इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୧୯

କʼଣ ଯିହୋବାଙ୍କ ସାକ୍ଷୀମାନେ ସତ୍ୟ ଖ୍ରୀଷ୍ଟିୟାନ ଅଟନ୍ତି ?

କʼଣ ଯିହୋବାଙ୍କ ସାକ୍ଷୀମାନେ ସତ୍ୟ ଖ୍ରୀଷ୍ଟିୟାନ ଅଟନ୍ତି ?

ଆମେ ଯିହୋବାଙ୍କ ସାକ୍ଷୀମାନେ ବିଶ୍ୱାସ କରୁ ଯେ ଆମେ ହିଁ ସତ୍ୟ ଖ୍ରୀଷ୍ଟିୟାନ ଅଟୁ । କାହିଁକି ? ତାହା ଜାଣିବା ପାଇଁ ଧ୍ୟାନ ଦିଅନ୍ତୁ ଯେ ଆମ ଶିକ୍ଷାଗୁଡ଼ିକ କାହା ଉପରେ ଆଧାରିତ, ଆମେ କାହିଁକି ନିଜକୁ ଯିହୋବାଙ୍କ ସାକ୍ଷୀ ବୋଲି କହୁ ଏବଂ ଆମେ କିପରି ପରସ୍ପର ପାଇଁ ନିଜ ପ୍ରେମ ଦେଖାଉ ।

୧. ଯିହୋବାଙ୍କ ସାକ୍ଷୀମାନଙ୍କର ଶିକ୍ଷାଗୁଡ଼ିକ କାହା ଉପରେ ଆଧାରିତ ?

ଯୀଶୁ କହିଥିଲେ, ‘ଈଶ୍ୱରଙ୍କ ବାକ୍ୟ ସତ୍ୟ ।’ (ଯୋହନ ୧୭:୧୭) ଯୀଶୁଙ୍କ ଭଳି ଯିହୋବାଙ୍କ ସାକ୍ଷୀମାନେ ମଧ୍ୟ ଯାହା ଶିଖାନ୍ତି, ତାହା ବାଇବଲ ଉପରେ ଆଧାରିତ ହୋଇଥାଏ । ଉଦାହରଣ ପାଇଁ, ସାକ୍ଷୀମାନଙ୍କର ଇତିହାସ ପ୍ରତି ଧ୍ୟାନ ଦିଅନ୍ତୁ ଯେଉଁମାନଙ୍କୁ ପୂର୍ବେ ବାଇବଲ ବିଦ୍ୟାର୍ଥୀ ବୋଲି କୁହାଯାଉଥିଲା । ୧୮୭୦ ମସିହାରେ ସେମାନେ ବାଇବଲ ପଢ଼ି ତାକୁ ବୁଝିବା ପାଇଁ ଚେଷ୍ଟା କରିବାକୁ ଲାଗିଲେ । ପଢ଼ିବା ସମୟରେ ସେମାନେ ଜାଣିପାରିଲେ ଯେ ବାଇବଲ କʼଣ ଶିଖାଏ । ସେମାନେ ଯାହା ଶିଖିଲେ ସେଗୁଡ଼ିକ ଚର୍ଚ୍ଚର ଶିକ୍ଷାଗୁଡ଼ିକରୁ ପୂରା ଅଲଗା ଥିଲା । ତଥାପି ସେମାନେ ବାଇବଲର ଶିକ୍ଷାଗୁଡ଼ିକ ଉପରେ ହିଁ ବିଶ୍ୱାସ କଲେ । ଆଉ ଯାହା ଶିଖିଲେ, ତାହା ଅନ୍ୟମାନଙ୍କୁ ବି କହିଲେ । a

୨. ଆମେ କାହିଁକି ନିଜକୁ ଯିହୋବାଙ୍କ ସାକ୍ଷୀ ବୋଲି କହୁ ?

ଯିହୋବା ନିଜ ସେବକମାନଙ୍କୁ ସାକ୍ଷୀ ବୋଲି କହନ୍ତି, କାରଣ ସେମାନେ ତାଙ୍କ ବିଷୟରେ ଅନ୍ୟମାନଙ୍କୁ ସତ୍ୟ ଶିଖାନ୍ତି । (ଏବ୍ରୀ ୧୧:୪–୧୨:୧) ପ୍ରାଚୀନ ସମୟରେ ଈଶ୍ୱର ନିଜ ଲୋକମାନଙ୍କୁ କହିଥିଲେ, ‘ତୁମ୍ଭେମାନେ ଆମ୍ଭର [“ମୋର,” NWT] ସାକ୍ଷୀ ଅଟ ।’ (ଯିଶାଇୟ ୪୩:୧୦ ପଢ଼ନ୍ତୁ ।) ଯୀଶୁଙ୍କୁ ମଧ୍ୟ “ବିଶ୍ୱସ୍ତ ସାକ୍ଷୀ” ବୋଲି କୁହାଯାଇଛି । (ପ୍ରକାଶିତ ବାକ୍ୟ ୧:୫) ତେଣୁ ୧୯୩୧ରେ ଆମେ ‘ଯିହୋବାଙ୍କ ସାକ୍ଷୀ’ ନାମ ଆପଣାଇଲୁ । ଏହି ନାମରେ ଜଣା ଯିବା ଆମ ପାଇଁ ବହୁତ ଗର୍ବର କଥା ।

୩. ଯୀଶୁଙ୍କ ଭଳି ଯିହୋବାଙ୍କ ସାକ୍ଷୀମାନେ ପରସ୍ପରକୁ ପ୍ରେମ କିପରି ଦେଖାନ୍ତି ?

ଯୀଶୁ ନିଜ ଶିଷ୍ୟମାନଙ୍କୁ ବହୁତ ପ୍ରେମ କରୁଥିଲେ, ସତେ ଯେପରି ସେମାନେ ତାଙ୍କ ପରିବାର ଥିଲେ । (ମାର୍କ ୩:୩୫ ପଢ଼ନ୍ତୁ ।) ଠିକ୍‌ ସେହିପରି, ଆଜି ସାରା ଦୁନିଆରେ ଥିବା ଯିହୋବାଙ୍କ ସାକ୍ଷୀମାନଙ୍କ ମଧ୍ୟରେ ବି ଏକତା ଦେଖିବାକୁ ମିଳେ, ସତେ ଯେପରି ସେମାନେ ବି ଗୋଟିଏ ପରିବାର । ତେଣୁ ସେମାନେ ପରସ୍ପରକୁ ଭାଇଭଉଣୀ ବୋଲି କହନ୍ତି । (ଫିଲୀମୋନ ୧, ୨) ସେମାନେ ଏହି ଆଜ୍ଞାକୁ ବି ପାଳନ କରନ୍ତି, ‘ଯେ ଈଶ୍ୱରଙ୍କୁ ପ୍ରେମ କରେ, ସେ ନିଜ ଭାଇକୁ ମଧ୍ୟ ପ୍ରେମ କରୁ ।’ (୧ ଯୋହନ ୪:୨୧) ଯିହୋବାଙ୍କ ସାକ୍ଷୀମାନେ ଅଲଗା ଅଲଗା ଉପାୟରେ ପରସ୍ପର ପାଇଁ ନିଜ ପ୍ରେମ ଦେଖାନ୍ତି । ଯେପରି, ସେମାନେ ସାରା ଦୁନିଆରେ ଥିବା ଭାଇଭଉଣୀଙ୍କୁ ସମସ୍ୟା ସମୟରେ ସାହାଯ୍ୟ କରନ୍ତି ।

ଭାବନ୍ତୁ ଓ ଶିଖନ୍ତୁ

ଆସନ୍ତୁ ଆମେ ଯିହୋବାଙ୍କ ସାକ୍ଷୀମାନଙ୍କର ଇତିହାସ ବିଷୟରେ ଜାଣିବା ଏବଂ ଦେଖିବା ଯେ କେଉଁ କଥାରୁ ଜଣାପଡ଼େ ଯେ ସେମାନେ ସତ୍ୟ ଖ୍ରୀଷ୍ଟିୟାନ ଅଟନ୍ତି ।

ସତ୍ୟ ଖ୍ରୀଷ୍ଟିୟାନମାନଙ୍କର ଶିକ୍ଷାଗୁଡ଼ିକ ବାଇବଲ ଉପରେ ଆଧାରିତ ହୋଇଥାଏ ଏବଂ ସେମାନେ ଏସବୁ ଶିକ୍ଷା ବିଷୟରେ ଅନ୍ୟମାନଙ୍କୁ ବି କହନ୍ତି

୪. ଆମ ଶିକ୍ଷାଗୁଡ଼ିକ ବାଇବଲ ଉପରେ ଆଧାରିତ ହୋଇଥାଏ

ଯିହୋବା ଆଗରୁ କହିଥିଲେ ଯେ ଶେଷକାଳରେ ଲୋକେ ବାଇବଲର ସତ୍ୟଗୁଡ଼ିକୁ ଆହୁରି ଭଲ ଭାବେ ବୁଝିପାରିବେ । ଦାନିୟେଲ ୧୨:୪ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯେତେବେଳେ ଈଶ୍ୱରଙ୍କ ଲୋକମାନେ ବାଇବଲକୁ ଭଲ ଭାବେ ଯାଞ୍ଚ କରନ୍ତେ, ସେତେବେଳେ ସେମାନଙ୍କ ମଧ୍ୟରେ କʼଣ “ବୃଦ୍ଧି” ହୁଅନ୍ତା ?

ଧ୍ୟାନ ଦିଅନ୍ତୁ ଯେ ଚାର୍ଲ୍‌ସ ରସେଲ୍‌ ନାମକ ଜଣେ ବାଇବଲ ବିଦ୍ୟାର୍ଥୀ କିପରି ଅନ୍ୟ କିଛି ବାଇବଲ ବିଦ୍ୟାର୍ଥୀଙ୍କ ସହ ମିଶି ଈଶ୍ୱରଙ୍କ ବାକ୍ୟକୁ ଅଧ୍ୟୟନ କଲେ । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଚାର୍ଲ୍‌ସ ରସେଲ୍‌ ଓ ଅନ୍ୟ ବାଇବଲ ବିଦ୍ୟାର୍ଥୀମାନେ ବାଇବଲର ଅଧ୍ୟୟନ କିପରି କରୁଥିଲେ ?

କʼଣ ଆପଣ ଜାଣନ୍ତି ?

ଅନେକ ଥର ଆମକୁ ନିଜ ଶିକ୍ଷାଗୁଡ଼ିକରେ କିଛି ପରିବର୍ତ୍ତନ କରିବାକୁ ପଡ଼ିଛି । କାହିଁକି ? ଯେପରି ଦିନ ବଢ଼ିବା ସହ ସୂର୍ଯ୍ୟ କିରଣ ବଢ଼େ, ଆଉ ଆମକୁ ଧୀରେ ଧୀରେ ସବୁ କିଛି ଭଲ ଭାବେ ଦେଖାଯାଏ, ଠିକ୍‌ ସେହିପରି ଈଶ୍ୱର ମଧ୍ୟ ଆମକୁ ଧୀରେ ଧୀରେ ତାଙ୍କ ବାକ୍ୟକୁ ବୁଝିବା ପାଇଁ ସାହାଯ୍ୟ କରନ୍ତି । (ହିତୋପଦେଶ ୪:୧୮ ପଢ଼ନ୍ତୁ ।) ବାଇବଲ କେବେ ବି ବଦଳେ ନାହିଁ । କିନ୍ତୁ ଯେତେବେଳେ ଆମେ ଏହାକୁ ଆହୁରି ଭଲ ଭାବେ ବୁଝୁ, ସେତେବେଳେ ଆମେ ତାʼ ଅନୁସାରେ ନିଜ ଶିକ୍ଷାଗୁଡ଼ିକରେ ପରିବର୍ତ୍ତନ କରୁ ।

୫. ଯେମିତି ନାମ ସେମିତି କାମ

ଆମେ ‘ଯିହୋବାଙ୍କ ସାକ୍ଷୀ’ ନାମ କାହିଁକି ଆପଣାଇଲୁ ? ଏହା ଜାଣିବା ପାଇଁ ଭିଡିଓ ଦେଖାନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଆମେ ନିଜକୁ ଯିହୋବାଙ୍କ ସାକ୍ଷୀ କହୁ, ଏହା କହିବା କାହିଁକି ଠିକ୍‌ ?

ଯିହୋବା କିଛି ଲୋକଙ୍କୁ ତାଙ୍କର ସାକ୍ଷୀ ଭାବେ କାହିଁକି ବାଛିଛନ୍ତି ? କାରଣ ସେ ଚାହାନ୍ତି ଯେ ସେମାନେ ଅନ୍ୟମାନଙ୍କୁ ତାଙ୍କ ବିଷୟରେ ସତ୍ୟ କହନ୍ତୁ । ଏପରି କରିବା ବହୁତ ଜରୁରୀ । କାରଣ ଲୋକେ ତାଙ୍କ ବିଷୟରେ ଅନେକ ମିଛ କଥା କହିଛନ୍ତି । ଆସନ୍ତୁ ସେ ମଧ୍ୟରୁ ଦୁଇଟି ମିଛ କଥା ବିଷୟରେ ଧ୍ୟାନ ଦେବା ।

କିଛି ଧର୍ମ ଶିଖାଏ ଯେ ଈଶ୍ୱର ଚାହାନ୍ତି ଯେ ଲୋକମାନେ ତାଙ୍କ ଉପାସନା କଲା ବେଳେ ମୂର୍ତ୍ତିର ବ୍ୟବହାର କରନ୍ତୁ । କିନ୍ତୁ କʼଣ ଏହା ସତ ? ଲେବୀ ପୁସ୍ତକ ୨୬:୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଏ ପଦ ଅନୁସାରେ ମୂର୍ତ୍ତିଗୁଡ଼ିକର ବ୍ୟବହାର ବିଷୟରେ ଯିହୋବାଙ୍କୁ କିପରି ଲାଗେ ?

କିଛି ଧର୍ମଗୁରୁମାନେ ଶିଖାନ୍ତି ଯେ ଯୀଶୁ ହିଁ ଈଶ୍ୱର । କିନ୍ତୁ କʼଣ ଏହା ସତ ? ଯୋହନ ୨୦:୧୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଏ ପଦ ଅନୁସାରେ କʼଣ ଯୀଶୁ ଈଶ୍ୱର ଅଟନ୍ତି ?

  • ଯିହୋବା ନିଜ ସାକ୍ଷୀମାନଙ୍କୁ ଆପଣଙ୍କ ପାଖକୁ ପଠାଇଛନ୍ତି, ଯାହାଫଳରେ ସେମାନେ ଆପଣଙ୍କୁ ତାଙ୍କ ବିଷୟରେ ଓ ଯୀଶୁଙ୍କ ବିଷୟରେ ସତ୍ୟ ଶିଖାନ୍ତୁ । ଏହା ଜାଣି ଆପଣଙ୍କୁ କିପରି ଲାଗିଲା ?

୬. ଆମେ ପରସ୍ପରକୁ ପ୍ରେମ କରୁ

ବାଇବଲରେ ଖ୍ରୀଷ୍ଟିୟାନମାନଙ୍କୁ ଶରୀରର ଭିନ୍ନ ଭିନ୍ନ ଅଙ୍ଗ ସହ ତୁଳନା କରାଯାଇଛି । ୧ କରିନ୍ଥୀୟ ୧୨:୨୫, ୨୬ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଯେତେବେଳେ ଜଣେ ଖ୍ରୀଷ୍ଟିୟାନ ସମସ୍ୟାରେ ଥାଏ, ସେତେବେଳେ ସତ୍ୟ ଖ୍ରୀଷ୍ଟିୟାନମାନଙ୍କୁ କʼଣ କରିବା ଉଚିତ୍‌ ?

  • ଯିହୋବାଙ୍କ ସାକ୍ଷୀମାନଙ୍କ ମଧ୍ୟରେ ଆପଣ କେଉଁ ପ୍ରକାରର ପ୍ରେମ ଦେଖିଛନ୍ତି ?

ଯେତେବେଳେ କୌଣସି ଦେଶରେ ଥିବା ଯିହୋବାଙ୍କ ସାକ୍ଷୀମାନେ ସମସ୍ୟାରେ ପଡ଼ନ୍ତି, ସେତେବେଳେ ସାରା ଦୁନିଆରେ ଥିବା ଯିହୋବାଙ୍କ ସାକ୍ଷୀମାନେ ତୁରନ୍ତ ସେମାନଙ୍କୁ ସାହାଯ୍ୟ କରନ୍ତି । ଏହାର ଗୋଟିଏ ଉଦାହରଣ ଦେଖିବା ପାଇଁ ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଯିହୋବାଙ୍କ ସାକ୍ଷୀ ପରସ୍ପରକୁ ବହୁତ ପ୍ରେମ କରନ୍ତି । ଏକଥା ସେମାନଙ୍କ ରିଲିଫ୍‌ କାମରୁ କିପରି ଜଣାପଡ଼େ ?

ସତ୍ୟ ଖ୍ରୀଷ୍ଟିୟାନମାନେ ପ୍ରେମ ଯୋଗୁଁ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି

କିଛି ଲୋକ କହନ୍ତି: “ଯିହୋବାଙ୍କ ସାକ୍ଷୀ, କʼଣ ଏହା ଗୋଟିଏ ନୂଆ ଧର୍ମ ?”

  • ଯିହୋବା କେବେଠୁ ନିଜ ସେବକମାନଙ୍କୁ ନିଜ ସାକ୍ଷୀ ବୋଲି କହୁଛନ୍ତି ?

ଆମେ କʼଣ ଶିଖିଲୁ ?

ଯିହୋବାଙ୍କ ସାକ୍ଷୀମାନେ ସତ୍ୟ ଖ୍ରୀଷ୍ଟିୟାନ ଅଟନ୍ତି । ଆମେ ଗୋଟିଏ ପରିବାର ଭଳି । ଆମ ଶିକ୍ଷାଗୁଡ଼ିକ ବାଇବଲ ଉପରେ ଆଧାରିତ ହୋଇଥାଏ ଏବଂ ଆମେ ଲୋକମାନଙ୍କୁ ଯିହୋବାଙ୍କ ବିଷୟରେ ସତ୍ୟ ଶିଖାଉ ।

ଆପଣ କʼଣ କହିବେ ?

  • ଆମେ ‘ଯିହୋବାଙ୍କ ସାକ୍ଷୀ’ ନାମ କାହିଁକି ଆପଣାଇଛୁ ?

  • ଆମେ ପରସ୍ପର ସହ କିପରି ବ୍ୟବହାର କରୁ ?

  • ଯିହୋବାଙ୍କ ସାକ୍ଷୀ କʼଣ ସତ୍ୟ ଖ୍ରୀଷ୍ଟିୟାନ ଅଟନ୍ତି ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଯିହୋବାଙ୍କ ସାକ୍ଷୀମାନେ କିପରି ମିଥ୍ୟା ଶିକ୍ଷାଗୁଡ଼ିକର ପର୍ଦାଫାଶ କଲେ, ତାʼର ଗୋଟିଏ ଉଦାହରଣ ଦେଖନ୍ତୁ ।

ଈଶ୍ୱରଙ୍କ ଲୋକମାନେ ତାଙ୍କ ନାମର ମହିମା କରନ୍ତି (୭:୦୮)

ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ ଯାହା ବି ପ୍ରଶ୍ନ ଅଛି, ସେଗୁଡ଼ିକର ଉତ୍ତର ଜାଣନ୍ତୁ ।

“ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ” (jw.org ୱେବସାଇଟ୍‌ରେ ଥିବା ପେଜ୍‌)

ଷ୍ଟିଫେନ ଅନ୍ୟ ଜାତିର ଲୋକମାନଙ୍କୁ ବହୁତ ଘୃଣା କରୁଥିଲା ଏବଂ ସେମାନଙ୍କ ସହ ମାରପିଟ୍‌ କରୁଥିଲା । ଜାଣନ୍ତୁ ଯେ ଯିହୋବାଙ୍କ ସାକ୍ଷୀମାନଙ୍କ ସହ ଭେଟ ହେବା ପରେ, ସେ କାହିଁକି ନିଜଠାରେ ପରିବର୍ତ୍ତନ କଲା ।

“ମୁଁ ଖରାପ ହୋଇ ହୋଇ ଯାଉଥିଲି” (ପ୍ରହରୀଦୁର୍ଗ ଲେଖା-ହି)

a ଲୋକମାନେ ବାଇବଲର ସତ୍ୟ ବୁଝିପାରନ୍ତୁ, ସେଥିପାଇଁ ଆମେ ୧୮୭୯ ମସିହାରୁ ପ୍ରହରୀଦୁର୍ଗ ପତ୍ରିକା ପ୍ରକାଶିତ କରୁଛୁ ।