इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୩୨

ଈଶ୍ୱରଙ୍କ ରାଜ୍ୟ ଶାସନ କରୁଛି !

ଈଶ୍ୱରଙ୍କ ରାଜ୍ୟ ଶାସନ କରୁଛି !

ଈଶ୍ୱରଙ୍କ ରାଜ୍ୟ ୧୯୧୪ ମସିହାରୁ ସ୍ୱର୍ଗରେ ଶାସନ କରୁଛି । ସେସମୟରୁ ମଣିଷମାନଙ୍କ ଶାସନର ଶେଷ ସମୟ ଆରମ୍ଭ ହୋଇଯାଇଛି । ଆମେ ଏହା କିପରି ଜାଣୁ ? ଉତ୍ତର ଜାଣିବା ପାଇଁ ଆସନ୍ତୁ ଧ୍ୟାନ ଦେବା ଯେ ବାଇବଲରେ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକରେ କʼଣ କୁହାଯାଇଛି ଏବଂ ୧୯୧୪ ମସିହାରୁ ଦୁନିଆର ପରିସ୍ଥିତି ଏବଂ ଲୋକମାନଙ୍କର ଚାଲିଚଳନ ଓ ବ୍ୟବହାରରୁ କʼଣ ଜଣାପଡ଼େ ।

୧. ବାଇବଲରେ କʼଣ ଭବିଷ୍ୟତବାଣୀ କରାଯାଇଥିଲା ?

ବାଇବଲର ଦାନିୟେଲ ନାମକ ବହିରେ ଭବିଷ୍ୟତବାଣୀ କରାଯାଇଥିଲା ଯେ ‘ସାତ କାଳର’ ସମୟ ବିତିବ ଓ ତାʼର ଶେଷ ହେବା ପରେ ଈଶ୍ୱରଙ୍କ ରାଜ୍ୟ ଶାସନ କରିବା ଆରମ୍ଭ କରିବ । (ଦାନିୟେଲ ୪:୧୬, ୧୭) ଅନେକ ବର୍ଷ ପରେ ଯୀଶୁ ଏହି ସମୟକୁ “ବିଜାତିମାନଙ୍କର କାଳ” ବୋଲି କହିଲେ । (ଲୂକ ୨୧:୨୪) ଯୀଶୁ ଶିଖାଇଥିଲେ ଯେ ପୃଥିବୀରେ ଥିବା ବେଳେ ମଧ୍ୟ ସେହି ସମୟ ଚାଲୁଥିଲା । ଯେପରି ଆମେ ଏବେ ଦେଖିବା ସାତ କାଳର ଏହି ସମୟ ୧୯୧୪ରେ ଶେଷ ହେଲା ।

୨. ୧୯୧୪ ମସିହାରୁ ଦୁନିଆର ପରିସ୍ଥିତି ଏବଂ ଲୋକମାନଙ୍କର ଚାଲିଚଳନ ଓ ବ୍ୟବହାର କିପରି ହୋଇଯାଇଛି ?

ଯୀଶୁଙ୍କ ଶିଷ୍ୟମାନେ ତାଙ୍କୁ ପଚାରିଥିଲେ ଯେ “ଆପଣଙ୍କ ଆଗମନ ଓ ଯୁଗାନ୍ତର ଲକ୍ଷଣ କଅଣ ?” (ମାଥିଉ ୨୪:୩) ସେତେବେଳେ ଯୀଶୁ ଭବିଷ୍ୟତବାଣୀ କରିଥିଲେ ଯେ ସେ ଈଶ୍ୱରଙ୍କ ରାଜ୍ୟର ରାଜା ହେବା ପରେ ପୃଥିବୀରେ କʼଣ କʼଣ ଘଟଣା ଘଟିବ । ଯେପରି ଯୁଦ୍ଧ, ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ । (ମାଥିଉ ୨୪:୭ ପଢ଼ନ୍ତୁ ।) ବାଇବଲରେ ଏହା ମଧ୍ୟ ଭବିଷ୍ୟତବାଣୀ କରାଯାଇଥିଲା ଯେ “ଶେଷକାଳରେ” ଲୋକମାନଙ୍କ ଚାଲିଚଳନ ଓ ବ୍ୟବହାର ବହୁତ ଖରାପ ହୋଇଯିବ, ଯାହାଫଳରେ ସମସ୍ତଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିବ । (୨ ତୀମଥି ୩:୧-୫) ବିଶେଷ କରି ୧୯୧୪ରୁ ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ ଦୁନିଆର ପରିସ୍ଥିତି ଓ ଲୋକମାନଙ୍କ ଚାଲିଚଳନ ଓ ବ୍ୟବହାର ଠିକ୍‌ ସେପରି ହୋଇଯାଇଛି ।

୩. ସ୍ୱର୍ଗରେ ଈଶ୍ୱରଙ୍କ ରାଜ୍ୟ ଶାସନ କରିବା ପରଠୁ ପୃଥିବୀର ପରିସ୍ଥିତି ଏତେ ଖରାପ କାହିଁକି ହୋଇଯାଇଛି ?

ରାଜା ହେବାର କିଛି ସମୟ ପରେ ଯୀଶୁ ସ୍ୱର୍ଗରେ ଶୟତାନ ଓ ତାʼ ଦୁଷ୍ଟ ଦୂତମାନଙ୍କ ସହିତ ଯୁଦ୍ଧ କଲେ । ଏହି ଯୁଦ୍ଧରେ ଶୟତାନ ହାରିଗଲା । ବାଇବଲରେ ଲେଖାଅଛି ଯେ ‘ଶୟତାନ ଆପଣା ଦୂତମାନଙ୍କ ସହିତ ପୃଥିବୀରେ ନିକ୍ଷିପ୍ତ ହେଲା,’ ଅର୍ଥାତ୍‌ ସେମାନଙ୍କୁ ପୃଥିବୀରେ ଫିଙ୍ଗି ଦିଆଗଲା । (ପ୍ରକାଶିତ ବାକ୍ୟ ୧୨:୯, ୧୦, ୧୨) ଶୟତାନ ବହୁତ ରାଗରେ ଅଛି, କାରଣ ସେ ଜାଣିଛି ଯେ ଖୁବ୍‌ ଶୀଘ୍ର ତାକୁ ବିନାଶ କରି ଦିଆଯିବ । ଏହି ରାଗ ଯୋଗୁଁ ସେ ଲୋକମାନଙ୍କ ଉପରେ ଅନେକ ସମସ୍ୟା ଆଣୁଛି ଓ ଦୁଃଖକଷ୍ଟ ଦେଉଛି । ତାʼଯୋଗୁଁ ଆଜି ଦୁନିଆର ପରିସ୍ଥିତି ବହୁତ ଖରାପ । ତେଣୁ ଖୁବ୍‌ ଶୀଘ୍ର ଈଶ୍ୱର ନିଜ ରାଜ୍ୟ ଜରିଆରେ ସବୁ ସମସ୍ୟା ଓ ସବୁ ଦୁଃଖକଷ୍ଟକୁ ଦୂର କରିଦେବେ ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଆମେ କାହିଁକି କହିପାରିବା ଯେ ୧୯୧୪ରୁ ଈଶ୍ୱରଙ୍କ ରାଜ୍ୟ ସ୍ୱର୍ଗରେ ଶାସନ କରିବା ଆରମ୍ଭ କରିଦେଇଛି ଏବଂ ଏହା ଜାଣି ଆମକୁ କʼଣ କରିବା ଉଚିତ୍‌ ।

୪. ବାଇବଲର ଭବିଷ୍ୟତବାଣୀ ଅନୁସାରେ ୧୯୧୪ରେ ଈଶ୍ୱରଙ୍କ ରାଜ୍ୟ ଶାସନ କରିବା ଆରମ୍ଭ କଲା

ପ୍ରାଚୀନ ସମୟରେ ଈଶ୍ୱର ବାବିଲର ରାଜା ନବୂଖଦ୍‌ନିତ୍ସରକୁ ଗୋଟିଏ ସ୍ୱପ୍ନ ଦେଖାଇଲେ ଯେ ଭବିଷ୍ୟତରେ କʼଣ ହେବ । ଯେତେବେଳେ ଦାନିୟେଲ ସେହି ସ୍ୱପ୍ନ ଓ ତା ଅର୍ଥ କହିଲେ, ସେଥିରୁ ଜଣାପଡ଼ିଲା ଯେ ସ୍ୱପ୍ନରେ କୁହାଯାଇଥିବା କଥା ଦୁଇଥର ପୂରା ହୁଅନ୍ତା । ପ୍ରଥମେ ନବୂଖଦ୍‌ନିତ୍ସରର ଶାସନ ଉପରେ ଓ ଦ୍ୱିତୀୟ ଈଶ୍ୱରଙ୍କ ରାଜ୍ୟ ଉପରେ ।ଦାନିୟେଲ ୪:୧୭ ପଢ଼ନ୍ତୁ । a

ଦାନିୟେଲ ୪:୨୦-୨୬ ପଢ଼ନ୍ତୁ, ତାʼପରେ ଚାର୍ଟ ଦେଖି ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • (୧) ନବୂଖଦ୍‌ନିତ୍ସର ସ୍ୱପ୍ନରେ କʼଣ ଦେଖିଲା ?—ପଦ ୨୦ ଓ ୨୧ ଦେଖନ୍ତୁ ।

  • (୨) ସେ ସ୍ୱପ୍ନରେ ଯେଉଁ ଗଛ ଦେଖିଲା ତାʼର କʼଣ ହେଲା ?—ପଦ ୨୩ ଦେଖନ୍ତୁ ।

  • (୩) “ସାତ କାଳ” ବିତିବା ପରେ କʼଣ ହୁଅନ୍ତା ?—ପଦ ୨୬ ଦେଖନ୍ତୁ ।

ସ୍ୱପ୍ନରେ ଥିବା ଗଛ କିପରି ଈଶ୍ୱରଙ୍କ ରାଜ୍ୟ ସହ ଜଡ଼ିତ ?

ଭବିଷ୍ୟତବାଣୀ (ଦାନିୟେଲ ୪:୨୦-୩୬)

ଶାସନ

(୧) ଗୋଟିଏ ବଡ଼ ଗଛ

ଶାସନକୁ ରୋକି ଦିଆଗଲା

(୨) ‘ଏ ଗଛକୁ କାଟିଦିଅ’ ଏବଂ ‘ସାତ କାଳ ବିତିବା ପାଇଁ ଦିଅ’

ଶାସନ ପୁଣି ଆରମ୍ଭ ହେଲା

(୩) ‘ଆପଣଙ୍କ ରାଜ୍ୟ ଆପଣଙ୍କୁ ପୁଣି ଫେରାଇ ଦିଆଯିବ’

ପ୍ରଥମ ଥର ଏହି ଭବିଷ୍ୟତବାଣୀ କେବେ ଓ କିପରି ପୂରା ହେଲା ?

  • (୪) ଗଛ କାହାକୁ ଦର୍ଶାଉ ଥିଲା ?—ପଦ ୨୨ ଦେଖନ୍ତୁ ।

  • (୫) ତାʼ ଶାସନକୁ କାହିଁକି ରୋକି ଦିଆଗଲା ?ଦାନିୟେଲ ୪:୨୯-୩୩ ପଢ଼ନ୍ତୁ ।

  • (୬) “ସାତ କାଳ” ବିତିବା ପରେ ନବୂଖଦ୍‌ନିତ୍ସରର କʼଣ ହେଲା ?ଦାନିୟେଲ ୪:୩୪-୩୬ ପଢ଼ନ୍ତୁ ।

ପ୍ରଥମ ଥର କେବେ ଓ କିପରି ପୂରା ହେଲା ?

ଶାସନ

(୪) ବାବିଲର ରାଜା ନବୂଖଦ୍‌ନିତ୍ସର

ଶାସନକୁ ରୋକି ଦିଆଗଲା

(୫) ଖ୍ରୀଷ୍ଟ ପୂର୍ବ ୬୦୬ ପରେ ନବୂଖଦ୍‌ନିତ୍ସର ପାଗଳ ହୋଇଗଲା ଏବଂ ସେ ସାତ ବର୍ଷ ପର୍ଯ୍ୟନ୍ତ ଶାସନ କରିପାରିଲା ନାହିଁ

ଶାସନ ପୁଣି ଆରମ୍ଭ ହେଲା

(୬) ନବୂଖଦ୍‌ନିତ୍ସର ଠିକ୍‌ ହୋଇଯାଏ ଏବଂ ପୁଣି ଶାସନ କରିବା ଆରମ୍ଭ କରେ

ଦ୍ୱିତୀୟ ଥର ଏହି ଭବିଷ୍ୟତବାଣୀ କେବେ ଓ କିପରି ପୂରା ହେଲା ?

  • (୭) ଗଛ କାହାକୁ ଦର୍ଶାଉ ଥିଲା ?୧ ବଂଶାବଳୀ ୨୯:୨୩ ପଢ଼ନ୍ତୁ ।

  • (୮) ସେମାନଙ୍କ ଶାସନକୁ କିପରି ରୋକି ଦିଆଗଲା ? ଆମେ କିପରି ଜାଣୁ ଯେ ଯେତେବେଳେ ଯୀଶୁ ପୃଥିବୀରେ ଥିଲେ, ସେତେବେଳେ ମଧ୍ୟ ସେମାନେ ଶାସନ କରୁ ନ ଥିଲେ ?ଲୂକ ୨୧:୨୪ ପଢ଼ନ୍ତୁ ।

  • (୯) ଏହି ଶାସନ କେବେ ଓ କେଉଁଠାରେ ପୁଣି ଆରମ୍ଭ ହେଲା ?

ଦ୍ୱିତୀୟ ଥର ଏହି ଭବିଷ୍ୟତବାଣୀ କେବେ ଓ କିପରି ପୂରା ହେଲା ?

ଶାସନ

(୭) ଈଶ୍ୱରଙ୍କ ତରଫରୁ ଶାସନ କରୁଥିବା ଇସ୍ରାଏଲୀୟ ରାଜାମାନେ

ଶାସନକୁ ରୋକି ଦିଆଗଲା

(୮) ଯିରୂଶାଲମର ବିନାଶ ହେଲା ଏବଂ ଇସ୍ରାଏଲୀୟ ରାଜାମାନଙ୍କର ଶାସନ ୨,୫୨୦ ବର୍ଷ ପାଇଁ ରୋକି ଦିଆଗଲା

ଶାସନ ପୁଣି ଆରମ୍ଭ ହେଲା

(୯) ଯୀଶୁ ସ୍ୱର୍ଗରେ ଈଶ୍ୱରଙ୍କ ରାଜ୍ୟର ରାଜା ହେଲେ ଓ ଶାସନ କରିବା ଆରମ୍ଭ କଲେ

ସାତ କାଳର ସମୟ କେତେ ଲମ୍ବା ଅଟେ ?

ବାଇବଲର କିଛି ପଦଗୁଡ଼ିକୁ ବୁଝିବା ପାଇଁ ଅନ୍ୟ ପଦଗୁଡ଼ିକ ଆମକୁ ସାହାଯ୍ୟ କରିଥାଏ । ଯେପରି, ପ୍ରକାଶିତ ବାକ୍ୟ ବହିରେ କୁହାଯାଇଛି ଯେ ସାଢ଼େ ତିନି କାଳ ୧,୨୬୦ ଦିନ ସହ ସମାନ । (ପ୍ରକାଶିତ ବାକ୍ୟ ୧୨:୬, ୧୪) ତାହେଲେ ସାଢ଼େ ତିନି କାଳର ଦୁଇ ଗୁଣ ହେଉଛି, ସାତ କାଳ ଅର୍ଥାତ୍‌ ୨,୫୨୦ ଦିନ । ବାଇବଲର କିଛି ଭବିଷ୍ୟତବାଣୀଗୁଡ଼ିକରେ ଗୋଟିଏ ଦିନକୁ ଗୋଟିଏ ବର୍ଷ ସହ ସମାନ ବୋଲି କୁହାଯାଇଛି । (ଯିହିଜିକଲ ୪:୬) ଦାନିୟେଲର ଭବିଷ୍ୟତବାଣୀ ମଧ୍ୟ ସେ ମଧ୍ୟରୁ ଗୋଟିଏ । ତେଣୁ ସାତ କାଳର ସମୟ ୨,୫୨୦ ବର୍ଷ ଲମ୍ବା ଅଟେ ।

୫. ୧୯୧୪ ମସିହାରୁ ଦୁନିଆ ବଦଳିଗଲା

ଯୀଶୁ ଆଗରୁ ହିଁ କହିଥିଲେ ଯେ ସେ ରାଜା ହେବା ପରେ ପୃଥିବୀର ପରସ୍ଥିତି କିପରି ହେବ । ଲୂକ ୨୧:୯-୧୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଏଠାରେ ଯେଉଁ ଘଟଣାଗୁଡ଼ିକ ବିଷୟରେ ଦିଆଯାଇଛି, କʼଣ ଆପଣ ସେମଧ୍ୟରୁ କିଛି ଘଟଣା ହେବାର ଦେଖିଛନ୍ତି କିମ୍ବା ଶୁଣିଛନ୍ତି ?

ପ୍ରେରିତ ପାଉଲ କହିଥିଲେ ଯେ ମଣିଷ ଶାସନର ଶେଷ କାଳରେ ଲୋକମାନେ କିପରି ଥିବେ । ୨ ତୀମଥି ୩:୧-୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଏଠାରେ ଆମେ ଯେପରି ପଢ଼ିଲୁ, କʼଣ ଆପଣ ସେପରି ଲୋକମାନଙ୍କୁ ଦେଖିଛନ୍ତି ?

୬. ଈଶ୍ୱରଙ୍କ ରାଜ୍ୟ ସ୍ୱର୍ଗରେ ଶାସନ କରିବା ଆରମ୍ଭ କରିସାରିଛି, ଏହା ଜାଣି ଆମକୁ କʼଣ କରିବା ଉଚିତ୍‌ ?

ମାଥିଉ ୨୪:୩, ୧୪ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଆଜି କେଉଁ ଜରୁରୀ କାମ ହେଉଛି ଯେଉଁଥିରୁ ଜଣାପଡ଼େ ଯେ ଈଶ୍ୱରଙ୍କ ରାଜ୍ୟ ଶାସନ କରୁଛି ?

  • ଆପଣ ଏହି କାମରେ କିପରି ଭାଗ ନେଇପାରିବେ ?

ଈଶ୍ୱରଙ୍କ ରାଜ୍ୟ ସ୍ୱର୍ଗରେ ଶାସନ କରୁଛି ଏବଂ ଖୁବ୍‌ ଶୀଘ୍ର ପୃଥିବୀ ଉପରେ ମଧ୍ୟ ଶାସନ କରିବ । ଏବ୍ରୀ ୧୦:୨୪, ୨୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ‘ପ୍ରଭୁଙ୍କ ଦିନ ନିକଟବର୍ତ୍ତୀ ହୋଇ ଆସୁଅଛି ବୋଲି ଦେଖି’ ଆମ ସମସ୍ତଙ୍କୁ କʼଣ କରିବା ଉଚିତ୍‌ ?

ଯଦି ଆପଣଙ୍କୁ ଏପରି କିଛି ଜଣାପଡ଼େ, ଯେଉଁଥିରୁ ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବେ ଏବଂ ସେମାନଙ୍କ ଜୀବନ ରକ୍ଷା କରିପାରିବେ, ତାହେଲେ ଆପଣ କʼଣ କରିବେ ?

ହୁଏତ କେହି ପଚାରିପାରନ୍ତି: “ଯିହୋବାଙ୍କ ସାକ୍ଷୀମାନେ ୧୯୧୪କୁ ଏତେ ମହତ୍ତ୍ୱ କାହିଁକି ଦିଅନ୍ତି ?”

  • ଆପଣ କʼଣ ଉତ୍ତର ଦେବେ ?

ଆମେ କʼଣ ଶିଖିଲୁ ?

ବାଇବଲର ଭବିଷ୍ୟତବାଣୀ ଓ ଦୁନିଆର ପରିସ୍ଥିତି ଦେଖି ଜଣାପଡ଼େ ଯେ ଈଶ୍ୱରଙ୍କ ରାଜ୍ୟ ସ୍ୱର୍ଗରେ ଶାସନ କରିବା ଆରମ୍ଭ କରିଦେଇଛି । ଆମେ ମଧ୍ୟ ଏକଥା ଉପରେ ବିଶ୍ୱାସ କରୁ । ତେଣୁ ଆମେ ଏହି ରାଜ୍ୟ ବିଷୟରେ ପ୍ରଚାର କରୁ ଓ ମଣ୍ଡଳୀର ସଭାଗୁଡ଼ିକରେ ଯାଉ ।

ଆପଣ କʼଣ କହିବେ ?

  • ଦାନିୟେଲର ଭବିଷ୍ୟତବାଣୀରେ ସାତ କାଳ ବିତିବା ପରେ କʼଣ ହେଲା ?

  • ଆପଣଙ୍କୁ କେଉଁ କଥାରୁ ବିଶ୍ୱାସ ହେଲା ଯେ ଈଶ୍ୱରଙ୍କ ରାଜ୍ୟ ୧୯୧୪ରୁ ଶାସନ କରିବା ଆରମ୍ଭ କରିଦେଇଛି ?

  • ଯଦି ଆପଣ ବିଶ୍ୱାସ କରନ୍ତି ଯେ ଈଶ୍ୱରଙ୍କ ରାଜ୍ୟ ଶାସନ କରୁଛି, ତାହେଲେ ଆପଣ କʼଣ କରିବେ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଆସନ୍ତୁ ଜାଣିବା ଯେ ୧୯୧୪ ମସିହାରୁ ଦୁନିଆର ପରସ୍ଥିତି କିପରି ବଦଳିଯାଇଛି ଏବଂ ଏବିଷୟରେ ଇତିହାସକାର ଓ ଅନ୍ୟ ଲୋକମାନେ କʼଣ କହନ୍ତି ।

“ନୈତିକ ମୂଲ୍ୟର ହଠାତ୍‌ ପତନ କେବେଠାରୁ ଆରମ୍ଭ ହେଲା ?” (ସଜାଗ ହୁଅ !-ହି, ଜୁଲାଇ-ସେପ୍ଟେମ୍ବର, ୨୦୦୭)

ମାଥିଉ ୨୪:୧୪ ପଦରେ ଥିବା ଭବିଷ୍ୟତବାଣୀ, ଜଣେ ବ୍ୟକ୍ତି ଉପରେ କʼଣ ପ୍ରଭାବ ପକାଇଲା ? ଆସନ୍ତୁ ତାଙ୍କ କାହାଣୀ ପଢ଼ିକି ଦେଖିବା ।

“ମୋ ପାଇଁ ବେସ୍‌ବଲ ସବୁକିଛି ଥିଲା !” (ପ୍ରହରୀଦୁର୍ଗ-ହି ସଂ. ୩ ୨୦୧୭)

a ଏହି ପାଠର “ଅଧିକ ଜାଣନ୍ତୁ” ଭାଗର  ଶେଷ ଦୁଇଟି ଲେଖା ପଢ଼ନ୍ତୁ ।