋବାଙ୍କ ଉପରେ ଭରସା ରଖନ୍ତୁ, ସେ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବେ ।

ଆପଣ କʼଣ କହିବେ ?

  • ବାଇବଲର ସତ୍ୟଗୁଡ଼ିକୁ ଆପଣ କାହିଁକି ବହୁମୂଲ୍ୟ ମନେ କରନ୍ତି ?

  • ଆପଣ କିପରି ଦେଖାଇପାରିବେ ଯେ ବାଇବଲ ଶିଖିବା ଆପଣଙ୍କ ପାଇଁ ଅଧିକ ମହତ୍ତ୍ୱ ରଖେ ?

  • ବାଇବଲ ଶିଖିବା ଜାରି ରଖିବା ପାଇଁ ଆପଣଙ୍କୁ କାହିଁକି ଯିହୋବାଙ୍କୁ ସାହାଯ୍ୟ ମାଗିବା ଉଚିତ୍‌ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଚାରୋଟି ଉପାୟ ଜାଣନ୍ତୁ ଯାହା ଆପଣାଇ ଅନେକ ଲୋକ ସମୟର ଠିକ୍‌ ବ୍ୟବହାର କରିପାରିଛନ୍ତି ।

“ବହୁମୂଲ୍ୟ ସମୟର ସଠିକ୍‌ ବ୍ୟବହାର” (ସଜାଗ ହୁଅ !-ହି, ଏପ୍ରିଲ୍‌ ୨୦୧୪)

ଜଣେ ବ୍ୟକ୍ତିଙ୍କୁ ଏହା ପସନ୍ଦ ନ ଥିଲା ଯେ ତାଙ୍କ ପତ୍ନୀ ବାଇବଲ ବିଷୟରେ ଶିଖନ୍ତୁ । ଭିଡିଓରେ ଦେଖନ୍ତୁ ଯେ ଯିହୋବା କିପରି ସେହି ମହିଳାଙ୍କୁ ସାହାଯ୍ୟ କଲେ ।

ଯିହୋବା ଆମକୁ ନିଜ ଭାର ଉଠାଇବା ପାଇଁ ଶକ୍ତି ଦିଅନ୍ତି (୫:୦୫)

ଜଣେ ମହିଳା ବାଇବଲ ଶିଖିବା ବନ୍ଦ କଲେନି । ଜାଣନ୍ତୁ ଯେ ଏହା ଯୋଗୁଁ ତାଙ୍କ ପତିଙ୍କୁ କʼଣ ଲାଭ ହେଲା ।

ମୁଁ ସତ୍ୟ ବିରୁଦ୍ଧରେ ମକଦ୍ଦମା କଲି (୬:୩୦)

ଅନେକ ଲୋକ କହନ୍ତି ଯେ ଯିହୋବାଙ୍କ ସାକ୍ଷୀମାନେ ପରିବାର ଭାଙ୍ଗନ୍ତି । କିନ୍ତୁ କʼଣ ଏହା ସତ ?

“କʼଣ ଯିହୋବାଙ୍କ ସାକ୍ଷୀମାନେ ପରିବାର ଭାଙ୍ଗନ୍ତି ନା ପରିବାର ଯୋଡ଼ନ୍ତି ?” (jw.org ୱେବସାଇଟ୍‌ରେ ଥିବା ଲେଖା)