इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୨୭

ଯୀଶୁଙ୍କ ମୃତ୍ୟୁରୁ ଆମକୁ କିପରି ଲାଭ ମିଳେ ?

ଯୀଶୁଙ୍କ ମୃତ୍ୟୁରୁ ଆମକୁ କିପରି ଲାଭ ମିଳେ ?

ପୂର୍ବ ପାଠରେ ଆମେ ଦେଖିଲୁ ଯେ ଆଦମ ଓ ହବା ଯିହୋବାଙ୍କ ଆଜ୍ଞା ମାନିଲେନି, ତେଣୁ ଆଜି ଆମେ ପାପ କରୁ, ଦୁଃଖ ସହୁ ଓ ଶେଷରେ ମରିଯାଉ । a ତାʼ ଅର୍ଥ କʼଣ ଆମ ପାଖରେ କୌଣସି ଆଶା ନାହିଁ ? ଏପରି ନୁହେଁ । ଯିହୋବା ଆମକୁ ପାପ ଓ ମୃତ୍ୟୁରୁ ରକ୍ଷା କରିବା ପାଇଁ ଗୋଟିଏ ବ୍ୟବସ୍ଥା କଲେ । ସେ ନିଜ ପୁତ୍ର ଯୀଶୁଙ୍କୁ ଏହି ପୃଥିବୀରେ ପଠାଇଲେ । ବାଇବଲରେ ଲେଖାଅଛି ଯେ ଯୀଶୁ ମୁକ୍ତିର ମୂଲ୍ୟସ୍ୱରୂପ ନିଜ ଜୀବନ ଦେଲେ । (ମାଥିଉ ୨୦:୨୮ ପଢ଼ନ୍ତୁ ।) ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ଛଡ଼ାଇବା ପାଇଁ ଯେଉଁ ଦାମ୍‌ ଦିଏ, ତାକୁ ମୁକ୍ତିର ମୂଲ୍ୟ କୁହାଯାଏ । ଠିକ୍‌ ସେହିପରି, ମୁକ୍ତିର ମୂଲ୍ୟ ଦେବା ପାଇଁ ଯୀଶୁ ନିଜ ପରିପୂର୍ଣ୍ଣ ଜୀବନ ବଳିଦାନ କଲେ । ଯୀଶୁ ଚାହିଁଥିଲେ ଏହି ପୃଥିବୀରେ ସବୁଦିନ ଯାଏଁ ବଞ୍ଚିପାରିଥାʼନ୍ତେ । କାରଣ ସେ ପରିପୂର୍ଣ୍ଣ ଥିଲେ । କିନ୍ତୁ ସେ ଖୁସି ଖୁସି ନିଜ ଜୀବନ ବଳିଦାନ କଲେ, ଯାହାଫଳରେ ଆମକୁ ସେସବୁ ମିଳିବ, ଯାହା ଆଦମ ଓ ହବା ହରାଇଥିଲେ । ନିଜ ଜୀବନ ଦେଇ ଯୀଶୁ ଦେଖାଇଲେ ଯେ ସେ ଓ ଯିହୋବା ଆମକୁ କେତେ ପ୍ରେମ କରନ୍ତି । ଏହି ପାଠରେ ଆମେ ଯାହା ଶିଖିବା ତାʼଯୋଗୁଁ ଯୀଶୁଙ୍କ ବଳିଦାନ ପାଇଁ ଆମ କୃତଜ୍ଞତା ଆହୁରି ବଢ଼ିବ ।

୧. ଯୀଶୁଙ୍କ ବଳିଦାନରୁ ଆଜି ଆମକୁ କʼଣ ଲାଭ ହୁଏ ?

ଆମେ ଅପରିପୂର୍ଣ୍ଣ ସେଥିପାଇଁ ଅନେକ ଥର ଭୁଲ କରିଥାଉ, ଆଉ ଯିହୋବାଙ୍କୁ ଦୁଃଖ ପହଞ୍ଚାଇଥାଉ । କିନ୍ତୁ କʼଣ ଆମେ ଯିହୋବାଙ୍କ ସହ ନିଜ ସମ୍ପର୍କ ପୁଣିଥରେ ଭଲ କରିପାରିବା ? ହଁ, କରିପାରିବା । ବାଇବଲରେ ଲେଖାଅଛି, “ଆମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ ।” (୧ ପିତର ୩:୧୮) ଯଦି ଆମେ ଯିହୋବାଙ୍କ ସହିତ ନିଜ ସମ୍ପର୍କକୁ ଠିକ୍‌ କରିବାକୁ ଚାହୁଁ, ତାହେଲେ ଆମେ ନିଜ ଭୁଲ ପାଇଁ ପଶ୍ଚାତାପ କରିବା, ଯୀଶୁଙ୍କ ନାମରେ ଯିହୋବାଙ୍କୁ କ୍ଷମା ମାଗିବା ଏବଂ ଦୃଢ଼ ନିଷ୍ପତ୍ତି ନେବା ଯେ ଆମେ ସେହି ଭୁଲକୁ ଆଉ କରିବା ନାହିଁ ।—୧ ଯୋହନ ୨:୧.

୨. ଯୀଶୁଙ୍କ ବଳିଦାନରୁ ଆମକୁ ଭବିଷ୍ୟତରେ କʼଣ ଲାଭ ମିଳିବ ?

ଯିହୋବା ଯୀଶୁଙ୍କୁ ନିଜ ପରିପୂର୍ଣ୍ଣ ଜୀବନ ଦେବା ପାଇଁ ପୃଥିବୀକୁ ପଠାଇଲେ, ଯାହାଫଳରେ “ଯେକେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।” (ଯୋହନ ୩:୧୬) ଆଦମ ଆଜ୍ଞା ନ ମାନିବା ଯୋଗୁଁ ଆଜି ଯେଉଁ ସବୁ ଖରାପ କାମଗୁଡ଼ିକ ହେଉଛି, ସେସବୁକୁ ଯିହୋବା ଯୀଶୁଙ୍କ ବଳିଦାନ ଜରିଆରେ ଠିକ୍‌ କରିଦେବେ । ଯଦି ଆମେ ଯୀଶୁଙ୍କ ବଳିଦାନ ଉପରେ ବିଶ୍ୱାସ କରିବା, ତାହେଲେ ଆମେ ଏହି ପୃଥିବୀରେ ସବୁଦିନ ଯାଏଁ ବଞ୍ଚିପାରିବା ।—ଯିଶାଇୟ ୬୫:୨୧-୨୩.

ଭାବନ୍ତୁ ଓ ଶିଖନ୍ତୁ

ଆସନ୍ତୁ ଆହୁରି ଭଲ ଭାବେ ବୁଝିବାକୁ ଚେଷ୍ଟା କରିବା ଯେ ଯୀଶୁ କାହିଁକି ନିଜ ଜୀବନ ଦେଲେ ଏବଂ ସେଥିରୁ ଆମକୁ କʼଣ ଲାଭ ହେବ ।

୩. ଯୀଶୁ ନିଜର ଜୀବନ ଦେଇ ଆମକୁ ପାପ ଓ ମୃତ୍ୟୁରୁ ଛଡ଼ାଇଲେ

ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଯିହୋବାଙ୍କ ଆଜ୍ଞା ଭାଙ୍ଗି ଆଦମ କେଉଁ ସୁଯୋଗକୁ ହରାଇଲା ?

ରୋମୀୟ ୫:୧୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଆଦମର ପାପ ଯୋଗୁଁ ଆମ ଉପରେ କʼଣ ପ୍ରଭାବ ପଡ଼ିଲା ?

ଯୋହନ ୩:୧୬ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯିହୋବା ନିଜ ପୁତ୍ରକୁ ଏହି ପୃଥିବୀରେ କାହିଁକି ପଠାଇଲେ ?

  1. ୧. ଆଦମ ଏକ ପରିପୂର୍ଣ୍ଣ ବ୍ୟକ୍ତି ଥିଲା, ସେ ଯିହୋବାଙ୍କ ଆଜ୍ଞା ମାନିଲା ନାହିଁ ଯାହା ଯୋଗୁଁ ସବୁ ମଣିଷ ପାପୀ ହୋଇଗଲେ ଓ ସମସ୍ତଙ୍କର ମୃତ୍ୟୁ ହୁଏ

  2. ୨. ଯୀଶୁ ଜଣେ ପରିପୂର୍ଣ୍ଣ ବ୍ୟକ୍ତି ଥିଲେ, ସେ ଯିହୋବାଙ୍କ ଆଜ୍ଞା ମାନିଲେ ଯାହାଫଳରେ ଆମେ ଭବିଷ୍ୟତରେ ପରିପୂର୍ଣ୍ଣ ହୋଇପାରିବା ଏବଂ ସବୁଦିନ ପାଇଁ ଖୁସିରେ ରହିପାରିବା

୪. ଯୀଶୁଙ୍କ ବଳିଦାନରୁ ସବୁ ଲୋକମାନଙ୍କୁ ଲାଭ ମିଳିପାରିବ

ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଜଣେ ବ୍ୟକ୍ତିର ମୃତ୍ୟୁରୁ ସବୁ ଲୋକଙ୍କୁ କିପରି ଲାଭ ହୋଇପାରିବ ?

୧ ତୀମଥି ୨:୫, ୬ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଆଦମ ଜଣେ ପରିପୂର୍ଣ୍ଣ ବ୍ୟକ୍ତି ଥିଲା, ସେ ଯିହୋବାଙ୍କ ଆଜ୍ଞା ମାନିଲା ନାହିଁ ଯାହା ଯୋଗୁଁ ସବୁ ମଣିଷ ପାପୀ ହୋଇଗଲେ ଓ ସମସ୍ତଙ୍କର ମୃତ୍ୟୁ ହୁଏ । ତାହେଲେ ଯୀଶୁ କିପରି ନିଜର ଜୀବନ ଦେଇ ସବୁ ଲୋକଙ୍କୁ ପାପ ଓ ମୃତ୍ୟୁରୁ ଛଡ଼ାଇଲେ ?

୫. ମୁକ୍ତିର ମୂଲ୍ୟ ଦେଖାଏ ଯେ ଯିହୋବା ଆପଣଙ୍କୁ କେତେ ପ୍ରେମ କରନ୍ତି

ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି, ସେମାନେ ଭାବନ୍ତି, ‘ମୁକ୍ତିର ମୂଲ୍ୟ ମୋ ପାଇଁ ଦିଆଯାଇଛି ।’ ପ୍ରେରିତ ପାଉଲଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଗାଲାତୀୟ ୨:୨୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ପାଉଲଙ୍କ କଥାରୁ କିପରି ଜଣାପଡ଼େ ଯେ ସେ ଏହା ମାନନ୍ତି ଯେ ଯିହୋବା ତାଙ୍କ ପାଇଁ ମୁକ୍ତିର ମୂଲ୍ୟ ଦେଇଥିଲେ ?

ଆଦମ ପାପ କଲା, ତେଣୁ ସେ ମରିଗଲା । ଆମେ ତାʼର ସନ୍ତାନ, ତେଣୁ ଆମେ ବି ମରିଯାଉ । କିନ୍ତୁ ଯିହୋବା ନିଜ ପୁତ୍ରକୁ ମରିବା ପାଇଁ ଦେଲେ, ଯାହାଫଳରେ ଆମେ ସବୁଦିନ ଯାଏଁ ବଞ୍ଚିପାରିବା ।

ଆଗକୁ ଦିଆଯାଇଥିବା ପଦଗୁଡ଼ିକୁ ପଢ଼ିଲା ବେଳେ କଳ୍ପନା କରନ୍ତୁ ଯେ ନିଜ ପୁତ୍ରକୁ କଷ୍ଟରେ ଦେଖି ଯିହୋବାଙ୍କୁ କିପରି ଲାଗିଥିବ । ଯୋହନ ୧୯:୧-୭, ୧୬-୧୮ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯିହୋବା ଓ ଯୀଶୁ ଆପଣଙ୍କ ପାଇଁ ଯାହା କଲେ, ସେବିଷୟରେ ଆପଣ କିପରି ଅନୁଭବ କରନ୍ତି ?

ହୁଏତ କେହି ପଚାରିପାରନ୍ତି: “ଜଣେ ବ୍ୟକ୍ତିର ମୃତ୍ୟୁରୁ ସବୁ ଲୋକମାନଙ୍କର ଜୀବନ କିପରି ବଞ୍ଚିପାରେ ?”

  • ଆପଣ କʼଣ ଉତ୍ତର ଦେବେ ?

ଆମେ କʼଣ ଶିଖିଲୁ ?

ଯୀଶୁଙ୍କ ବଳିଦାନ ଯୋଗୁଁ ହିଁ ଯିହୋବା ଆମ ପାପଗୁଡ଼ିକୁ କ୍ଷମା କରନ୍ତି ଏବଂ ଏହି ବଳିଦାନ ଯୋଗୁଁ ଆମକୁ ସବୁଦିନ ଖୁସିରେ ରହିବାର ଏକ ସୁଯୋଗ ମଧ୍ୟ ମିଳିଛି ।

ଆପଣ କʼଣ କହିବେ ?

  • ଯୀଶୁ ନିଜ ଜୀବନ କାହିଁକି ଦେଲେ ?

  • ଯୀଶୁ କିପରି ନିଜର ଜୀବନ ଦେଇ ସବୁ ଲୋକମାନଙ୍କୁ ପାପ ଓ ମୃତ୍ୟୁରୁ ଛଡ଼ାଇଲେ ?

  • ଯୀଶୁଙ୍କ ମୃତ୍ୟୁରୁ ଆପଣଙ୍କୁ କʼଣ ଲାଭ ହୋଇପାରେ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଜାଣନ୍ତୁ ଯେ ଯୀଶୁଙ୍କ ପରିପୂର୍ଣ୍ଣ ଜୀବନକୁ ମୁକ୍ତିର ମୂଲ୍ୟ ବୋଲି କାହିଁକି କୁହାଯାଇଛି ।

“ଯୀଶୁଙ୍କ ବଳିଦାନ କିପରି ‘ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟସ୍ୱରୂପ’ ଅଟେ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଜାଣନ୍ତୁ ଯେ ପାପ ଓ ମୃତ୍ୟୁରୁ ରକ୍ଷା ପାଇବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ।

“ଯୀଶୁ ଆମକୁ କିପରି ଉଦ୍ଧାର କରନ୍ତି ?” (jw.org ୱେବସାଇଟ୍‌ରେ ଥିବା ଲେଖା)

କʼଣ ଯିହୋବା ଆମର ଗମ୍ଭୀର ପାପଗୁଡ଼ିକୁ ବି କ୍ଷମା କରିପାରନ୍ତି ?

“ପବିତ୍ର ଶାସ୍ତ୍ର ସହ ଜଡ଼ିତ ପ୍ରଶ୍ନଗୁଡ଼ିକର ଉତ୍ତର” (ପ୍ରହରୀଦୁର୍ଗ ଲେଖା-ହି)

ଜଣେ ବ୍ୟକ୍ତିକୁ ନିଜର ସ୍ୱଭାବକୁ ବଦଳାଇବା କଷ୍ଟ ଲାଗୁଥିଲା । କିନ୍ତୁ ଜାଣନ୍ତୁ ଯେ ଯୀଶୁଙ୍କ ବଳିଦାନ ବିଷୟରେ ଜାଣିବା ପରେ ସେ କିପରି ନିଜ ସ୍ୱଭାବକୁ ବଦଳାଇପାରିଲେ ।

“ମୁଁ ମାରପିଟ୍‌ କରିବା ଛାଡ଼ିଦେଲି” (jw.org ୱେବସାଇଟ୍‌ରେ ଥିବା ଲେଖା)

a ପାପର ଅର୍ଥ କେବଳ କୌଣସି ଖରାପ କାମ କିମ୍ବା ଅପରାଧ କରିବା ନୁହେଁ, ବରଂ ଆମ ଭିତରେ ଖରାପ କାମ କରିବା ପାଇଁ ଯେଉଁ ଇଚ୍ଛା ଆସେ, ତାକୁ ମଧ୍ୟ ପାପ କୁହାଯାଏ । ଏପରି ଇଚ୍ଛା ଆମ ଭିତରେ ଜନ୍ମରୁ ଥାଏ, ଯାହା ଆମକୁ ଆଦମ ଓ ହବାଠାରୁ ମିଳିଛି ।