इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୩୫

ଆମେ ଭଲ ନିଷ୍ପତ୍ତି କିପରି ନେଇପାରିବା ?

ଆମେ ଭଲ ନିଷ୍ପତ୍ତି କିପରି ନେଇପାରିବା ?

ଆମ ସମସ୍ତଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିଥାଏ । ଏମଧ୍ୟରୁ ଅନେକ ନିଷ୍ପତ୍ତି ଆମ ଉପରେ କିମ୍ବା ଯିହୋବାଙ୍କ ସହ ଆମ ସମ୍ପର୍କ ଉପରେ ଗଭୀର ପ୍ରଭାବ ପକାଇଥାଏ । ଯେପରି, ବିବାହ କିମ୍ବା ପରିବାର ବିଷୟରେ ନିଷ୍ପତ୍ତି ନେବାକୁ ପଡ଼ିଥାଏ, କେଉଁଠି ରହିବା, କିପରି ଚଳିବା, ତାʼପାଇଁ ନିଷ୍ପତ୍ତି ନେବାକୁ ପଡ଼ିଥାଏ । ଯେତେବେଳେ ଆମେ ବୁଝିବିଚାରି ନିଷ୍ପତ୍ତି ନେଉ, ସେତେବେଳେ ଆମ ଜୀବନ ଖୁସିଭରା ହୋଇଥାଏ ଏବଂ ଆମେ ଯିହୋବାଙ୍କ ହୃଦୟକୁ ବି ଖୁସି କରିଥାଉ ।

୧. ଭଲ ନିଷ୍ପତ୍ତି ନେବା ପାଇଁ ବାଇବଲ ଆମକୁ କିପରି ସାହାଯ୍ୟ କରିପାରେ ?

କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆମେ ଯିହୋବାଙ୍କୁ ପ୍ରାର୍ଥନାରେ ସାହାଯ୍ୟ ମାଗିବା ଉଚିତ୍‌ । ତାʼପରେ ଆମେ ବାଇବଲରେ ଖୋଜିବା ଉଚିତ୍‌ ଯେ ଯିହୋବା ସେବିଷୟରେ କʼଣ ଭାବନ୍ତି । (ହିତୋପଦେଶ ୨:୩-୬ ପଢ଼ନ୍ତୁ ।) କିଛି ମାମଲାଗୁଡ଼ିକ ବିଷୟରେ ଯିହୋବା ବାଇବଲରେ ସିଧାସଳଖ ଆଜ୍ଞା ଦେଇଛନ୍ତି ଯେ ଆମକୁ କʼଣ କରିବା ଉଚିତ୍‌ । ଏପରି ସମୟରେ ଯିହୋବାଙ୍କ ଆଜ୍ଞା ମାନିବା ହିଁ ସବୁଠୁ ଭଲ ନିଷ୍ପତ୍ତି ହେବ ।

କିନ୍ତୁ କିଛି ମାମଲା ବିଷୟରେ ବାଇବଲରେ ସିଧାସଳଖ ଆଜ୍ଞା ଦିଆଯାଇ ନାହିଁ । ଏପରି ସମୟରେ ଆମେ କʼଣ କରିବା ? ଯିହୋବା ସେସମୟରେ ମଧ୍ୟ ଆମକୁ ସାହାଯ୍ୟ କରିବେ ଏବଂ ‘ଯେଉଁ ମାର୍ଗରେ ଆମକୁ ଯିବା ଉଚିତ୍‌,’ ସେହି ମାର୍ଗ ଦେଖାଇବେ । (ଯିଶାଇୟ ୪୮:୧୭, NWT) ଆମକୁ ସାହାଯ୍ୟ କରିବା ପାଇଁ ଯିହୋବା ବାଇବଲରେ କିଛି ସିଦ୍ଧାନ୍ତ ଦେଇଛନ୍ତି । ଏହି ସିଦ୍ଧାନ୍ତଗୁଡ଼ିକ ଏପରି ସତ୍ୟ ଅଟେ ଯେଉଁଥିରୁ ଆମେ ଜାଣିପାରୁ ଯେ କୌଣସି ମାମଲା ବିଷୟରେ ଯିହୋବା କʼଣ ଭାବନ୍ତି ଓ କିପରି ଅନୁଭବ କରନ୍ତି । ତାହା ଆମେ ବାଇବଲର କୌଣସି ଘଟଣା ପଢ଼ିଲେ ଜାଣିପାରିଥାଉ । ଯେତେବେଳେ ଆମେ ଜାଣୁ ଯେ ଯିହୋବା କୌଣସି ମାମଲା ବିଷୟରେ କʼଣ ଭାବନ୍ତି ଓ କିପରି ଅନୁଭବ କରନ୍ତି, ସେତେବେଳେ ଆମେ ଏପରି ନିଷ୍ପତ୍ତି ନେଇପାରିଥାଉ ଯେଉଁଥିରୁ ଯିହୋବା ଖୁସି ହୁଅନ୍ତି ।

୨. ନିଷ୍ପତ୍ତି ନେବା ପୂର୍ବରୁ ଆମକୁ କେଉଁ କଥାଗୁଡ଼ିକ ପ୍ରତି ଧ୍ୟାନ ଦେବା ଉଚିତ୍‌ ?

କିଛି ମାମଲାଗୁଡ଼ିକରେ ଅଲଗା ଅଲଗା ନିଷ୍ପତ୍ତି ନିଆଯାଇପାରେ । ଏପରି ସମୟରେ ଆମେ କʼଣ କରିବା ଉଚିତ୍‌ ? ବାଇବଲରେ ଲେଖାଅଛି, “ଚତୁର ଲୋକ ଆପଣାର ସବୁ ଗତି ଭଲ କରି ବୁଝେ ।” ଅର୍ଥାତ୍‌ ସେ କିଛି ବି କରିବା ପୂର୍ବରୁ ଭଲ ଭାବରେ ସେବିଷୟରେ ଚିନ୍ତା କରେ । (ହିତୋପଦେଶ ୧୪:୧୫) ଆମେ ମଧ୍ୟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସେବିଷୟରେ ଭଲ ଭାବେ ଚିନ୍ତା କରିବା ଉଚିତ୍‌ । ଆମେ ନିଜକୁ ପଚାରିବା ଉଚିତ୍‌, ‘ବାଇବଲର କେଉଁ ସିଦ୍ଧାନ୍ତ ମୋତେ ସାହାଯ୍ୟ କରିପାରିବ ? କʼଣ ଏହି ନିଷ୍ପତ୍ତି ନେବା ଠିକ୍‌ ହେବ ? ଏହି ନିଷ୍ପତ୍ତି ନେଲେ ଅନ୍ୟମାନଙ୍କ ଉପରେ ଏହାର କʼଣ ପ୍ରଭାବ ପଡ଼ିବ ? ସବୁଠୁ ଜରୁରୀ କଥା, କʼଣ ଯିହୋବା ଏହି ନିଷ୍ପତ୍ତିରୁ ଖୁସି ହେବେ ?’​—ଦ୍ୱିତୀୟ ବିବରଣ ୩୨:୨୯.

ଆମ ପାଇଁ କʼଣ ଠିକ୍‌ ଓ କʼଣ ଭୁଲ, ତାହା କହିବାର ଅଧିକାର ଯିହୋବାଙ୍କ ପାଖରେ ଅଛି । ତେଣୁ ଠିକ୍‌ ଓ ଭୁଲ କʼଣ, ତାହା ଜଣାଇବା ପାଇଁ ସେ ଆମକୁ ଅନେକ ନିୟମ ଓ ସିଦ୍ଧାନ୍ତ ଦେଇଛନ୍ତି । ଏହାଛଡ଼ା, ସେ ଆମକୁ ବିବେକ ମଧ୍ୟ ଦେଇଛନ୍ତି । (ରୋମୀୟ ୨:୧୪, ୧୫) ତେଣୁ ଯେତେବେଳେ ଆମେ ଯିହୋବାଙ୍କ ନିୟମ ଓ ସିଦ୍ଧାନ୍ତଗୁଡ଼ିକୁ ଭଲ ଭାବରେ ଜାଣିବା ଏବଂ ସେଗୁଡ଼ିକୁ ପାଳନ କରିବା, ସେତେବେଳେ ଆମେ ନିଜ ବିବେକକୁ ଭଲ ଭାବେ ପ୍ରଶିକ୍ଷଣ ଦେଉଥିବା । ତାʼପରେ ଏହି ବିବେକ ଆମକୁ ଭଲ ନିଷ୍ପତ୍ତି ନେବା ପାଇଁ ସାହାଯ୍ୟ କରିବ ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ନିଷ୍ପତ୍ତି ନେବା ପାଇଁ ବାଇବଲର ସିଦ୍ଧାନ୍ତ ଓ ଆମ ବିବେକ କିପରି ଆମକୁ ସାହାଯ୍ୟ କରେ ।

୩. ବାଇବଲ ଆପଣଙ୍କୁ ସଠିକ୍‌ ବାଟ ଦେଖାଏ

ନିଷ୍ପତ୍ତି ନେବା ସମୟରେ ବାଇବଲର ସିଦ୍ଧାନ୍ତ କିପରି ଆପଣଙ୍କୁ ସାହାଯ୍ୟ କରିପାରେ ? ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ଯିହୋବା ଆମକୁ କʼଣ କରିବା ପାଇଁ ସ୍ୱାଧୀନତା ଦେଇଛନ୍ତି ?

  • ସେ ଆମକୁ ନିଜ ନିଷ୍ପତ୍ତି ନିଜେ ନେବାର ସ୍ୱାଧୀନତା କାହିଁକି ଦେଇଛନ୍ତି ?

  • ଭଲ ନିଷ୍ପତ୍ତି ନେବା ପାଇଁ ଯିହୋବା ଆମକୁ କʼଣ ସାହାଯ୍ୟ ଦେଇଛନ୍ତି ?

ଆସନ୍ତୁ ବାଇବଲରୁ ଗୋଟିଏ ସିଦ୍ଧାନ୍ତ ପ୍ରତି ଧ୍ୟାନ ଦେବା । ଫିଲିପ୍‌ପୀୟ ୧:୧୦ ପଢ଼ନ୍ତୁ, ତାʼପରେ ଆଲୋଚନା କରନ୍ତୁ ଯେ ଆପଣ କିପରି ‘ଉତ୍କୃଷ୍ଟ ବିଷୟଗୁଡ଼ିକୁ’ ବା ଅଧିକ ମହତ୍ତ୍ୱ ରଖୁଥିବା ବିଷୟଗୁଡ଼ିକୁ ପ୍ରଥମ ସ୍ଥାନ ଦେଇପାରିବେ . . .

  • ଯାହାଫଳରେ ଆପଣ ପ୍ରତିଦିନ ବାଇବଲ ପଢ଼ିପାରିବେ ?

  • ଯାହାଫଳରେ ଆପଣ ଜଣେ ଭଲ ସ୍ୱାମୀ କିମ୍ବା ସ୍ତ୍ରୀ, ବାପାମାଆ କିମ୍ବା ପିଲା ହୋଇପାରିବେ ?

  • ଯାହାଫଳରେ ଆପଣ ସଭାଗୁଡ଼ିକରେ ଯାଇପାରିବେ ?

୪. ଭଲ ନିଷ୍ପତ୍ତି ନେବା ପାଇଁ ନିଜ ବିବେକକୁ ପ୍ରଶିକ୍ଷଣ ଦିଅନ୍ତୁ

ଯେଉଁ ମାମଲାରେ ବାଇବଲରେ ସିଧାସଳଖ ନିୟମ ଦିଆଯାଇଥାଏ, ସେବିଷୟରେ ନିଷ୍ପତ୍ତି ନେବା ଆମ ପାଇଁ ସହଜ ହୋଇଥାଏ । କିନ୍ତୁ ଯେଉଁ ବିଷୟରେ କୌଣସି ନିୟମ ଦିଆଯାଇ ନାହିଁ, ସେବିଷୟରେ ଆମେ କିପରି ନିଷ୍ପତ୍ତି ନେଇପାରିବା ? ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଭିଡିଓରେ ଭଉଣୀ ଜଣକ ନିଜ ବିବେକକୁ ବାଇବଲ ଅନୁସାରେ ପ୍ରଶିକ୍ଷଣ ଦେବା ପାଇଁ ଏବଂ ଯିହୋବାଙ୍କୁ ଖୁସି ଦେଉଥିବା ଭଳି ନିଷ୍ପତ୍ତି ନେବା ପାଇଁ କʼଣ କଲେ ?

ଆମେ କାହିଁକି ଅନ୍ୟମାନଙ୍କୁ ଆମ ପାଇଁ ନିଷ୍ପତ୍ତି ନେବା ପାଇଁ କହିବା ଉଚିତ୍‌ ନୁହେଁ ? ଏବ୍ରୀ ୫:୧୪ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଅନ୍ୟମାନଙ୍କୁ ପଚାରିବା ହୁଏତ ବହୁତ ସହଜ ଲାଗିପାରେ । କିନ୍ତୁ ଆମେ ନିଜେ କʼଣ କରିବା ଉଚିତ୍‌ ?

  • କାହା ସାହାଯ୍ୟରେ ଆପଣ ନିଜ ବିବେକକୁ ଭଲ ପ୍ରଶିକ୍ଷଣ ଦେଇପାରିବେ ଏବଂ ଭଲ ନିଷ୍ପତ୍ତି ନେଇପାରିବେ ?

ଯେପରି ନକ୍ସା ଆମକୁ ଠିକ୍‌ ବାଟ ଦେଖାଏ, ଠିକ୍‌ ସେହିପରି ବିବେକ ଆମକୁ ଜୀବନରେ ସଠିକ୍‌ ବାଟ ଦେଖାଏ ଏବଂ ଭଲ ନିଷ୍ପତ୍ତି ନେବା ପାଇଁ ସାହାଯ୍ୟ କରେ

୫. ଅନ୍ୟମାନଙ୍କ ବିବେକକୁ ଧ୍ୟାନରେ ରଖନ୍ତୁ

ଜଣେ ବ୍ୟକ୍ତି ଯାହା ନିଷ୍ପତ୍ତି ନିଏ, ତାହା ଅନ୍ୟମାନଙ୍କଠାରୁ ଅଲଗା ହୋଇପାରେ । ତାହେଲେ ନିଷ୍ପତ୍ତି ନେବା ସମୟରେ ଆମେ ଅନ୍ୟମାନଙ୍କ ବିବେକକୁ କିପରି ଧ୍ୟାନରେ ରଖିପାରିବା ? ଦୁଇଟି ପରିସ୍ଥିତି ପ୍ରତି ଧ୍ୟାନ ଦିଅନ୍ତୁ:

୧: ଜଣେ ଭଉଣୀଙ୍କୁ ମେକ୍‌ଅପ୍‌ କରିବା ବହୁତ ପସନ୍ଦ । ସେ ଅନ୍ୟ ଏକ ମଣ୍ଡଳୀରେ ଯିବା ଆରମ୍ଭ କରନ୍ତି । କିନ୍ତୁ ନୂଆ ମଣ୍ଡଳୀର ଅଧିକାଂଶ ଭଉଣୀମାନଙ୍କୁ ଏହା ଦେଖି ଭଲ ଲାଗେନି ଯେ କେହି ମେକ୍‌ଅପ୍‌ କରନ୍ତୁ ।

ରୋମୀୟ ୧୫:୧ ୧ କରିନ୍ଥୀୟ ୧୦:୨୩, ୨୪ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଏହି ପଦଗୁଡ଼ିକ ଅନୁସାରେ ସେହି ଭଉଣୀ କʼଣ କରିବା ପାଇଁ ଭାବିପାରନ୍ତି ? ଯଦି ଆପଣଙ୍କ ବିବେକ ଆପଣଙ୍କୁ କୌଣସି କାମ କରିବା ପାଇଁ ମନା କରେ ନାହିଁ, କିନ୍ତୁ ଅନ୍ୟର ବିବେକ ତାକୁ ସେହି କାମ କରିବାକୁ ମନା କରେ, ତାହେଲେ ଆପଣ କʼଣ କରିବେ ?

୨: ଜଣେ ଭାଇ ଜାଣନ୍ତି ଯେ ସୀମାରେ ରହି ମଦ ପିଇବା ବାଇବଲ ଅନୁସାରେ ଭୁଲ ନୁହେଁ । କିନ୍ତୁ ସେ ନିଷ୍ପତ୍ତି ନିଅନ୍ତି ଯେ ସେ ମଦ ପିଇବେନି । ଏବେ ତାଙ୍କୁ କେହି ଜଣେ ଖାଇବା ପାଇଁ ନିଜ ଘରକୁ ଡାକନ୍ତି ଏବଂ ସେ ଦେଖନ୍ତି ଯେ ମଣ୍ଡଳୀର କିଛି ଭାଇମାନେ ସେଠାରେ ମଦ ପିଉଛନ୍ତି ।

ଉପଦେଶକ ୭:୧୬ ରୋମୀୟ ୧୪:୧, ୧୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଏହି ପଦଗୁଡ଼ିକ ଅନୁସାରେ, ହୁଏତ ସେହି ଭାଇ କʼଣ କରିବା ପାଇଁ ଭାବିପାରନ୍ତି ? ଯଦି ଆପଣ କାହାରିକୁ ଏପରି କାମ କରୁଥିବାର ଦେଖନ୍ତି, ଯାହା ଆପଣଙ୍କ ବିବେକକୁ ଠିକ୍‌ ଲାଗେନି, ତାହେଲେ ଆପଣ କʼଣ କରିବେ ?

 ଭଲ ନିଷ୍ପତ୍ତି ନେବା ପାଇଁ ଆମକୁ କʼଣ କରିବା ଉଚିତ୍‌ ?

୧. ପ୍ରାର୍ଥନା କରନ୍ତୁ: ଭଲ ନିଷ୍ପତ୍ତି ନେବା ପାଇଁ ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ ।​—ଯାକୁବ ୧:୫.

୨. ଅନୁସନ୍ଧାନ କରନ୍ତୁ: ବାଇବଲ ଓ ବାଇବଲ ଆଧାରିତ ପ୍ରକାଶନଗୁଡ଼ିକରେ ଏପରି ସିଦ୍ଧାନ୍ତଗୁଡ଼ିକ ଖୋଜନ୍ତୁ, ଯାହା ସାହାଯ୍ୟରେ ଆପଣ ଭଲ ନିଷ୍ପତ୍ତି ନେଇପାରିବେ । ଆପଣ ହୁଏତ ଅନୁଭବୀ ଭାଇଭଉଣୀଙ୍କ ସହ କଥା ହୋଇପାରିବେ ।

୩. ଭାବନ୍ତୁ: ଭାବନ୍ତୁ ଯେ ଆପଣ ଯାହା ନିଷ୍ପତ୍ତି ନେବେ, ତାହା ଆପଣଙ୍କ ଓ ଅନ୍ୟମାନଙ୍କ ବିବେକ ଉପରେ କʼଣ ପ୍ରଭାବ ପକାଇବ ।

କିଛି ଲୋକ କହନ୍ତି: “ମୋ ଇଚ୍ଛା, ମୁଁ ଯାହା ବି କରିପାରେ । ଅନ୍ୟମାନେ କʼଣ ଭାବନ୍ତି ସେଥିରୁ ମୋର କିଛି ଯାଏ ଆସେନି ।”

  • ଆମେ କାହିଁକି ଧ୍ୟାନରେ ରଖିବା ଉଚିତ୍‌ ଯେ ଈଶ୍ୱର କʼଣ ଭାବନ୍ତି ଏବଂ ଅନ୍ୟମାନେ କʼଣ ଭାବନ୍ତି ?

ଆମେ କʼଣ ଶିଖିଲୁ ?

ସଠିକ୍‌ କିମ୍ବା ଭଲ ନିଷ୍ପତ୍ତି ନେବା ପାଇଁ ଏହା ଜାଣିବା ବହୁତ ଜରୁରୀ ଯେ କୌଣସି ମାମଲା ବିଷୟରେ ଯିହୋବା କʼଣ ଅନୁଭବ କରନ୍ତି ଏବଂ ଏହା ମଧ୍ୟ ଭାବିବା ଉଚିତ୍‌ ଯେ ଆମେ ଯାହା ନିଷ୍ପତ୍ତି ନେଉଛୁ, ତାହା ଅନ୍ୟମାନଙ୍କ ଉପରେ କିପରି ପ୍ରଭାବ ପକାଇବ, ଭଲ ନା ଖରାପ ।

ଆପଣ କʼଣ କହିବେ ?

  • ଆପଣ କିପରି ଯିହୋବାଙ୍କୁ ଖୁସି କରୁଥିବା ଭଳି ନିଷ୍ପତ୍ତି ନେଇପାରିବେ ?

  • ଆପଣ କିପରି ନିଜ ବିବେକକୁ ଭଲ ନିଷ୍ପତ୍ତି ନେବା ପାଇଁ ପ୍ରଶିକ୍ଷଣ ଦେଇପାରିବେ ?

  • ନିଷ୍ପତ୍ତି ନେବା ସମୟରେ ଆପଣ କିପରି ଅନ୍ୟମାନଙ୍କ ବିବେକକୁ ମଧ୍ୟ ଧ୍ୟାନରେ ରଖିପାରିବେ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଆମେ କିପରି ଭଲ ନିଷ୍ପତ୍ତି ନେଇପାରିବା, ଯାହାଫଳରେ ଈଶ୍ୱରଙ୍କ ସହ ଆମ ସମ୍ପର୍କ ମଜବୁତ୍‌ ହୋଇପାରିବ ?

“ଏପରି ନିଷ୍ପତ୍ତି ନିଅନ୍ତୁ ଯେଉଁଥିରୁ ଈଶ୍ୱରଙ୍କ ମହିମା ହେବ” (ପ୍ରହରୀଦୁର୍ଗ-ହି, ୧୫ ଏପ୍ରିଲ୍‌, ୨୦୧୧)

ଆସନ୍ତୁ ଆହୁରି ଭଲ ଭାବେ ବୁଝିବା ଯେ ଯିହୋବା କିପରି ଆମକୁ ବାଟ ଦେଖାନ୍ତି ।

ଯିହୋବା ନିଜ ଲୋକମାନଙ୍କୁ ବାଟ ଦେଖାନ୍ତି (୯:୫୦)

ଜଣେ ବ୍ୟକ୍ତିକୁ ଗୋଟିଏ କଠିନ ନିଷ୍ପତ୍ତି ନେବାର ଥିଲା । ଆସନ୍ତୁ ଦେଖିବା ଯେ ଏହି ନିଷ୍ପତ୍ତି ନେବା ପାଇଁ କେଉଁ କଥାଗୁଡ଼ିକ ତାକୁ ସାହାଯ୍ୟ କଲା ।

ଯିହୋବା ଗ୍ୟାରେଣ୍ଟି ଦିଅନ୍ତି ଯେ ଆମକୁ ଆଶିଷ ମିଳିବ (୫:୪୬)

ଯେତେବେଳେ ଯିହୋବା ଆମକୁ ସିଧାସଳଖ ଭାବେ କୌଣସି ଆଜ୍ଞା ଦେଇ ନ ଥାʼନ୍ତି ଯେ ଆମକୁ କʼଣ କରିବା ଉଚିତ୍‌, ସେତେବେଳେ ଆମେ ଯିହୋବାଙ୍କ ହୃଦୟ କିପରି ଖୁସି କରିପାରିବା ? ଆସନ୍ତୁ ଜାଣିବା ।

“କʼଣ ଆପଣଙ୍କୁ ସବୁବେଳେ ବାଇବଲରୁ ନିୟମ ଦରକାର ?” (ପ୍ରହରୀଦୁର୍ଗ-ହି, ୧ ଡିସେମ୍ବର, ୨୦୦୩)