इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୧୮

ସତ୍ୟ ଖ୍ରୀଷ୍ଟିୟାନମାନଙ୍କୁ କିପରି ଚିହ୍ନିବା ?

ସତ୍ୟ ଖ୍ରୀଷ୍ଟିୟାନମାନଙ୍କୁ କିପରି ଚିହ୍ନିବା ?

ଆଜି ସାରା ଦୁନିଆରେ ଲକ୍ଷ ଲକ୍ଷ ଲୋକ ନିଜକୁ ଖ୍ରୀଷ୍ଟିୟାନ ବୋଲି କହନ୍ତି । କିନ୍ତୁ ସମସ୍ତେ ଅଲଗା ଅଲଗା କଥା ଉପରେ ବିଶ୍ୱାସ କରନ୍ତି ଓ ନିଜ ନିଜ ହିସାବରେ ଚଳନ୍ତି । ତାହେଲେ ଆମେ କିପରି ଜାଣିପାରିବା ଯେ ଏମାନଙ୍କ ମଧ୍ୟରୁ କେଉଁମାନେ ସତ୍ୟ ଖ୍ରୀଷ୍ଟିୟାନ ଅଟନ୍ତି ?

୧. କେଉଁମାନଙ୍କୁ ସତ୍ୟ ଖ୍ରୀଷ୍ଟିୟାନ କୁହାଯାଏ ?

ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି କିମ୍ବା ତାଙ୍କ ଶିଷ୍ୟ ଅଟନ୍ତି, ସେମାନଙ୍କୁ ଖ୍ରୀଷ୍ଟିୟାନ କୁହାଯାଏ । (ପ୍ରେରିତ ୧୧:୨୬ ପଢ଼ନ୍ତୁ ।) କିନ୍ତୁ ସେମାନେ କିପରି ପ୍ରମାଣ କରିପାରିବେ ଯେ ସେମାନେ ଯୀଶୁଙ୍କ ଶିଷ୍ୟ ଅଟନ୍ତି ? ଯୀଶୁ ନିଜେ କହିଥିଲେ, “ଯଦି ତୁମ୍ଭେମାନେ ମୋହର ବାକ୍ୟରେ ସ୍ଥିର ହୋଇ ରହିବ, ତେବେ ତୁମ୍ଭେମାନେ ପ୍ରକୃତରେ ମୋହର ଶିଷ୍ୟ ।” (ଯୋହନ ୮:୩୧) ଏହାର ଅର୍ଥ ହେଉଛି ଯେଉଁମାନେ ଯୀଶୁଙ୍କ କଥା ମାନନ୍ତି, ସେମାନେ ହିଁ ସତ୍ୟ ଖ୍ରୀଷ୍ଟିୟାନ ଅଟନ୍ତି । ଯୀଶୁ ଯାହା ବି ଶିଖାଉଥିଲେ ସେସବୁ ବାଇବଲ ଉପରେ ଆଧାରିତ ଥିଲା । ତେଣୁ ସତ୍ୟ ଖ୍ରୀଷ୍ଟିୟାନମାନେ ବି ଯାହା ବିଶ୍ୱାସ କରନ୍ତି ତାହା ବାଇବଲ ଉପରେ ଆଧାରିତ ହୋଇଥାଏ ।—ଲୂକ ୨୪:୨୭ ପଢ଼ନ୍ତୁ ।

୨. ସତ୍ୟ ଖ୍ରୀଷ୍ଟିୟାନମାନେ କିପରି ପରସ୍ପରକୁ ପ୍ରେମ ଦେଖାନ୍ତି ?

ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଥିଲେ, “ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର ।” (ଯୋହନ ୧୫:୧୨) ଯୀଶୁ କେବଳ ନିଜ କଥାରେ ନୁହେଁ, ବରଂ ନିଜ କାମରୁ ବି ଦେଖାଇଲେ ଯେ ସେ ନିଜ ଶିଷ୍ୟମାନଙ୍କୁ ପ୍ରେମ କରନ୍ତି । ସେ ସେମାନଙ୍କ ସହ ସମୟ ବିତାଇଲେ, ସେମାନଙ୍କ ଉତ୍ସାହ ବଢ଼ାଇଲେ ଏବଂ ସେମାନଙ୍କୁ ସାହାଯ୍ୟ କଲେ । କେବଳ ଏତିକି ନୁହେଁ, ସେ ସେମାନଙ୍କ ପାଇଁ ନିଜ ଜୀବନ ମଧ୍ୟ ଦେଇଦେଲେ । (୧ ଯୋହନ ୩:୧୬) ଯୀଶୁଙ୍କ ଭଳି ଆଜି ସତ୍ୟ ଖ୍ରୀଷ୍ଟିୟାନମାନେ ବି କେବଳ ନିଜ କଥାରେ ନୁହେଁ, ବରଂ ନିଜ କାମରୁ ଦେଖାନ୍ତି ଯେ ସେମାନେ ପରସ୍ପରକୁ ପ୍ରେମ କରନ୍ତି । ସେମାନେ ପରସ୍ପରକୁ ସାହାଯ୍ୟ କରନ୍ତି ଏବଂ ପରସ୍ପର ସହ ଭଲ ବ୍ୟବହାର କରନ୍ତି ।

୩. ସତ୍ୟ ଖ୍ରୀଷ୍ଟିୟାନମାନେ କେଉଁ କାମ ସବୁବେଳେ କରନ୍ତି ?

ଯୀଶୁ ନିଜ ଶିଷ୍ୟମାନଙ୍କୁ ଗୋଟିଏ କାମ ଦେଇଥିଲେ । ‘ସେ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟର ଘୋଷଣା’ କରିବା ପାଇଁ ପଠାଇଲେ । (ଲୂକ ୯:୨) ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ କେବଳ ନିଜ ଉପାସନା କରିବା ଜାଗାରେ ପ୍ରଚାର କରୁ ନ ଥିଲେ, ବରଂ ବଜାରରେ ଏବଂ ଲୋକମାନଙ୍କ ଘରକୁ ଯାଇ ମଧ୍ୟ ପ୍ରଚାର କରୁଥିଲେ । (ପ୍ରେରିତ ୫:୪୨ ଓ ୧୭:୧୭ ପଢ଼ନ୍ତୁ ।) ଠିକ୍‌ ସେହିପରି, ଆଜି ମଧ୍ୟ ସତ୍ୟ ଖ୍ରୀଷ୍ଟିୟାନମାନେ ସବୁ ଜାଗାରେ ଯାଇ ପ୍ରଚାର କରନ୍ତି । ସେମାନେ ଲୋକମାନଙ୍କୁ ବହୁତ ପ୍ରେମ କରନ୍ତି । ତେଣୁ ସେମାନଙ୍କୁ ବାଇବଲର ସୁସମାଚାର ଶୁଣାଇବା ପାଇଁ ସମୟ ବାହାର କରନ୍ତି ଏବଂ ଏତେ ପରିଶ୍ରମ କରନ୍ତି ।—ମାର୍କ ୧୨:୩୧.

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଆମେ କିପରି ଚିହ୍ନିପାରିବା ଯେ କେଉଁମାନେ ସତ୍ୟ ଖ୍ରୀଷ୍ଟିୟାନ ଅଟନ୍ତି ଓ କେଉଁମାନେ ନୁହନ୍ତି ।

୪. ସେମାନେ ବାଇବଲରୁ ଜାଣିବା ପାଇଁ ଚାହାନ୍ତି ଯେ ସତ୍ୟ କʼଣ

ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ବାଇବଲରେ ଲେଖାଥିବା କଥାକୁ ବିଶ୍ୱାସ କରୁଥିଲେ

କିଛି ଲୋକ ନିଜକୁ ଖ୍ରୀଷ୍ଟିୟାନ ବୋଲି ଦାବି କରନ୍ତି ସତ, କିନ୍ତୁ ସେମାନେ ବାଇବଲରୁ ଜାଣିବା ପାଇଁ ଚାହାନ୍ତି ନାହିଁ ଯେ ସତ୍ୟ କʼଣ । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଆମେ କିପରି କହିପାରିବା ଯେ କିଛି ଚର୍ଚ୍ଚ ଯୀଶୁଙ୍କ ଶିକ୍ଷାଗୁଡ଼ିକୁ ଶିଖାଇ ନାହିଁ ?

ଯୀଶୁ ଲୋକମାନଙ୍କୁ ଈଶ୍ୱରଙ୍କ ବାକ୍ୟରୁ ସତ୍ୟ ଶିଖାଇଲେ । ଯୋହନ ୧୮:୩୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯୀଶୁ କʼଣ କହିଲେ, ଯେଉଁ ଖ୍ରୀଷ୍ଟିୟାନ “ସତ୍ୟ ପକ୍ଷରେ ସାକ୍ଷ୍ୟ ଦିଏ” ସେ କʼଣ କରେ ?

୫. ସେମାନେ ବାଇବଲରୁ ସୁସମାଚାର ପ୍ରଚାର କରନ୍ତି

ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ଲୋକଙ୍କୁ ପ୍ରଚାର କରୁଥିଲେ

ସ୍ୱର୍ଗକୁ ଯିବା ପୂର୍ବରୁ ଯୀଶୁ ନିଜ ଶିଷ୍ୟମାନଙ୍କୁ ଗୋଟିଏ କାମ ଦେଲେ । ଆଜି ମଧ୍ୟ ତାଙ୍କ ଶିଷ୍ୟମାନେ ସେହି କାମକୁ କରୁଛନ୍ତି । ମାଥିଉ ୨୮:୧୯, ୨୦ ପ୍ରେରିତ ୧:୮ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ପ୍ରଚାର କାମ କେବେ ଯାଏଁ ଏବଂ କେଉଁ କେଉଁ ଜାଗାରେ କରାଯିବ ?

୬. ସେମାନେ ଯାହା ଶିଖାନ୍ତି, ତାହା ନିଜେ ବି କରନ୍ତି

ଟମ୍‌ ନାମକ ଜଣେ ବ୍ୟକ୍ତିକୁ କିପରି ଜଣାପଡ଼ିଲା ଯେ ସତ୍ୟ ଖ୍ରୀଷ୍ଟିୟାନମାନେ କିଏ ? ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ଟମ୍‌ କାହିଁକି କହିଲେ ଯେ ତାଙ୍କୁ ଆଉ ଧର୍ମ ଉପରେ ବିଶ୍ୱାସ ନାହିଁ ?

  • ଟମ୍‌ କିପରି ଜାଣିପାରିଲେ ଯେ କେଉଁମାନେ ସତରେ ଯୀଶୁଙ୍କ ଶିକ୍ଷାଗୁଡ଼ିକୁ ମାନନ୍ତି ?

ଜଣେ ବ୍ୟକ୍ତି କିପରି ଅଟେ, ତାହା ତାʼ କଥାରୁ ନୁହେଁ ବରଂ ତାʼ କାମରୁ ଜଣାପଡ଼େ । ମାଥିଉ ୭:୨୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯୀଶୁଙ୍କ ପାଇଁ କʼଣ ମହତ୍ତ୍ୱ ରଖେ, ଆମେ ଯାହା କହୁ ନା ଆମେ ଯାହା କରୁ ?

୭. ସେମାନେ ପରସ୍ପରକୁ ପ୍ରେମ କରନ୍ତି

ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ପରସ୍ପରକୁ ପ୍ରେମ କରୁଥିଲେ

କʼଣ ସତ୍ୟ ଖ୍ରୀଷ୍ଟିୟାନମାନେ ପରସ୍ପର ପାଇଁ ଜୀବନ ଦେବାକୁ ବି ପ୍ରସ୍ତୁତ ଥାʼନ୍ତି ? ଏହା ଜାଣିବା ପାଇଁ ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ଭାଇ ଲଏଡ୍‌ କାହିଁକି ଭାଇ ଯୋହାନସନଙ୍କ ପାଇଁ ନିଜ ଜୀବନ ଦେବାକୁ ବି ପ୍ରସ୍ତୁତ ଥିଲେ ?

  • ଆପଣ କʼଣ ଭାବନ୍ତି, ଭାଇ ଲଏଡ୍‌ କʼଣ ସତ୍ୟ ଖ୍ରୀଷ୍ଟିୟାନମାନଙ୍କ ଭଳି ପ୍ରେମ ଦେଖାଇଲେ ?

ଯୋହନ ୧୩:୩୪, ୩୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଏହି ପଦ ଅନୁସାରେ ଯୀଶୁଙ୍କ ଶିଷ୍ୟମାନେ (ଅର୍ଥାତ୍‌ ସତ୍ୟ ଖ୍ରୀଷ୍ଟିୟାନମାନେ) ଅନ୍ୟ ଦେଶ କିମ୍ବା ଜାତିର ଲୋକମାନଙ୍କ ସହ କିପରି ବ୍ୟବହାର କରିବେ ?

  • ଯଦି ଯୁଦ୍ଧ ହୁଏ, ତାହେଲେ ସତ୍ୟ ଖ୍ରୀଷ୍ଟିୟାନମାନେ କʼଣ କରିବେ ?

କିଛି ଲୋକ କହନ୍ତି: “ଏତେଗୁଡ଼ିଏ ଖ୍ରୀଷ୍ଟିୟାନ ଅଛନ୍ତି ଯେ ମୋତେ ଜଣାପଡ଼େନି କେଉଁମାନେ ଠିକ୍‌ ।”

  • ଆପଣ ସେମାନଙ୍କୁ କେଉଁ ପଦ ଦେଖାଇ ବୁଝାଇପାରିବେ ଯେ କେଉଁମାନେ ସତ୍ୟ ଖ୍ରୀଷ୍ଟିୟାନ ?

ଆମେ କʼଣ ଶିଖିଲୁ ?

ସତ୍ୟ ଖ୍ରୀଷ୍ଟିୟାନମାନେ ବାଇବଲର କଥାଗୁଡ଼ିକୁ ପାଳନ କରନ୍ତି, ନିଜଠୁ ଅଧିକ ଅନ୍ୟକୁ ପ୍ରେମ କରନ୍ତି ଆଉ ବାଇବଲରେ ଯାହା ଲେଖାଅଛି ତାହା ଅନ୍ୟମାନଙ୍କୁ ବି କହନ୍ତି ।

ଆପଣ କʼଣ କହିବେ ?

  • ସତ୍ୟ ଖ୍ରୀଷ୍ଟିୟାନମାନେ ଯାହା ବିଶ୍ୱାସ କରନ୍ତି, ତାହା କାହା ଉପରେ ଆଧାରିତ ହୋଇଥାଏ ?

  • ସତ୍ୟ ଖ୍ରୀଷ୍ଟିୟାନମାନଙ୍କଠାରେ କେଉଁ ଗୁଣ ଅଛି ?

  • ସତ୍ୟ ଖ୍ରୀଷ୍ଟିୟାନମାନେ କେଉଁ କାମ ସବୁବେଳେ କରନ୍ତି ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଏପରି ଏକ ସମୂହ ବିଷୟରେ ଜାଣନ୍ତୁ ଯିଏ ଯୀଶୁଙ୍କ ଉଦାହରଣରେ ଚାଲିବା ପାଇଁ ଏବଂ ତାଙ୍କ ଶିକ୍ଷାଗୁଡ଼ିକୁ ପାଳନ କରିବା ପାଇଁ ପୂରାପୂରି ଚେଷ୍ଟା କରେ ।

ଯିହୋବାଙ୍କ ସାକ୍ଷୀ—ଆମେ କିଏ ଅଟୁ ? (୧:୧୩)

ଜାଣନ୍ତୁ ଯେ ଜଣେ ମହିଳା ଯିଏ ପୂର୍ବେ ଜଣେ ନନ୍‌ ଥିଲେ, କିପରି ଈଶ୍ୱରଙ୍କ ଲୋକମାନଙ୍କ ସହ ସାକ୍ଷାତ ହେଲେ ଏବଂ ତାଙ୍କୁ ଗୋଟିଏ ପରିବାର ଭଳି ପ୍ରେମ ମିଳିଲା ।

“ସେମାନେ ସବୁ ପ୍ରଶ୍ନର ଉତ୍ତର ବାଇବଲରୁ ଦେଲେ !” (ପ୍ରହରୀଦୁର୍ଗ-ହି, ୧ ଜୁଲାଇ, ୨୦୧୪)

ଜାଣନ୍ତୁ ଯେ ସତ୍ୟ ଖ୍ରୀଷ୍ଟିୟାନମାନେ ସମସ୍ୟାରେ ଥିବା ଭାଇଭଉଣୀଙ୍କୁ କିପରି ପ୍ରେମ ଦେଖାନ୍ତି ।

ପ୍ରାକୃତିକ ବିପତ୍ତି ସମୟରେ ନିଜ ଭାଇଭଉଣୀଙ୍କୁ ସାହାଯ୍ୟ—ଉଦ୍ଧୃତାଂଶ (୩:୫୭)

ଯୀଶୁ କହିଥିଲେ ଯେ ଆମେ ତାଙ୍କ ଶିଷ୍ୟମାନଙ୍କୁ କିପରି ଚିହ୍ନିପାରିବା । ଜାଣନ୍ତୁ ଯେ ଆଜିର ସତ୍ୟ ଖ୍ରୀଷ୍ଟିୟାନମାନେ କିପରି ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କ ଭଳି କାମ କରନ୍ତି ।

“ସତ୍ୟ ଖ୍ରୀଷ୍ଟିୟାନମାନଙ୍କୁ କିପରି ଚିହ୍ନିବା ?” (ପ୍ରହରୀଦୁର୍ଗ ଲେଖା-ହି)