इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୨୦

ଯିହୋବା କିପରି ଯୀଶୁଙ୍କ ଜରିଆରେ ମଣ୍ଡଳୀକୁ ମାର୍ଗଦର୍ଶନ ଦିଅନ୍ତି ?

ଯିହୋବା କିପରି ଯୀଶୁଙ୍କ ଜରିଆରେ ମଣ୍ଡଳୀକୁ ମାର୍ଗଦର୍ଶନ ଦିଅନ୍ତି ?

ଯିହୋବା ସବୁ କାମ ଠିକ୍‌ ଭାବରେ ଓ ବ୍ୟବସ୍ଥିତ ଭାବରେ କରନ୍ତି । (୧ କରିନ୍ଥୀୟ ୧୪:୩୩, ୪୦) ତେଣୁ ଆମେ କହିପାରିବା ଯେ ତାଙ୍କ ଲୋକମାନେ ମଧ୍ୟ ସେହିପରି ଭାବରେ କାମ କରୁଥିବେ । ଯିହୋବା କିପରି ଯୀଶୁଙ୍କ ଜରିଆରେ ମଣ୍ଡଳୀକୁ ମାର୍ଗଦର୍ଶନ ଦିଅନ୍ତି ? ଆମେ କିପରି ମଣ୍ଡଳୀର କାମଗୁଡ଼ିକରେ ସହଯୋଗ କରିପାରିବା ? ଆସନ୍ତୁ ଏବିଷୟରେ ଦେଖିବା ।

୧. ମଣ୍ଡଳୀର ମୁଖିଆ କିଏ ?

ବାଇବଲରେ ଲେଖାଅଛି ଯେ ‘ଖ୍ରୀଷ୍ଟ, ମଣ୍ଡଳୀର ମସ୍ତକ’ ବା ମୁଖିଆ ଅଟନ୍ତି । (ଏଫିସୀୟ ୫:୨୩) ଯୀଶୁ ସ୍ୱର୍ଗରୁ ଯିହୋବାଙ୍କ ଲୋକମାନଙ୍କୁ ମାର୍ଗଦର୍ଶନ ଦିଅନ୍ତି ଯେ କାମଗୁଡ଼ିକ କିପରି ହେବା ଉଚିତ୍‌ । ସେ ଏହା କିପରି କରନ୍ତି ? ସେ ‘ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସକୁ’ ନିଯୁକ୍ତ କରିଛନ୍ତି । ଏହି ଦାସ ଅନୁଭବୀ ପ୍ରାଚୀନମାନଙ୍କର ଏକ ଛୋଟ ସମୂହ ଅଟେ, ଯାହାକୁ ପ୍ରଶାସନ ଦଳ ମଧ୍ୟ କୁହାଯାଏ । (ମାଥିଉ ୨୪:୪୫-୪୭ ପଢ଼ନ୍ତୁ ।) ଯେତେବେଳେ ଖ୍ରୀଷ୍ଟୀୟ ମଣ୍ଡଳୀର ଆରମ୍ଭ ହେଲା ସେତେବେଳେ ଯିରୂଶାଲମରେ ଥିବା ପ୍ରେରିତ ଓ ପ୍ରାଚୀନମାନେ ସବୁ ମଣ୍ଡଳୀଗୁଡ଼ିକୁ ନିର୍ଦ୍ଦେଶ ଦେଉଥିଲେ । (ପ୍ରେରିତ ୧୫:୨) ଠିକ୍‌ ସେହିପରି, ଆଜି ପ୍ରଶାସନ ଦଳ ମଧ୍ୟ ସାରା ଦୁନିଆରେ ଥିବା ମଣ୍ଡଳୀଗୁଡ଼ିକୁ ନିର୍ଦ୍ଦେଶ ଦିଏ । କିନ୍ତୁ ଏହି ଭାଇମାନେ ସଂଗଠନର ମୁଖିଆ ନୁହନ୍ତି । ସେମାନେ ଯିହୋବା ଓ ତାଙ୍କ ବାକ୍ୟରୁ ମାର୍ଗଦର୍ଶନ ପାଇଁ ସାହାଯ୍ୟ ନିଅନ୍ତି ଏବଂ ମଣ୍ଡଳୀର ମୁଖିଆ ଯୀଶୁଙ୍କ ଅଧୀନରେ ରହନ୍ତି ।

୨. ମଣ୍ଡଳୀର ପ୍ରାଚୀନମାନେ କʼଣ କରନ୍ତି ?

ପ୍ରାଚୀନମାନେ ଏପରି ଅନୁଭବୀ ଭାଇମାନେ ଅଟନ୍ତି, ଯେଉଁମାନେ ଯିହୋବାଙ୍କ ଲୋକମାନଙ୍କୁ ବାଇବଲରୁ ଶିଖାନ୍ତି । ସେମାନେ ମେଷପାଳକଙ୍କ ଭଳି ଭାଇଭଉଣୀଙ୍କର ଯତ୍ନ ନିଅନ୍ତି ଏବଂ ସେମାନଙ୍କର ସାହାଯ୍ୟ କରନ୍ତି । ସେମାନେ ଏହି କାମ ପାଇଁ କିଛି ଟଙ୍କାପଇସା ନିଅନ୍ତିନି, ବରଂ ସେମାନେ ଈଶ୍ୱରଙ୍କ ସମ୍ମୁଖରେ ଖୁସିର ସହ ଏହି କାମ କରନ୍ତି । ସେମାନେ ଧନ ଲୋଭରେ ନୁହେଁ, ବରଂ ଆଗ୍ରହର ସହ ଏହା କରନ୍ତି । (୧ ପିତର ୫:୧, ୨) ମଣ୍ଡଳୀରେ କିଛି ଭାଇମାନେ ପ୍ରାଚୀନମାନଙ୍କୁ ସାହାଯ୍ୟ କରନ୍ତି । ସେମାନଙ୍କୁ ସହାୟକ ସେବକ ବୋଲି କୁହାଯାଏ । ଆଗକୁ ଯାଇ ଯଦି ସେମାନେ ବାଇବଲରେ ଦିଆଯାଇଥିବା ଯୋଗ୍ୟତାଗୁଡ଼ିକୁ ପୂରା କରନ୍ତି, ତାହେଲେ ସେମାନଙ୍କୁ ପ୍ରାଚୀନ ଭାବେ ନିଯୁକ୍ତ କରାଯାଏ ।

ପ୍ରଶାସନ ଦଳ କିଛି ପ୍ରାଚୀନଙ୍କୁ ସର୍କିଟ ଅଧ୍ୟକ୍ଷ ଭାବେ ନିଯୁକ୍ତ କରେ । ସର୍କିଟ ଅଧ୍ୟକ୍ଷମାନେ ଅନ୍ୟ ଅନ୍ୟ ମଣ୍ଡଳୀଗୁଡ଼ିକୁ ଯାଇ ଭାଇଭଉଣୀମାନଙ୍କୁ ବାଇବଲରୁ ପରାମର୍ଶ ଦିଅନ୍ତି ଏବଂ ସେମାନଙ୍କ ଉତ୍ସାହ ବଢ଼ାନ୍ତି । ସେମାନେ ଏପରି ଭାଇମାନଙ୍କୁ ପ୍ରାଚୀନ ଓ ସହାୟକ ସେବକ ଭାବେ ନିଯୁକ୍ତ କରନ୍ତି ଯେଉଁମାନେ ବାଇବଲରେ ଦିଆଯାଇଥିବା ଯୋଗ୍ୟତାଗୁଡ଼ିକୁ ପୂରା କରନ୍ତି ।—୧ ତୀମଥି ୩:୧-୧୦, ୧୨; ତୀତସ ୧:୫-୯.

୩. ପ୍ରତ୍ୟେକ ଯିହୋବାଙ୍କ ସାକ୍ଷୀଙ୍କର କʼଣ ଦାୟିତ୍ୱ ରହିଛି ?

ପ୍ରତ୍ୟେକ ସାକ୍ଷୀଙ୍କୁ ‘ଯିହୋବାଙ୍କ ନାମର ପ୍ରଶଂସା’ କରିବା ଉଚିତ୍‌ । (ଗୀତସଂହିତା ୧୪୮:୧୨, ୧୩ ପଢ଼ନ୍ତୁ ।) ସେମାନେ ସଭାଗୁଡ଼ିକରେ ଉତ୍ତର ଦେଇ, ଭାଷଣ ଦେଇ, ଗୀତ ଗାଇ ଆଉ ନିଜ ପରିସ୍ଥିତି ଅନୁସାରେ ପ୍ରଚାରରେ ଭାଗ ନେଇ ଏପରି କରିପାରିବେ ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଯୀଶୁ କିଭଳି ମୁଖିଆ ଅଟନ୍ତି, ପ୍ରାଚୀନମାନେ କିପରି ଯୀଶୁଙ୍କ ଭଳି ହେବା ପାଇଁ ଚେଷ୍ଟା କରନ୍ତି ଏବଂ ଆମେ କିପରି ଯୀଶୁ ଓ ପ୍ରାଚୀନମାନଙ୍କୁ ସହଯୋଗ କରିପାରିବା ।

୪. ଯୀଶୁ ପ୍ରେମର ସହ ବ୍ୟବହାର କରୁଥିବା ମୁଖିଆ ଅଟନ୍ତି

ଯୀଶୁ ପ୍ରେମର ସହ କହନ୍ତି ଯେ ଆମେ ତାଙ୍କୁ ନିଜର ମୁଖିଆ ବୋଲି ମାନିବା । ମାଥିଉ ୧୧:୨୮-୩୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯୀଶୁ କିଭଳି ମୁଖିଆ ଅଟନ୍ତି ଏବଂ ଆମେ କିଭଳି ଅନୁଭବ କରୁ ବୋଲି ସେ ଚାହାନ୍ତି ?

ପ୍ରାଚୀନମାନେ କିପରି ଯୀଶୁଙ୍କ ଭଳି ହେବା ପାଇଁ ଚେଷ୍ଟା କରନ୍ତି ? ଭିଡିଓ ଦେଖନ୍ତୁ 

ବାଇବଲରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ପ୍ରାଚୀନମାନଙ୍କୁ ନିଜ ଦାୟିତ୍ୱ କିପରି ତୁଲାଇବା ଉଚିତ୍‌ ।

ଯିଶାଇୟ ୩୨:୨ ୧ ପିତର ୫:୧-୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ପ୍ରାଚୀନମାନେ ଯୀଶୁଙ୍କ ଭଳି ଅନ୍ୟମାନଙ୍କୁ ପ୍ରେମ ଦେଖାଇବା ପାଇଁ ପୂରା ଚେଷ୍ଟା କରନ୍ତି । ଏହା ଜାଣି ଆପଣଙ୍କୁ କିପରି ଲାଗେ ?

  • ପ୍ରାଚୀନମାନେ ଆଉ କେଉଁ କେଉଁ ଉପାୟରେ ଯୀଶୁଙ୍କ ଭଳି ହେବା ପାଇଁ ଚେଷ୍ଟା କରନ୍ତି ?

୫. ପ୍ରାଚୀନମାନେ ଯାହା ଶିଖାନ୍ତି, ତାହା ନିଜେ ବି କରନ୍ତି

ଯୀଶୁ କʼଣ ଚାହାନ୍ତି, ପ୍ରାଚୀନମାନଙ୍କୁ ନିଜର ଦାୟିତ୍ୱ ବିଷୟରେ କିପରି ଭାବିବା ଉଚିତ୍‌ ? ତାହା ଜାଣିବା ପାଇଁ ଭିଡିଓ ଦେଖନ୍ତୁ 

ଯୀଶୁ କହିଛନ୍ତି ଯେ ପ୍ରାଚୀନମାନଙ୍କୁ କିପରି ହେବା ଉଚିତ୍‌ । ମାଥିଉ ୨୩:୮-୧୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ବାଇବଲ ଅନୁସାରେ ଜଣେ ପ୍ରାଚୀନଙ୍କୁ କିପରି ହେବା ଉଚିତ୍‌ ? ଆପଣ କʼଣ ଭାବନ୍ତି, କʼଣ ଧର୍ମଗୁରୁମାନେ ବି ଏପରି ଥାʼନ୍ତି ?

  1. . ପ୍ରାଚୀନମାନେ ଯିହୋବାଙ୍କ ସହ ନିଜର ଓ ନିଜ ପରିବାରର ସମ୍ପର୍କକୁ ମଜବୁତ୍‌ ରଖନ୍ତି

  2. . ପ୍ରାଚୀନମାନେ ମଣ୍ଡଳୀର ସବୁ ଲୋକମାନଙ୍କର ଯତ୍ନ ନିଅନ୍ତି

  3. . ପ୍ରାଚୀନମାନେ ନିୟମିତ ଭାବେ ପ୍ରଚାର କରନ୍ତି

  4. . ପ୍ରାଚୀନମାନେ ମଣ୍ଡଳୀରେ ଶିଖାନ୍ତି । ସେମାନେ ସଫାସୁତୁରା କରିବାରେ ଓ ଅନ୍ୟ କାମଗୁଡ଼ିକ କରିବାରେ ସାହାଯ୍ୟ କରନ୍ତି

୬. ଆମେ ପ୍ରାଚୀନମାନଙ୍କୁ ପୂରା ସହଯୋଗ କରିପାରିବା

ବାଇବଲରେ କୁହାଯାଇଛି ଯେ ଆମେ କାହିଁକି ପ୍ରାଚୀନମାନଙ୍କୁ ସହଯୋଗ କରିବା ଉଚିତ୍‌ । ଏବ୍ରୀ ୧୩:୧୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ବାଇବଲରେ କୁହାଯାଇଛି ଯେ ଆମେ ପ୍ରାଚୀନମାନଙ୍କର କଥା ମାନିବା ଉଚିତ୍‌ ଏବଂ ସେମାନଙ୍କର ଅଧୀନରେ ରହିବା ଉଚିତ୍‌ । କʼଣ ବାଇବଲର ଏହି କଥା ଠିକ୍‌ ? ଆପଣଙ୍କୁ ଏପରି କାହିଁକି ଲାଗେ ?

ଲୂକ ୧୬:୧୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଆମେ କାହିଁକି ଛୋଟ ଛୋଟ କଥାରେ ବି ପ୍ରାଚୀନମାନଙ୍କୁ ସହଯୋଗ କରିବା ଉଚିତ୍‌ ?

କିଛି ଲୋକ କହନ୍ତି: “ଅନ୍ୟମାନଙ୍କ ସହ ମିଶି ଉପାସନା କରିବା କʼଣ ଜରୁରୀ, ଆମେ ଏକୁଟିଆ ବି ତ କରିପାରିବା ।”

  • ଏକୁଟିଆ ଉପାସନା ନ କରି ଅନ୍ୟମାନଙ୍କ ସହ ମିଶି ମଣ୍ଡଳୀରେ ଉପାସନା କଲେ କʼଣ ଲାଭ ହେବ ?

ଆମେ କʼଣ ଶିଖିଲୁ ?

ଯୀଶୁ ମଣ୍ଡଳୀର ମୁଖିଆ ଅଟନ୍ତି । ପ୍ରାଚୀନମାନେ ତାଙ୍କ ଅଧୀନରେ ରହି କାମ କରନ୍ତି । ସେମାନେ ଆମ ସହିତ ପ୍ରେମର ସହ ବ୍ୟବହାର କରନ୍ତି ଏବଂ ନିଜ ଉଦାହରଣରୁ ଆମକୁ ଶିଖାନ୍ତି । ତେଣୁ ଆମେ ଖୁସିର ସହ ସେମାନଙ୍କୁ ସହଯୋଗ କରୁ ।

ଆପଣ କʼଣ କହିବେ ?

  • ମଣ୍ଡଳୀର ମୁଖିଆ କିଏ ?

  • ପ୍ରାଚୀନମାନେ ମଣ୍ଡଳୀ ପାଇଁ କʼଣ କʼଣ କରନ୍ତି ?

  • ଯିହୋବାଙ୍କ ପ୍ରତ୍ୟେକ ସେବକଙ୍କର କʼଣ ଦାୟିତ୍ୱ ରହିଛି ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ପ୍ରଶାସନ ଦଳ ଓ ପ୍ରାଚୀନମାନେ ସବୁ ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କର ବହୁତ ଚିନ୍ତା କରନ୍ତି । ଏବିଷୟରେ ଗୋଟିଏ ଭିଡିଓ ଦେଖନ୍ତୁ ।

କଟକଣା ସମୟରେ ଭାଇମାନଙ୍କୁ ମଜବୁତ୍‌ କଲେ (୪:୨୨)

ଦେଖନ୍ତୁ ଯେ ସର୍କିଟ ଅଧ୍ୟକ୍ଷମାନେ କʼଣ କʼଣ କରନ୍ତି ।

ଗାଁରେ ଜଣେ ସର୍କିଟ ଅଧ୍ୟକ୍ଷଙ୍କ ଜୀବନ (୪:୫୧)

ଜାଣନ୍ତୁ ଯେ ଖ୍ରୀଷ୍ଟିୟାନ ଭଉଣୀମାନେ କେଉଁ କେଉଁ କାମ କରନ୍ତି ।

“କʼଣ ଯିହୋବାଙ୍କ ସାକ୍ଷୀମାନଙ୍କ ମଧ୍ୟରେ ମହିଳାମାନେ ବି ଶିଖାନ୍ତି ?” (ପ୍ରହରୀଦୁର୍ଗ ଲେଖା-ହି)

ଆସନ୍ତୁ ଦେଖିବା ଯେ ପ୍ରାଚୀନମାନେ ଭାଇଭଉଣୀଙ୍କ ଉତ୍ସାହ ବଢ଼ାଇବା ପାଇଁ କେତେ ପରିଶ୍ରମ କରନ୍ତି ।

“ଖ୍ରୀଷ୍ଟିୟାନ ପ୍ରାଚୀନ—‘ଆମ ଖୁସି ପାଇଁ ଆମର ସହକର୍ମୀ’” (ପ୍ରହରୀଦୁର୍ଗ-ହି, ୧୫ ଜାନୁୟାରୀ, ୨୦୧୩)