इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୧୩

ଧର୍ମଗୁଡ଼ିକ ଲୋକମାନଙ୍କୁ କିପରି ଈଶ୍ୱରଙ୍କଠାରୁ ଦୂରେଇ ନେଇଯାଏ ?

ଧର୍ମଗୁଡ଼ିକ ଲୋକମାନଙ୍କୁ କିପରି ଈଶ୍ୱରଙ୍କଠାରୁ ଦୂରେଇ ନେଇଯାଏ ?

ଯଦି ଈଶ୍ୱର ପ୍ରେମ କରିବା ପାଇଁ ଶିଖାନ୍ତି, ତାହେଲେ ଆଜି ଧର୍ମର ନାଁରେ ଏତେ ଖରାପ କାମ କାହିଁକି ହେଉଛି ? କାରଣ ଈଶ୍ୱରଙ୍କ ବିଷୟରେ ଶିଖାଇବାର ଦାବି କରୁଥିବା ଅଧିକାଂଶ ଧର୍ମ ପ୍ରକୃତରେ ଲୋକମାନଙ୍କୁ ଈଶ୍ୱରଙ୍କଠାରୁ ଦୂରେଇ ନେଇଯାଉଛି । ଏହି ଧର୍ମଗୁଡ଼ିକ ଏହା କିପରି କରିଛି ? ଏହା ଦେଖି ଈଶ୍ୱରଙ୍କୁ କିପରି ଲାଗେ ଏବଂ ସେ କʼଣ କରିବେ ? ଆସନ୍ତୁ ଏବିଷୟରେ ଦେଖିବା ।

୧. ଧର୍ମଗୁଡ଼ିକ କିପରି ନିଜ ଶିକ୍ଷାଗୁଡ଼ିକରୁ ଲୋକମାନଙ୍କୁ ଈଶ୍ୱରଙ୍କଠାରୁ ଦୂରେଇ ନେଇଯାଇଛି ?

ଅନେକ ଧର୍ମ ଈଶ୍ୱରଙ୍କ ବିଷୟରେ ଥିବା ସତ୍ୟ ପରିବର୍ତ୍ତେ ମିଥ୍ୟା ଉପରେ ବିଶ୍ୱାସ କରିଛି, ଆଉ ଅନ୍ୟମାନଙ୍କୁ ବି ତାହା ହିଁ ଶିଖାଇଛି । (ରୋମୀୟ ୧:୨୫) ଉଦାହରଣ ପାଇଁ, ଅଧିକାଂଶ ଧର୍ମ ଏହା ଶିଖାଏନି ଯେ ଈଶ୍ୱରଙ୍କ ନାମ ଯିହୋବା ଅଟେ । କିନ୍ତୁ ବାଇବଲରେ ଲେଖାଅଛି ଯେ ଆମେ ଯିହୋବାଙ୍କୁ ତାଙ୍କ ନାମ ନେଇ ଡାକିବା ବହୁତ ଜରୁରୀ । (ରୋମୀୟ ୧୦:୧୩, ୧୪) ଆଉ ଗୋଟିଏ ଉଦାହରଣ ହେଉଛି, ଯେତେବେଳେ କୌଣସି ଅଘଟଣ ହୁଏ, ସେତେବେଳେ ଧର୍ମଗୁରୁମାନେ କହନ୍ତି ଯେ ଏହା ଈଶ୍ୱରଙ୍କ ଇଚ୍ଛା ଥିଲା ଏବଂ ଏପରି ହେଉ ବୋଲି ଈଶ୍ୱର ଚାହୁଁଥିଲେ । କିନ୍ତୁ ଏହା ମିଛ ଅଟେ । ଈଶ୍ୱର କେବେ ବି କାହାରିକୁ ଦୁଃଖକଷ୍ଟ ଦିଅନ୍ତି ନାହିଁ । (ଯାକୁବ ୧:୧୩ ପଢ଼ନ୍ତୁ ।) ଏପରି ମିଛ କଥାଗୁଡ଼ିକ ଶିଖାଇ ଧର୍ମଗୁଡ଼ିକ ଲୋକମାନଙ୍କୁ ଈଶ୍ୱରଙ୍କଠାରୁ ଦୂରେଇ ନେଇଯାଇଛି ।

୨. ଧର୍ମଗୁଡ଼ିକ କିପରି ନିଜ କାମଗୁଡ଼ିକରୁ ଲୋକମାନଙ୍କୁ ଈଶ୍ୱରଙ୍କଠାରୁ ଦୂରେଇ ନେଇଯାଇଛି ?

ଯିହୋବା ଲୋକମାନଙ୍କୁ ବହୁତ ପ୍ରେମ କରନ୍ତି । କିନ୍ତୁ ଈଶ୍ୱରଙ୍କ ଭକ୍ତ ବୋଲି ଦାବି କରୁଥିବା ଅନେକ ଲୋକ ଅନ୍ୟମାନଙ୍କ ସହ ଏପରି ବ୍ୟବହାର କରନ୍ତି ନାହିଁ । ବାଇବଲରେ ଲେଖାଅଛି ଯେ ସେମାନଙ୍କର “ପାପରାଶି ସ୍ୱର୍ଗ ପର୍ଯ୍ୟନ୍ତ ସୁଦ୍ଧା ଉଠିଅଛି ।” (ପ୍ରକାଶିତ ବାକ୍ୟ ୧୮:୫) ବହୁ ବର୍ଷରୁ ଧର୍ମଗୁଡ଼ିକ ରାଜନୈତିକ ମାମଲାଗୁଡ଼ିକରେ ଦଖଲ ଦେଇଛି, ଯୁଦ୍ଧଗୁଡ଼ିକୁ ସମର୍ଥନ କରିଛି ଏବଂ ଦଙ୍ଗା କରାଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି । କିଛି ଧର୍ମଗୁରୁ ନିଜ ଭକ୍ତମାନଙ୍କଠାରୁ ପଇସା ନେଇ ନିଜ ପକେଟ୍‌ ଭରନ୍ତି ଆଉ ଆରାମଦାୟକ ଜୀବନ ବିତାନ୍ତି । ସେମାନଙ୍କର ଏହି କାମଗୁଡ଼ିକରୁ ଜଣାପଡ଼େ ଯେ ସେମାନେ ଈଶ୍ୱରଙ୍କ ବିଷୟରେ ଶିଖାଇବା ତ ଦୂରର କଥା ସେମାନେ ତାଙ୍କୁ ଜାଣନ୍ତି ହିଁ ନାହିଁ ।—୧ ଯୋହନ ୪:୮ ପଢ଼ନ୍ତୁ ।

୩. ଏହି ଧର୍ମଗୁଡ଼ିକୁ ଦେଖି ଯିହୋବାଙ୍କୁ କିପରି ଲାଗେ ?

ଯଦି ଧର୍ମର ନାଁରେ ହେଉଥିବା ଖରାପ କାମଗୁଡ଼ିକୁ ଦେଖି ଆପଣଙ୍କୁ ରାଗ ଲାଗେ, ତାହେଲେ ଭାବନ୍ତୁ ଯିହୋବାଙ୍କୁ କିପରି ଲାଗୁଥିବ । ଈଶ୍ୱର ଲୋକମାନଙ୍କୁ ବହୁତ ପ୍ରେମ କରନ୍ତି । କିନ୍ତୁ ସେ ଏପରି ଧର୍ମଗୁରୁମାନଙ୍କୁ ଘୃଣା କରନ୍ତି ଯେଉଁମାନେ ତାଙ୍କୁ ବଦନାମ କରନ୍ତି ଓ ଲୋକମାନଙ୍କ ସହ ଖରାପ ବ୍ୟବହାର କରନ୍ତି । ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ସବୁ ମିଥ୍ୟା ଧର୍ମଗୁଡ଼ିକୁ ବିନାଶ କରିଦେବେ ଏବଂ “ତାହାକୁ ଆଉ କେବେ କେହି ଦେଖିପାରିବେ ନାହିଁ ।” (ପ୍ରକାଶିତ ବାକ୍ୟ ୧୮:୨୧, ଇଜି-ଟୁ-ରିଡ୍‌ ଭର୍ସନ) ଈଶ୍ୱର ଖୁବ୍‌ ଶୀଘ୍ର ଏପରି କରିବେ ।—ପ୍ରକାଶିତ ବାକ୍ୟ ୧୮:୮.

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଈଶ୍ୱର ସେହି ଧର୍ମଗୁଡ଼ିକ ବିଷୟରେ କିପରି ଅନୁଭବ କରନ୍ତି ଯେଉଁମାନେ ତାଙ୍କର ଉପାସନା କରିବାର କେବଳ ଦାବି କରନ୍ତି । ଏହା ମଧ୍ୟ ଜାଣନ୍ତୁ ଯେ ଧର୍ମଗୁଡ଼ିକ କʼଣ କʼଣ କରିଛି ଏବଂ ତାʼର ଏପରି କାମଗୁଡ଼ିକ ସତ୍ତ୍ୱେ ଆପଣଙ୍କୁ କାହିଁକି ଯିହୋବାଙ୍କ ବିଷୟରେ ଶିଖିବା ଜାରି ରଖିବା ଉଚିତ୍‌ ।

୪. କʼଣ ଈଶ୍ୱର ସବୁ ଧର୍ମକୁ ପସନ୍ଦ କରନ୍ତି ?

ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଆପଣ ଯେକୌଣସି ଧର୍ମକୁ ମାନନ୍ତୁ ନା କାହିଁକି ସବୁ ଧର୍ମ ଈଶ୍ୱରଙ୍କ ପାଖକୁ ହିଁ ନେଇଯାଏ । କିନ୍ତୁ କʼଣ ଏହା ସତ ? ମାଥିଉ ୭:୧୩, ୧୪ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଜୀବନ ଆଡ଼କୁ ନେଉଥିବା ରାସ୍ତା ବିଷୟରେ ବାଇବଲ କʼଣ କହେ ?

ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • କʼଣ ଈଶ୍ୱର ସବୁ ଧର୍ମକୁ ପସନ୍ଦ କରନ୍ତି ? ଏବିଷୟରେ ବାଇବଲରେ କʼଣ ଲେଖାଅଛି ?

୫. ଧର୍ମଗୁଡ଼ିକର କାମଗୁଡ଼ିକରୁ ଈଶ୍ୱରଙ୍କ ପ୍ରେମ ଜଣାପଡ଼େନି

ଧର୍ମଗୁଡ଼ିକ ଏପରି ଅନେକ କାମ କରିଛି ଯେଉଁଥିରୁ ଈଶ୍ୱରଙ୍କର ଅପମାନ ହୋଇଛି । ତେଣୁ ଏଗୁଡ଼ିକୁ ମିଥ୍ୟା ଧର୍ମ ବୋଲି କୁହାଯାଏ । ଏହି ଧର୍ମଗୁଡ଼ିକ ଅନେକ ଖରାପ କାମ କରିଛି । ସେମଧ୍ୟରୁ ଗୋଟିଏ ହେଉଛି, ଯୁଦ୍ଧକୁ ସମର୍ଥନ କରିବା । ତାʼର ଗୋଟିଏ ଉଦାହରଣ ଦେଖିବା ପାଇଁ ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅନେକ ଚର୍ଚ୍ଚ କʼଣ କଲା ?

  • ସେମାନେ ଯାହା କଲେ ସେବିଷୟରେ ଆପଣଙ୍କୁ କିପରି ଲାଗେ ?

ଯୋହନ ୧୩:୩୪, ୩୫ ୧୭:୧୬ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଯେତେବେଳେ ଧର୍ମଗୁଡ଼ିକ ଯୁଦ୍ଧକୁ ସମର୍ଥନ କରେ, ସେତେବେଳେ ଏହା ଦେଖି ଯିହୋବାଙ୍କୁ କିପରି ଲାଗେ ?

  • ଧର୍ମଗୁଡ଼ିକ ଏପରି ଅନେକ ଖରାପ କାମ କରିଛି ଯେଉଁଥିରୁ ଜଣାପଡ଼େ ଯେ ସେ ଲୋକମାନଙ୍କୁ ପ୍ରେମ କରିବାର ଆଜ୍ଞାକୁ ପାଳନ କରି ନାହିଁ । ଆପଣ ଏପରି କେଉଁ କାମ ହେବାର ଦେଖିଛନ୍ତି ?

ଧର୍ମଗୁଡ଼ିକ ଯେଉଁ କାମ କରିଛି, ସେଗୁଡ଼ିକରୁ ଈଶ୍ୱରଙ୍କ ପ୍ରେମ ଜଣାପଡ଼େନି

୬. ଈଶ୍ୱର ଏପରି ଧର୍ମଗୁଡ଼ିକରୁ ଲୋକମାନଙ୍କୁ ମୁକ୍ତ କରିବା ପାଇଁ ଚାହାନ୍ତି

ପ୍ରକାଶିତ ବାକ୍ୟ ୧୮:୪ ପଢ଼ନ୍ତୁ, a ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଈଶ୍ୱର ଆମକୁ ଏପରି ଧର୍ମଗୁଡ଼ିକରୁ ମୁକ୍ତ କରିବା ପାଇଁ ଚାହାନ୍ତି ଯେଉଁଗୁଡ଼ିକୁ ସେ ପସନ୍ଦ କରନ୍ତି ନାହିଁ । ଏହା ଜାଣି ଆପଣଙ୍କୁ କିପରି ଲାଗେ ?

୭. ସତ୍ୟ ପରମେଶ୍ୱରଙ୍କ ବିଷୟରେ ଶିଖିବା ଜାରି ରଖନ୍ତୁ

ମିଥ୍ୟା ଧର୍ମଗୁଡ଼ିକ ଅନେକ ଖରାପ କାମ କରିଛି । କʼଣ ଏହା ଯୋଗୁଁ ଆପଣଙ୍କୁ ଈଶ୍ୱରଙ୍କ ଉପରେ ବିଶ୍ୱାସ କରିବା ଛାଡ଼ିଦେବା ଉଚିତ୍‌ ? ମନେ କରନ୍ତୁ ଜଣେ ପିଲା ନିଜ ବାପାଙ୍କର ଟିକିଏ ବି କଥା ଶୁଣେନି । ସେ ଘର ଛାଡ଼ି ଚାଲିଯାଏ ଓ ଖରାପ କାମଗୁଡ଼ିକ କରେ । ପିତାଙ୍କୁ ନିଜ ପୁଅର ଏହି କାମଗୁଡ଼ିକ ଦେଖି ବିଲକୁଲ୍‌ ଭଲ ଲାଗେନି । ତାହେଲେ କʼଣ ପୁଅର କାମଗୁଡ଼ିକ ପାଇଁ ପିତାଙ୍କୁ ଦୋଷ ଦେବା ଠିକ୍‌ ହେବ ?

  • କʼଣ ମିଥ୍ୟା ଧର୍ମର କାମଗୁଡ଼ିକ ପାଇଁ ଯିହୋବାଙ୍କୁ ଦୋଷ ଦେବା ଠିକ୍‌ ହେବ ? ଏବଂ କʼଣ ସେମାନଙ୍କ କାମ ଯୋଗୁଁ ଆପଣଙ୍କୁ ଯିହୋବାଙ୍କ ବିଷୟରେ ଶିଖିବା ବନ୍ଦ କରିଦେବା ଉଚିତ୍‌ ?

କିଛି ଲୋକ କହନ୍ତି: “ସବୁ ଧର୍ମ ଭଲ କଥା ଶିଖାଏ ।”

  • କʼଣ ଆପଣଙ୍କୁ ବି ଏପରି ଲାଗେ ?

  • ଯଦି ସବୁ ଧର୍ମ ଭଲ କଥା ଶିଖାଏ, ତାହେଲେ ଯିହୋବା କାହିଁକି ସବୁ ଧର୍ମକୁ ପସନ୍ଦ କରନ୍ତି ନାହିଁ ?

ଆମେ କʼଣ ଶିଖିଲୁ ?

ଧର୍ମଗୁଡ଼ିକ ନିଜର ଭୁଲ ଶିକ୍ଷା ଓ ଖରାପ କାମଗୁଡ଼ିକରୁ ଲୋକମାନଙ୍କୁ ଯିହୋବାଙ୍କଠାରୁ ଦୂରେଇ ନେଇଯାଇଛି । ଈଶ୍ୱର ସବୁ ମିଥ୍ୟା ଧର୍ମଗୁଡ଼ିକୁ ବିନାଶ କରିଦେବେ ।

ଆପଣ କʼଣ କହିବେ ?

  • ଧର୍ମଗୁଡ଼ିକର ଭୁଲ ଶିକ୍ଷା ଓ ଖରାପ କାମଗୁଡ଼ିକୁ ଦେଖି ଆପଣଙ୍କୁ କିପରି ଲାଗେ ?

  • ମିଥ୍ୟା ଧର୍ମଗୁଡ଼ିକୁ ଦେଖି ଯିହୋବାଙ୍କୁ କିପରି ଲାଗେ ?

  • ଈଶ୍ୱର ମିଥ୍ୟା ଧର୍ମଗୁଡ଼ିକୁ କʼଣ କରିବେ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଜାଣନ୍ତୁ ଯେ ଏପରି କେଉଁ ଦୁଇଟି କଥା ଯୋଗୁଁ ଈଶ୍ୱର ସବୁ ଧର୍ମକୁ ପସନ୍ଦ କରନ୍ତି ନାହିଁ ।

“କʼଣ ସବୁ ଧର୍ମ ଏକାଭଳି ଅଟେ ? କʼଣ ଏସବୁ ଧର୍ମ ଆମକୁ ଈଶ୍ୱରଙ୍କ ପାଖକୁ ନେଇଯାଏ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଯିହୋବା କାହିଁକି ଚାହାନ୍ତି ଯେ ଆମେ ତାଙ୍କ ଲୋକମାନଙ୍କ ସହ ମିଶି ତାଙ୍କ ଉପାସନା କରୁ ?

“କୌଣସି ଧର୍ମ କିମ୍ବା ସଂଗଠନ ସହ ଜଡ଼ିବା ଜରୁରୀ କି ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଜଣେ ପାଦ୍ରୀଙ୍କୁ ତାଙ୍କ ଧର୍ମର କିଛି କଥା ଭଲ ଲାଗୁ ନ ଥିଲା । ତଥାପି ସେ ଈଶ୍ୱରଙ୍କୁ ବିଶ୍ୱାସ କରିବା ଛାଡ଼ିଲେନି ଏବଂ ସତ୍ୟକୁ ଖୋଜିବା ଜାରି ରଖିଲେ ।

“ଜଣେ ପାଦ୍ରୀ କାହିଁକି ନିଜ ଧର୍ମ ଛାଡ଼ି ଦେଲେ ?” (ସଜାଗ ହୁଅ ! ଲେଖା-ହି)

ଅନେକ ବର୍ଷରୁ ଧର୍ମଗୁଡ଼ିକ ମିଛ କଥା ଶିଖାଇଛି । ଏସବୁ ଯୋଗୁଁ ଲୋକମାନଙ୍କୁ ଲାଗେ ଯେ ଈଶ୍ୱର ସେମାନଙ୍କର ଚିନ୍ତା କରନ୍ତି ନାହିଁ ଓ ସେ ନିର୍ଦୟୀ ଅଟନ୍ତି । ଆସନ୍ତୁ ଏପରି ତିନୋଟି ମିଛ କଥା ପ୍ରତି ଧ୍ୟାନ ଦେବା ଆଉ ଜାଣିବା ଯେ ସତ କʼଣ ।

“ମିଥ୍ୟା ଶିକ୍ଷାଗୁଡ଼ିକ—ଯାହା ଦେଖାଏ ଯେ ଈଶ୍ୱର ପ୍ରେମ କରନ୍ତି ନାହିଁ” (ପ୍ରହରୀଦୁର୍ଗ ଲେଖା-ହି)

a ପ୍ରକାଶିତ ବାକ୍ୟ ବହିରେ ଯେଉଁ ସ୍ତ୍ରୀକୁ ମହାନଗରୀ ବାବିଲ କୁହାଯାଇଛି, ତାହା ମିଥ୍ୟା ଧର୍ମଗୁଡ଼ିକୁ ଦର୍ଶାଏ । ଏପରି କାହିଁକି କୁହାଯାଇଛି, ତାହା ଜାଣିବା ପାଇଁ ଅଧିକ ବିବରଣୀ ୧ ଦେଖନ୍ତୁ ।